ତାଇୱାନରେ ଭୂକମ୍ପର ଉଗ୍ର ରୂପ, ପୂର୍ବରୁ ଏଭଳି ଝଟକା କେବେବି ଅନୁଭବ କରିନଥିବା କହିଲେ ସ୍ଥାନୀୟ ଲୋକେ
ଗତକାଲି ରାତିରୁ ଆଜି ସକାଳ ଭିତର ତାଇୱାନରେ ପାଖାପାଖି ୮୦ଟି ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି । ତେବେ ସୂଚନା ଥାଉକି, ଦକ୍ଷିଣ ତାଇୱାନରେ ୨୦୧୬ ମସହାରେ ହୋଇଥିବା ଭୂକମ୍ପରେ ୧୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ୧୯୯୯ ରେ ରିକ୍ଟର ସ୍କେଲରେ ୭.୩ ତୀବ୍ରତାର ଭୂକମ୍ପରେ ୨୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।

ତାଇୱାନ: ଏମିତି ଭୂକମ୍ପ ଝଟକା କେବେ ବି ଦେଖିନଥିଲି । ଯାହା ଥମିବାର ନା ହିଁ ନେଉନଥିଲା । ପ୍ରଥମ ଥର ପାଇଁ ଭୂକମ୍ପ ସମୟରେ ବହୁତ ଡର ଲାଗିଲା । କଣ ହେବ ପରିସ୍ଥିତି ବୁଝାପଡୁନଥିଲା । ପୂର୍ବରୁ ଏଭଳି ଝଟକାତାପୁଣି ବାରମ୍ବାର..କେବେବି ଅନୁଭବ କରିନଥିଲି । ଯାହା ମୋ ନିଦ ହଜାଇ ଦେଇଛି । ମୁଁ ଏତେ ଭୟଭିତ ଯେ ମୋ ଆଖିରୁ ଲୁହ ଶୁଖୁନି । ତେବେ ଏମିତି କିଛି କହି ଭୂକମ୍ପ ସମୟରେ ନିଜର ଅନୁଭୂତି ବଖାଣିଛନ୍ତି ହାସିୟନ୍ ହୁସୁୟନ୍ କେଙ୍ଗ ନାମକ ଜଣେ ବ୍ୟକ୍ତି ।
ସୂଚନା ଥାଉକି, ଗତକାଲି ରାତିରୁ ଦୋହଲିବାକୁ ଲାଗିଛି ତାଇୱାନ । ଶକ୍ତିଶାଳୀ ଭୂକମ୍ପ ଝଟକା ଫଳରେ ଭୁଶୁଡ଼ି ଯାଇଛି କୋଠା । ସୂଚନା ମୁତାବକ, ଗତକାଲି ରାତିରୁ ଆଜି ସକାଳ ଭିତର ତାଇୱାନରେ ପାଖାପାଖି ୮୦ଟି ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି । ଯାହାଫଳରେ ବାରମ୍ବାର ଦୋହଲିବାକୁ ଲାଗିଛି ତାଇୱାନ ।
ଏହି ଭୂକମ୍ପ ଝଟକା ପରେ କିଛି କୋଠା ଭୁଶୁଡ଼ି ପଡ଼ିଥିବା ବେଳେ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ହସ୍ତଗତ ହୋଇନାହିଁ। ତାଇୱାନର କେନ୍ଦ୍ରୀୟ ପାଣିପାଗ ପ୍ରଶାସନ ପକ୍ଷରୁ ଜାଣିବାକୁ ମିଳିଛି ଯେ ସୋମବାର ଅପରାହ୍ନରୁ ଆରମ୍ଭ ହୋଇଥିବା ଏହି ଭୂକମ୍ପ ରାତିରେ ଉଗ୍ର ରୂପ ନେଇଥିଲା ।
ତେବେ ଭୂକମ୍ପର କେନ୍ଦ୍ରସ୍ଥଳୀ ହୁଲିଏନରେ ୫ କିମି ଗଭୀରରେ ଥିବା ଜଣାଯାଇଛି । ଗତକାଲି ରାତିରେ ମାତ୍ର ୯ ମିନିଟ୍ ମଧ୍ୟରେ ହୁଲିଏନର ବିଭିନ୍ନ ସ୍ଥାନରେ ୫ ଥର ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ହୁଲିଲନରେ ଗତ ୩ ତାରିଖରେ ରିକ୍ଟର ସ୍କେଲରେ ୭.୨ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିବାବେଳେ, ଏଥିରେ ପ୍ରାୟ ୧୪ ଜଣଙ୍କ ମୃତ୍ୟୁ ଘଟିଥିଲା ।
ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ମିନିଟ୍ରେ ତାଇୱାନରେ ପ୍ରଥମ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାପରେ କିଛି କିଛି ସମୟ ବ୍ୟବଧାନରେ ବାରମ୍ବାର ଭୂକର ଝଟକା ଅନୁଭୂତ ହେଉଥିଲା । ସେଥିମଧ୍ୟରୁ କିଛି ହାଲକା ଝଟକା ଥିବା ବେଳେ ଆଉ କିଛି ଝଟକା ଭାଳି ଶକ୍ତିଶାଳୀ ଥିଲା । ଯାହାର ତିବ୍ରତା ରିକ୍ଟର ସ୍କେଲରେ ୬.୩ ରହିଥିବା ସୂଚନା ମିଳିଛି ।
ଏହା ପୂର୍ବରୁ ହୋଇଥିବା ଭୂକମ୍ପ ଯୋଗୁଁ ୨୩ ନିୟୁତ ଲୋକଥିବା ଦ୍ୱୀପରେ ସମସ୍ତ ଟ୍ରେନ୍ ସେବା ସ୍ଥଗିତ ରଖାଯିବା ସହ ମେଟ୍ରୋ ସେବା ମଧ୍ୟ ସ୍ଥଗିତ ରହିଥିଲା । ଯେଉଁଠାରେ ଏକ ନୂତନ ଭାବରେ ନିର୍ମିତ ଏକ ରାସ୍ତା ଆଂଶିକ ଭାବେ ପୃଥକ ହୋଇଯାଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବରୁ ନିର୍ମିତ ଏକ ପରିବର୍ତ୍ତିତ ବିଦ୍ୟାଳୟର କାନ୍ଥ ଓ ଛାତ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ଏହାସହ ଗତ ଏପ୍ରିଲ ୩ ତାରିଖରେ ହୋଇଥିବା ଭୂକମ୍ପ ଫଳରେ କ୍ଷତିଗ୍ରସ୍ତ ବଡ ବଡ କୋଠା ଓ ହୋଟେଲ ଏବେ ବି ଝୁଲି ରହିଥିବା ଦେଖିବାକୁ ମିଳିଛି ।
ତେବେ ସୂଚନା ଥାଉକି, ଦକ୍ଷିଣ ତାଇୱାନରେ ୨୦୧୬ ମସହାରେ ହୋଇଥିବା ଭୂକମ୍ପରେ ୧୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ୧୯୯୯ ରେ ରିକ୍ଟର ସ୍କେଲରେ ୭.୩ ତୀବ୍ରତାର ଭୂକମ୍ପରେ ୨୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।