Below header

ଗୁଣପୁର ଅଞ୍ଚଳରେ ପୁଣି ମାତିଲେ ଚୋର: ଘର ଚାବି ଭାଙ୍ଗି ଲୁଟିନେଲେ ୪୦ ଭରି ସୁନା ସହ ନଗଦ ୫ ହଜାର ଟଙ୍କା

ଗୁଣପୁର(କେନ୍ୟୁଜ୍): ଗୁଣପୁର ଅଞ୍ଚଳରେ ପୁଣି ମାତିଲେ ଚୋର। ରମାନଗୁଡ଼ା ବ୍ଲକ ଆଚବା ଗାଁର କୃଷ୍ଣ ସାହୁଙ୍କ ଘର ଚାବି ଭାଙ୍ଗି ୪୦ ଭରି ସୁନା ଗହଣା ଓ ନଗଦ ୫ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। କୃଷ୍ଣ ସାହୁ ନିଜ ପତ୍ନୀଙ୍କ ଚିକିତ୍ସା ପାଇଁ ଘର ଚାବି ପକେଇ ବ୍ରହ୍ମପୁର ଯାଇଥିଲେ।

ଘରେ କେହି ନଥିବା ସୁଯୋଗ ନେଇ କେହି ଅଜଣା ଦୁର୍ବୃତ୍ତ ଗତକାଲି ରାତିରେ ଘର ଚାବି ଭାଙ୍ଗି ୪୦ ଭରି ସୁନା, ନଗଦ ୫ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଗୁଣପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ସନ୍ଦେହରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ମୋବାଇଲ୍‌ ଟ୍ରାକିଂକୁ ନେଇ ମଧ୍ୟ ତଦନ୍ତ ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.