Below header

ଚିରା-ଫଟା ନୋଟକୁ ବଦଳାଇବା ପାଇଁ ଜାରି ହେଲା ନୂଆ ନିୟମ, RBI ଦେଲା ଏହି ନିର୍ଦ୍ଦେଶ

ଟଙ୍କା ଆମ ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ତେଣୁ ସମସ୍ତେ ଏହାକୁ ଧ୍ୟାନର ସହକାରେ ବ୍ୟବହାର କରିଥାନ୍ତି। ଏମିିତି ବହୁତ ଥର କ୍ୟାସ ବ୍ୟବହାର କରିବା ଦ୍ୱାରା ଅଜାଣତରେ ନୋଟ୍‌ ଚିରି ଫାଟିଯାଏ। ଟିକେ କିଛି ହେଲେ ତ କଥା ସମ୍ଭାଳିଯାଏ। କିଛି ଜଣ ସେଥିରେ ହ୍ଵାଇଟ ଟେପ୍‌ ଅଥବା ପାଣି ଅଠା ଦେଇ ସେଟ୍‌ କରେଇଥାନ୍ତି। କିନ୍ତୁ ଯଦି ମଝିରୁ ଦୁଇଫାଳ କିମ୍ବା ଅଧିକ ଚିରି ଗଲେ ଏହାକୁ ପୁଣିଥରେ ଯୋଡ଼ିବା ସହଜ ହୋଇନଥାଏ। ଏମିତିରେ କୌଣସି ଜୁଗାଡ଼ କାମ କରେ ନାହିଁ। ଟଙ୍କାର ମୂଲ୍ୟ ଅଧିକ ହେଲେ ବି ଚିରା ଫଟା ନୋଟକୁ ନେବାକୁ କାହାକୁ ଇଚ୍ଛା ନଥାଏ। ଏମିତିରେ ଆଖପାଖ ଦୋକାନରୁ ଚେଷ୍ଟା କରାଯାଏ ଏହି ନୋଟ କୁ ବଦଳାଇବାକୁ । କିନ୍ତୁ ସେମାନେ ମନା କରିଦେଲେ ବାଧ୍ୟ ହୋଇ ବ୍ୟାଙ୍କ ଯିବାକୁ ପଡ଼େ।

ତେବେ ବ୍ୟାଙ୍କ ଏମିିତି ଏକ ସ୍ଥାନ ଯେଉଁଠି ଟଙ୍କାକୁ ନେଇ କିଛି ବି ସମସ୍ୟା ଥିଲେ କିଛି ନା କିଛି ସୁବିଧା ମିଳିଯାଏ। ତେଣୁ ଅନେକ ଲୋକ ବ୍ୟାଙ୍କ ଉପରେ ଆଶା ରଖିଥାନ୍ତି। କିନ୍ତୁ ବ୍ୟାଙ୍କ ବି ଏଥିପାଇଁ କିଛି ଚାର୍ଜେସ ନେଇଥାଏ। ମାନେ ମାଗଣାରେ ବି କିଛି ପାଇବା ମୁସ୍କିଲ ଭଳି ଏଠି ବି ଆପଣ ନିଜ କାମ ପାଇଁ ବ୍ୟାଙ୍କ କୁ କିଛି ଶୁଳ୍କ ଦେବେ। କିଛି କମିସନ ନେଇଥାଏ। ଏହାକୁ ଧନୀ ଶ୍ରେଣୀର ଲୋକେ ଦେଲେ ବାଧେ ନାହିଁ ସତ କିନ୍ତୁ ଗରିବ ତଥା ସାଧାରଣ ଶ୍ରେଣୀର ଲୋକ ପାଇଁ ଏହାକୁ ଦେବାରେ ଟିକେ କୁଣ୍ଠାବୋଧ କରିଥାନ୍ତି। ଏହାରି ମଧ୍ୟରେ ଆମେ ଆପଣଙ୍କ ପାଇଁ ଏକ ଖୁସି ଖବର ନେଇ ଆସିଛୁ। ଏଥିରେ ଆପଣ ନିଜ ଚିରା ଫଟା ନୋଟକୁ ବିନା କମିସନରେ ବ୍ୟାଙ୍କରେ ଖୁବ ସହଜରେ ବଦଳାଇପାରିବେ। ଜାଣନ୍ତୁ ତାହାର ସହଜ ପ୍ରୋସେସ।

