ଗାଁର ପ୍ରଥମ ଚାକିରିଆ ପୁଅ ଏବେ କରିବେ ଦେଶ ମାତୃକାର ସେବା, ସମଗ୍ର ଗାଁରେ ଖୁସିର ମାହୋଲ

କି ଖୁସି..ଏ ଖୁସିର କିଛି ସୀମା ନାହିଁ । କାହିଁକି ନା ସନ୍ୟବାହିନୀରେ ଚାକିରି ପାଇବା ପରେ ଏବେ ଟ୍ରେନିଂ ସାରି ଗାଁକୁ ଫେରିଛି ପୁଅ । ସେଥିପାଇଁ ସମଗ୍ର ଗାଁରେ ଖୁସିର ମାହୋଲ । ଗାଁ ଦାଣ୍ଡରେ କଳସ ବସାଇ ପିଢା ଥୋଇ ବନ୍ଦାପନା କରି ବୀର ଯବାନଙ୍କୁ ସ୍ୱାଗତ କରାଯାଇଛି ।

ପାଟଣାଗଡ଼(କେନ୍ୟୁଜ) : କି ଖୁସି..ଏ ଖୁସିର କିଛି ସୀମା ନାହିଁ । କାହିଁକି ନା ସନ୍ୟବାହିନୀରେ ଚାକିରି ପାଇବା ପରେ ଏବେ ଟ୍ରେନିଂ ସାରି ଗାଁକୁ ଫେରିଛି ପୁଅ । ସେଥିପାଇଁ ସମଗ୍ର ଗାଁରେ ଖୁସିର ମାହୋଲ । ଗାଁ ଦାଣ୍ଡରେ କଳସ ବସାଇ ପିଢା ଥୋଇ ବନ୍ଦାପନା କରି ବୀର ଯବାନଙ୍କୁ ସ୍ୱାଗତ କରାଯାଇଛି ।

ପିଲାଠୁ ବୁଢା ସଭିଏଁ ଏକାଠି ହୋଇଛନ୍ତି । ଭାରତ ମାତା କି ଜୟ, ସହିତ ଜୟ ଯବାନ ଜୟ କିଶାନ ଧ୍ୱନୀ ଉଛୁଳୁଛି ଗାଁ ଦାଣ୍ଡ। ଢୋଲ ତୁରୀର ଶବ୍ଦରେ ପ୍ରକମ୍ପିତ ହେଉଛି ସାରା ପରିବେଶ । ଏଥର ଦେଶ ମାତୃକାର ସେବା କରିବ ପୁଅ । କହିଲେ କେତେ ଗର୍ବର କଥା । ଗାଁର ପ୍ରଥମ ଚାକିରିଆ ପୁଅ, ପୁଣି ଭାରତ ମାତାର ସେବା ସେଥିପାଇଁ ଏତେ ବଡ ଖୁସିର ସମୟକୁ ଉତ୍ସବ ଭଳି ପାଳନ କରୁଛନ୍ତି ପରିବାର, ସାଙ୍ଗସାଥୀଙ୍କ ସହିତ ଗାଁ ଲୋକେ ।

ଏଭଳି ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ପଣ୍ଡାମୁଣ୍ଡା ଗାଁରେ । ଏହି ଗାଁର କୃପାସିନ୍ଧୁ ବିଶି ଓ ଚଞ୍ଚଳା ବିଶିଙ୍କ ପୁଅ ନିମାଇଁ ଚରଣ ବିଶି । ଯିଏ ଏବେ ଦେଶମାତୃକାର ସେବା କରିବା ପାଇଁ ସନ୍ୟବାହିନୀରେ ଯୋଗ ଦେଇ ଟ୍ରେନିଂ ସାରି ଗାଁକୁ ଫେରିଛନ୍ତି । ଗ୍ରାମର ସମସ୍ତେ ଦେଶସେବା କରିବା ସୁଯୋଗ ପାଇ ନଥିଲେ ବି ନିମାଇଁ ଏହି ସୁଯୋଗ ପାଇଥିବାରୁ ଗ୍ରାମବାସୀ ବେଶ୍ ଉତ୍ସାହିତ । ସେଥିପାଇଁ ବୀର ଯବାନଙ୍କ ସ୍ୱାଗତ ପାଇଁ ବାହାରି ପଡିଛନ୍ତି ଆବାଳ ବୃଦ୍ଧବନିତା । ଗ୍ରାମରେ ଝୋଟି ପକାଇ, କଳସ ବସାଇ, ବାଜା ତୁରୀ ବଜାଇ ଗାଁର ବୀର ପୁଅର ଭବ୍ୟ ସ୍ୱାଗତ କରିଛନ୍ତି ।

sainika

ଏପଟେ ଗାଁଉତ୍ସବମୁଖର ହୋଇ ଉଠିଥିବା ବେଳେ ଟ୍ରେନିଂ ସାରି ଫେରିଥିବା ବୀର ଯବାନଙ୍କୁ ସ୍ୱାଗତ କରାଯାଇ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା । ଜଗନ୍ନାଥଙ୍କୁ ମନ୍ଦିରରେ ଦର୍ଶନ କରିବା ସହିତ ନିଜ ଘରକୁ ଗଲାବେଳେ ସେଠାରେ ପରିବାର ତରଫରୁ ମଧ୍ୟ ତାଙ୍କୁ ସ୍ୱାଗତ କରାଯାଇଥିଲା । ତେବେ ଆଗାମୀ ଯୁବପିଢ଼ି କିପରି ଦେଶସେବା ପାଇଁ ଆଗ୍ରହ ପ୍ରକାଶ କରିବେ ଓ ସେମାନଙ୍କର କିଭଳି ଦେଶ ମାତୃକା ପ୍ରତି ଶ୍ରଦ୍ଧା ରହିବ ସେଥିପାଇଁ ଏଭଳି ଏକ ନିଆରା ଢଙ୍ଗରେ ଗାଁର ବରୀ ପୁଅକୁ ସ୍ୱାଗତ କରିଥିବ କଥା କହିଛନ୍ତି ଗ୍ରାମବାସୀ ।

ଦେଶ ମାତୃକା ସେବା ପାଇଁ ଯାଇଥିବା ଗାଁ ର ପୁଅ ପାଇଁ ଆଜି ଗର୍ବିତ ଗ୍ରାମବାସୀ । ଗାଁ ରୁ କିପରି ଅଧିକରୁ ଅଧିକ ଯୁବପିଢି ସନ୍ୟବାହିନୀରେ ଯୋଗ ଦେଇ ଦେଶରେ ଗାଁ ର ନାଁକୁ ଊଚ୍ଚରେ ରଖିବେ ସେଥିପାଇଁ ସଦା ସର୍ବଦା ଚେଷ୍ଟା କରିବେ ଏହି ଗ୍ରାମବାସୀ । ଯାହାକି ଦେଶପ୍ରେମର ଏକ ବଡ ଉଦାହରଣ କହିଲେ ଭୁଲ୍ ହେବନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.