ଅନୁଗୁଳ: ମା ସନ୍ତୋଷୀ ଭଣ୍ଡାର ଦୋକାନରୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟ୍‌, ସିସିଟିଭିରେ ଦୃଶ୍ୟ କଏଦ୍‌

ଅନୁଗୁଳ(କେନ୍ୟୁଜ୍): ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟ୍‌ । ସିସିଟିଭିରେ କଏଦ୍‌ ଲୁଟ୍‌ ବେଳର ଦୃଶ୍ୟ । ଅନୁଗୁଳ ଜିଲ୍ଳା ସଦର ଥାନା କୁଇଓ ତାରିଣୀ ମନ୍ଦିର ନିକଟ ମା ସନ୍ତୋଷୀ ଭଣ୍ଡାର ଦୋକାନରୁ ଲୁଟ୍‌ ହୋଇଛି । ଦୋକାନରୁ ପ୍ରାୟ ୬୦ ହଜାର ଟଙ୍କା ଓ କମ୍ପ୍ୟୁଟର ଲୁଟି ନେଇଛନ୍ତି ଲୁଟେରା ।

ଗତକାଲି ରାତି ପ୍ରାୟ ୮ଟା ସମୟରେ ଦୋକାନ ମାଲିକ ଅମର ସାହୁ ଓ ତାଙ୍କ ବାପା ଦୋକାନରେ ବସିଥିବା ବେଳ ଦୁଇଟି ବାଇକରେ ୬ ଜଣ ଲୁଟେରା ଆସି ହଠାତ୍‌ ଆକ୍ରମଣ କରିଥିଲେ ।

ଲୁଟେରାଙ୍କ ଆକ୍ରମଣରେ ଅମରଙ୍କ ବାପା ଆହତ ହୋଇଛନ୍ତି । ତାଙ୍କ ଗୋଡ ଓ ପିଠିରେ ଅଘାତ ଲାଗିଛି । ଏନେଇ ସଦର ଥାନରେ ଲିଖିତ ଅଭିଯୋଗ କରଯାଇଛି । ସିସିଟିଭି ଫୁଟେଜ୍‌କୁ ଆଧାର କରି ତଦନ୍ତ କରୁଛି ପୋଲିସ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.