Below header

ସ୍ମାର୍ଟଫୋନର ଏହି ସ୍ମାର୍ଟ ଟିପ୍ସ ଜାଣିଲେ ରହିବେ ବହୁତ ଫାଇଦାରେ

ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ ଅଛି । ଛୁଆଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏହା ସହ ବେଶ ଅଭ୍ୟସ୍ଥ । ଖାଲି ଯେ ସ୍ମାର୍ଟ ଫୋନ ସାହାଯ୍ୟରେ କେବଳ ମନୋରଞ୍ଜନକର କାମ ହେଉଛି ତାହା ନୁହେଁ । ବହୁ ଗୁରୁତ୍ୱପୂର୍ଣ କାମ ପାଇଁ ମଧ୍ୟ ଲୋକେ ସ୍ମାର୍ଟ ଫୋନର ବ୍ୟବହାର ଦ୍ୱାରା ହିଁ କରୁଛନ୍ତି । ଏମିତିକି ଆଜିକା ଦିନରେ ଗୋଟେ ଘଣ୍ଟା ବି ଏହା ବିନା କଟାଇବା ଏକ ପ୍ରକାର ଅସମ୍ଭବ ହୋଇପଡୁଛି । କିନ୍ତୁ ଏହାର ସଠିକ ବ୍ୟବହାର ଓ ଆଉ କିଛି ଆପ ସମ୍ପର୍କରେ ମାତ୍ର କେତେକ ଲୋକଙ୍କୁ ହିଁ ଜଣା ।

ଅଟୋମେଟିକ ସାଇଲେଣ୍ଟ ମୋଡ଼:
ନିଜ ସ୍ମାର୍ଟ ଫୋନକୁ ଏମିତି ସେଟ କରି ରଖନ୍ତୁ ଯାହାଦ୍ୱାରା ଆପଣ କୌଣସି ସିନେମା ହଲ, ପୁସ୍ତକାଗାରକୁ ଯାଉଥିଲେ ଆପଣଙ୍କ ସ୍ମାର୍ଟ ଫୋନ ନିଜେ ନିଜେ ସାଇସାଇଲେଣ୍ଟ ମୋଡ଼କୁ ପଳେଇବ । ଯାହାଦ୍ୱାରା ଆପଣ ଜମା ଡିଷ୍ଟର୍ବ ହେବେ ନାହିଁ । ଏଥିପାଇଁ ପ୍ରଥମେ ନିଜ ଫୋନର ସେଟିଙ୍ଗକୁ ଯାଇ ଡୁ ନଟ ଡିଷ୍ଟର୍ବକୁ ଆକ୍ଟିଭେଟ କରନ୍ତୁ । ଏହି ଫିଚର ଗୁଗୁଲ ମ୍ୟାପ ଓ ଗୁଗୁଲ କ୍ୟାଲେଣ୍ଡର ମାଧ୍ୟମରେ ହିଁ କାମ କରିଥାଏ ।

ଘରେ ଫୋନକୁ ଅନଲକ ମୋଡ଼ରେ ରଖନ୍ତୁ:
ଯଦି ଆପଣ ଚାହୁଁଛନ୍ତି ଯେ ଘରେ ଥିବା ବେଳେ ଆପଣଙ୍କ ଫୋନ ଅନଲକ ମୋଡ଼ରେ ରହୁବୋଲି । ତେବେ ଆପଣ ଫୋନର ସେଟିଙ୍ଗ ମୋଡ଼କୁ ଯାଇ ସିକୁରିଟି ଓ ଲୋକେସନ ସେଟିଙ୍ଗକୁ ଯାଇ ସ୍ମାର୍ଟ ଫୋନ ଉପରେ କ୍ଲିକ କରନ୍ତୁ । ପରେ ଟ୍ରଷ୍ଟଏଡ ପୋଷ୍ଟ ଉପରେ କ୍ଲିକ କରି ଘର ଲୋକେସନ ଦେଇ ଦିଅନ୍ତୁ । ଏହା ପରେ ଆପଣ ଘରେ ରହୁଥିବା ସମୟରେ ଆପଣଙ୍କ ଫୋନ ଅଟୋମେଟିକାଲି ଅନଲକ ହୋଇରହିବ ।