ଆପଣଙ୍କ ପାଖରେ ବର୍ଷ ବର୍ଷ ପୁରୁଣା ଚିରଫଟା ନୋଟ ଅଛ ି କି? ଏହା ବ୍ୟତିତ ମାର୍କେଟରେ ସପିଂ କରିବା ସମୟରେ ଏଭଳି ନୋଟ ହାତକୁ ଆସ ିଯାଉଛି କି ? ସାଧାରଣ ଭାବେ ଏହା ହେଉଛି ସବୁଠୁ ପୁରୁଣା ତରିକା। ଯାହା ମାଧ୍ୟମରେ ଏଭଳି ନୋଟ ହାତକୁ ଆସିଥାଏ। ତେଣୁ ସମସ୍ୟା ଯେ ଏହି ନୋଟ୍‌ କୁ କିଭଳି ବଦଳାଇବେ। ବ୍ୟାଙ୍କ ରେ ଏହାର ସମାଧାନ ରହିଛି। ଯାହାର ସହଜ ପ୍ରୋସେସ ଆମେ ଆପଣଙ୍କୁ କହିବୁ।

ନୋଟ ବଦଳାଇବାକୁ ନେଇ ଆରବିଆଇ କିଛି ନିୟମ ଜାରି କରିଛି। ଯେମିତି ନୋଟ ରେ ଆରବିଆଇ ଗଭର୍ଣ୍ଣରଙ୍କ ହସ୍ତାକ୍ଷର, ଗାନ୍ଧୀଜିଙ୍କ ଓ୍ଵାଟରମାର୍କ ଓ ସିରିଏଲ ନମ୍ବର ଦେଖିବା ଜରୁରୀ। ନୋଟ ରେ ସୁରକ୍ଷା ମାନକ ରହିଲେ ବ୍ୟାଙ୍କ ରେ ଏହା ର ବଦଳେରେ କିଛି ବି ସମସ୍ୟା ଆସିବା ନାହିଁ। ଯଦି ଆପଣଙ୍କ ପାଖରେ ୫,୧୦,୨ ୦ କିମ୍ବା ୫୦ ଟଙ୍କା ରହିଛି ତେବେ ଏସବୁର ଅଧା ଅଂଶ ରହିବା ନିହାତି ଜରୁରୀ। ଯଦି ଏମିତି ନହୁଏ ତେବେ ନୋଟ ବଦଳାଇଯାଇପାରିବ ନାହିଁ। ଯଦି ଫଟା ନୋଟ ସଂଖ୍ୟା ୨୦ ରୁ ଅଧିକ ହୁଏ ତେବେ ତାର ଭାଲ୍ୟୁ ୫ହଜାର ଟଙ୍କା ରୁ ଉପରେ ରହିବ। ଏଥିପାଇଁ କିଛି ଶୁଳ୍କ ଜ ମା କରିବାକୁ ହେବ।

ଯଦି ଆପଣଙ୍କ ପାଖରେ କିଛି ଟୁକୁଡ଼ା ଖଣ୍ଡ ନୋଟ ଅଛି ତେବେ ତାକୁ ମଧ୍ୟ ବଦଳାଇପାରିବେ। ତେବେ ଏହାକୁ ବଦଳାଇବାର ପ୍ରକ୍ରିୟା ଟିକେ କଷ୍ଟ ହୋଇଥାଏ। ଏହାକୁ ରିଜର୍ଭ ବ୍ୟାଙ୍କ ବ୍ରାଞ୍ଚରେ ପୋଷ୍ଟ ଜରିଆରେ କରାଯାଏ। ଏଥିରେ ଆପଣଙ୍କବ୍ୟାଙ୍କ ଆକାଉଣ୍ଟ ନମ୍ବର , ବ୍ରାଞ୍ଚ ର ନାମ , ଆଇଏଫସି କୋଡ ର ସୂଚନା ଦେବାକୁ ହେବ।

ତେବେ ଆପଣ କିନ୍ତୁ କିଛି ନୋଟ କୁ ବଦଳାଇପାରିବେ ନାହିଁ। ଯେଉଁ ନୋଟର ବେଶି ଖଣ୍ଡ ହୋଇଯାଇଥିବ କିମ୍ବା ଜଳିଯାଇଥିବ ଏହାକୁ ସାଧାରଣ ବ୍ୟାଙ୍କରେ ବଦଳାଇପାରିବେ ନାହିଁ। ଏଥିପାଇଁ ଆପଣଙ୍କୁ ଆରିବଆଇ ରେ ସମ୍ପର୍କ କରିବାକୁ ହେବ। ଯଦି ନୋଟରେ ନାରୋ କିମ୍ବା ରାଜନୈତିିକ ମେସେଜ ଲେଖାଥିବ ତେବେ ବ୍ୟାଙ୍କ ସେହି ନୋଟକୁ ବଦଳାଇପାରିବ ନାହିଁ। ଏହବ୍ୟାତିତ ଯଦି ଜାଣି ଶୁଣି ନୋଟ କୁ ଚିରା ଯାଇଥାଏ ତେବେ ବି ବ୍ୟାଙ୍କ ଏହାର ଏକ୍ସଚେଞ୍ଚ କରିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.