ତାଇୱାନରେ ଘନ ଘନ ଭୂକମ୍ପ, ୨୪ ଘଣ୍ଟାରେ ୮୦ ଝଟକା

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଦୋହଲିଲା ତାଇୱାନ। ସୋମବାର ରାତିରୁ ଆଜି ଭୋର ପର୍ଯ୍ୟନ୍ତ ତାଇୱାନର ପୂର୍ବ ଉପକୂଳରେ ୮୦ ରୁ ଅଧିକ ଭୂକମ୍ପ ଅନୁଭୂତ ହୋଇଛି। ଏଥିମଧ୍ୟରୁ ସର୍ବାଧିକ ତୀବ୍ରତା ୬.୩ ଏବଂ ୬ ରେ ରେକର୍ଡ କରାଯାଇଛି। ଏଥିରେ କିଛି କୋଠା ଭୁଶୁଡ଼ି ପଡ଼ିଥିବା ବେଳେ ମୃତାହତଙ୍କ ସମ୍ପର୍କରେ ସୂଚନା ମିଳିନି।

ନୂଆଦିଲ୍ଲୀ : ଶକ୍ତିଶାଳୀ ଭୂକମ୍ପ ଝଟକାରେ ଦୋହଲିଲା ତାଇୱାନ। ସୋମବାର ରାତିରୁ ଆଜି ଭୋର ପର୍ଯ୍ୟନ୍ତ ତାଇୱାନର ପୂର୍ବ ଉପକୂଳରେ ୮୦ ରୁ ଅଧିକ ଭୂକମ୍ପ ଅନୁଭୂତ ହୋଇଛି। ଏଥିମଧ୍ୟରୁ ସର୍ବାଧିକ ତୀବ୍ରତା ୬.୩ ଏବଂ ୬ ରେ ରେକର୍ଡ କରାଯାଇଛି। ଏଥିରେ କିଛି କୋଠା ଭୁଶୁଡ଼ି ପଡ଼ିଥିବା ବେଳେ ମୃତାହତଙ୍କ ସମ୍ପର୍କରେ ସୂଚନା ମିଳିନି। ସୋମବାର ବିଳମ୍ବିତ ରାତିରେ ତାଇୱାନର ପୂର୍ବ ଉପକୂଳରେ ୬.୩ ତୀବ୍ରତାର ୮୦ରୁ ଅଧିକ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ମଙ୍ଗଳବାର ସକାଳ ସୁଦ୍ଧା ରାଜଧାନୀ ତାଇପେରେ ୫ଥର ଭୂମିକମ୍ପ ଅନୁଭୂତ ହୋଇଛି ।

ଗତକାଲି ରାତିରେ ମାତ୍ର ୯ ମିନିଟ୍‌ ମଧ୍ୟରେ ହୁଲିଏନର ବିଭିନ୍ନ ସ୍ଥାନରେ ୫ ଥର ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ଜଣାଯାଇଛି । ତାଇୱାନର ପାଣିପାଗ ବିଭାଗ କହିଛି ଯେ, ପୂର୍ବ କାଉଣ୍ଟି ହୁଆଲିଏନ୍‌ରେ ଭୂକମ୍ପର କେନ୍ଦ୍ର ୫.୫ କିଲୋମିଟର ତଳେ ଥିଲା । ଭୂକମ୍ପ ଯୋଗୁଁ ହୁଆଲିଏନ୍ ଅଞ୍ଚଳରେ ଦୁଇଟି କୋଠା ଭାଙ୍ଗିଯାଇଛି। ସେଥିରୁ ଗୋଟିଏ କୋଠା ଭୁଶୁଡି ପଡିଥିବା ବେଳେ ଅନ୍ୟଟି ରାସ୍ତା ଆଡକୁ ଝୁଲି ପଡିଛି। ତାଇୱାନ ସହିତ ଜାପାନ, ଚୀନ୍ ଏବଂ ଫିଲିପାଇନ୍ସରେ ମଧ୍ୟ ହାଲୁକା କମ୍ପନ ଅନୁଭୂତ ହୋଇଥିଲା। ତେବେ ବର୍ତ୍ତମାନ କୌଣସି ମୃତଦେହର ଖବର ଆସିନାହିଁ।

ସୂଚନା ଅନୁସାରେ ଏପ୍ରିଲ ୩ ରେ ୭.୨ ତୀବ୍ରତାର ଭୂମିକମ୍ପରେ ଅତି କମରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା । ସେବେଠାରୁ ତାଇୱାନରେ ପାଖାପାଖି ୮୦ରୁ ଅଧିକ ଝଟକା ଅନୁଭୂତ ହେଲାଣି ।

You might also like