ଫୋଟୋ ଓ ଭିଡିଓ ଗୁଡିକର ବ୍ୟାକଅପ:
ଉଭୟ ଆଇଫୋନ ଓ ଆଣ୍ଡ୍ରଏଡ଼ ଫୋନରେ ଗୁଗୁଲ ଫୋଟସ ଆପ ଥାଏ । ଏହା ଦ୍ୱାରା ଆପଣ ନିଜ ଫୋଟୋ ଓ ଭିଡିଓ ଗୁଡିକୁ କ୍ଲାଉଡ଼ ମୋଡ଼ରେ ରଖିପାରିବେ । ଏଥିପାଇଁ ଗୁଗୁଲ ଫୋଟୋ ଆପକୁ ଯାଇ ବ୍ୟାକଆପ ଅନ କରନ୍ତୁ । ଏହା ସହ ଗୁଗୁଲ କ୍ଲାଉଡ଼ରେ ଆପଣଙ୍କୁ ୧୫ ଜିବି ଡାଟା ଷ୍ଟୋରେଜ ଫ୍ରି ମିଳିବ । ଏହାବାଦବି ଆପଣଙ୍କୁ ସ୍ପେସ ଦରକାର ଥିଲେ କିଛି ପଇସା ଖର୍ଚ୍ଚ କରି ଆପଣ ୧୦୦ ଜିବି ଷ୍ଟୋରେଜ କିଣିପାରିବେ । ଗୁଗୁଲ ଫୋଟୋ ବ୍ୟତୀତ ଆପଣ ଆଇଫୋନ ଗୁଡିକରେ ଏଇ ଆରମ୍ଭ କରିପାରିବେ ।

ଡ୍ରାଇଭିଙ୍ଗ ସମୟରେ ଅଟୋମେଟିକ ରିପ୍ଲାଏ:
ଏହି ଆପକୁ ସେଟିଙ୍ଗ କରିବା ଦ୍ୱାରା ଆପଣଙ୍କ ସ୍ମାର୍ଟ ଫୋନ ଜାଣିପାରିବ ଯେ ଆପଣ ଗାଡି ଚଳାଉଛନ୍ତି ବୋଲି । ଏହି ସମୟରେ ଯଦି ଆପଣଙ୍କ ପାଖକୁ ଯଦି କିଛି କଲ ଆସେ ତେବେ ତାହା ଅଟୋମେଟିକ ଭାବେ ତାହାର ଜବାବ ଦେବ । ଯାହାଦ୍ୱାରା ଆପଣ ବିନା କୌଣସି ଦ୍ବିଧାରେ ଗାଡି ଚଳାଇପାରିବେ । ଆଇଫୋନ ବ୍ୟବହାର କାରୀମନେ ର do not disturbକୁ ଯାଇ ଆପଣ ଏହାର ସେଟିଙ୍ଗ କରନ୍ତୁ । ଆଣ୍ଡ୍ରଏଡ଼ ବ୍ୟବହାରକାରୀ android outକୁ ଯାଇ ଏହାହିଁ ଆପର ସେଟିଙ୍ଗ କରନ୍ତୁ ।

କୋଉଠି କେତେ ସମୟ କଟାଇଲେ:
ଯଦି ଆପଣ ଚାହୁଁଛନ୍ତିକି ଆପଣ ଯେଉଁ ସ୍ଥାନକୁ ଯାଉଛନ୍ତି ସେଠି କେତେ ସମୟ କଟାଉଛନ୍ତି ତାହା ଜାଣିବା ପାଇଁ । ତେବେ ଆଇଫଟିଟିଟି ଆପକୁ ଡାଉନଲୋଡ଼ କରନ୍ତୁ । ଏହା ପରେ କିଛି ସେଟିଙ୍ଗ କରିବା ପରେ ଆପଣଙ୍କୁ ଏକ ଲିଷ୍ଟ ଦେଖାଯିବ । ଯାହାଦ୍ୱାରା ଆପଣ ଅତି ସହଜରେ ଜାଣି ପାରିବେ ଯେ ଆପଣ କୋଉଠି କେତେ ସମୟ କାଟୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.