ଜେଲ୍‌ରେ ସିଏମ୍‌ କେଜ୍ରିଓ୍ଵାଲଙ୍କୁ ପ୍ରଥମ ଥର ଦିଆଗଲା ଇନ୍‌ସୁଲିନ, ୩୨୦ ପର୍ଯ୍ୟନ୍ତ ବଢ଼ିଥିଲା ସୁଗାର ଲେବଲ୍‌

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସମସ୍ୟା ଥମିବାର ନାଁ ଧରୁନାହିଁ । କେଜ୍ରିଓ୍ଵାଲଙ୍କ ଡାଇବେଟିସ୍‌ ଏବଂ ଇନ୍‌ସୁଲିନକୁ ନେଇ ବିବାଦ ବଢ଼ିଚାଲିଛି ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସମସ୍ୟା ଥମିବାର ନାଁ ଧରୁନାହିଁ । କେଜ୍ରିଓ୍ଵାଲଙ୍କ ଡାଇବେଟିସ୍‌ ଏବଂ ଇନ୍‌ସୁଲିନକୁ ନେଇ ବିବାଦ ବଢ଼ିଚାଲିଛି । ଇନ୍‌ସୁଲିନକୁ ନେଇ ଆମ୍‌ ଆଦ୍‌ମୀ ପାର୍ଟି ଏବଂ ବିଜେପି ମଧ୍ୟରେ ଖୁବ୍‌ ବୟାନବାଜି ହେଉଛି । ଏହାରି ଭିତରେ ସିଏମ୍‌ କେଜ୍ରିଓ୍ଵାଲଙ୍କୁ ତିହାର ଜେଲ୍‌ରେ ପ୍ରଥମ ଥର ଇନ୍‌ସୁଲିନ ଦିଆଯାଇଥିବା ଖବର ଆସିଛି ।

ତିହାରରେ କେଜ୍ରିଓ୍ଵାଲଙ୍କ ସୁଗାର ଲେବଲ୍‌ କ୍ରମାଗତ ଭାବେ ବଢ଼ିଚାଲିଥିଲା । ତାଙ୍କର ସୁଗାର ସ୍ତର ୩୨୦ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା, ଯାହାପରେ ତାଙ୍କୁ ଏଠାରେ ଇନ୍‌ସୁଲିନ ଦିଆଯାଇଛି । କହି ରଖୁଛୁ, ମଦ ଦୁର୍ନୀତି ମାମଲାରେ ଗିରଫ ହେବା ପରେ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଜେଲ୍‌ରେ ପ୍ରଥମ ଥର ଇନ୍‌ସୁଲିନ ଦିଆଯାଇଛି ।

ଏହାପୂର୍ବରୁ ତିହାର ଜେଲ୍‌ରେ କେଜ୍ରିଓ୍ଵାଲଙ୍କୁ ଇନ୍‌ସୁଲିନ ଦିଆ ନ ଯିବା ପ୍ରସଙ୍ଗ ଉପରେ ଆମ୍‌ ଆଦ୍‌ମୀ ପାର୍ଟିର ଶତାଧିକ କାର୍ଯ୍ୟକର୍ତ୍ତା ଏବଂ ନେତା ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦଳୀୟ କାର୍ଯ୍ୟକର୍ତ୍ତା ତିହାର ବାହାରେ ଇନ୍‌ସୁଲିନ ଡୋଜ୍‌କୁ ନେଇ ଜେଲ୍‌ କର୍ତ୍ତୃପକ୍ଷଙ୍କ ବିରୋଧରେ ସାଙ୍କେତିକ ପ୍ରଦର୍ଶନ କରିଥିଲେ । ସେମାନେ ଜେଲ୍‌ ଅଧିକାରୀଙ୍କୁ ସିଏମ୍‌ଙ୍କୁ ଇନ୍‌ସୁଲିନ ଉପଲବ୍ଧ କରାଇବାକୁ କହିଥିଲେ ।

ଦଳ ଅଭିଯୋଗ ଆଣିଥିଲା ଯେ ତିହାର ଜେଲ୍‌ ଭିତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ‘ଧିମା ମୃତ୍ୟୁ’ ଆଡ଼କୁ ଠେଲି ଦିଆଯାଉଛି । ଅଧିକାରୀମାନେ ତାଙ୍କୁ ଇନ୍‌ସୁଲିନ ଦେବାକୁ କାହିଁକି ମନା କରୁଛନ୍ତି ବୋଲି ଦଳ ପ୍ରଶ୍ନ ଉଠାଇଥିଲା । ଯଦିଓ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା ଏହି ଦାବିକୁ ଖାରଜ କରିଥିଲେ । ସେ କେଜ୍ରିଓ୍ଵାଲଙ୍କ ଖାଦ୍ୟ ଏବଂ ଇନ୍‌ସୁଲିନର ଆବଶ୍ୟକତା ଉପରେ ଜେଲ୍‌ ଅଧିକାରୀଙ୍କ ରିପୋର୍ଟକୁ ଦର୍ଶାଇଥିଲେ ।

ଜେଲ୍‌ ସୂତ୍ରରୁ କୁହାଯାଇଥିଲା କି, ଏମ୍ସର ଜଣେ ବରିଷ୍ଠ ମଧୁମେହ ବିଶେଷଜ୍ଞଙ୍କ ସହ କେଜ୍ରିଓ୍ଵାଲଙ୍କ ପରାମର୍ଶ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ କରାଯାଇଥିଲା । ୪୦ ମିନିଟ୍‌ର ପରାମର୍ଶ ପରେ ଡାକ୍ତରଙ୍କ ତରଫରୁ କେଜ୍ରିଓ୍ଵାଲଙ୍କୁ ଆଶ୍ୱସନା ଦିଆଯାଇଥିଲା ଯେ ଏଥିରେ ଚିନ୍ତା କରିବାର କିଛି ନାହିଁ । ତାଙ୍କୁ ନିର୍ଦ୍ଦିଷ୍ଟ ଔଷଧ ଜାରି ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.