ଫିଫା ବିଶ୍ୱକପ୍‌ରେ ଆଜି ପ୍ରଥମ ସେମି ଫାଇନାଲ: ମୁହାଁମୁହିଁ ହେବେ ଆର୍ଜେଣ୍ଟିନା ଓ କ୍ରୋଏସିଆ

କେନ୍ୟୁଜ୍: ଚଳିତ କତାର ଫିଫା ବିଶ୍ୱକପ୍‌ରେ ଆଜି ପ୍ରଥମ ସେମି ଫାଇନାଲ ମୁକାବିଲା। ୨ଥର ଚାମ୍ପିଅନ ଆର୍ଜେଣ୍ଟିନା ଓ ଗତ ବିଶ୍ୱକପ ରନର୍ସ ଅପ୍‌ କ୍ରୋଏସିଆ ପରସ୍ପରକୁ ଭେଟିବେ। ଲୁସେଲ ଷ୍ଟାଡିୟମ ପ୍ରସ୍ତୁତ । ସୁଦୂର ଦକ୍ଷିଣ ଆମେରିକାରୁ ହଜାର ହଜାର ଫଉଟବୁଲ ପ୍ରେମୀ ଆର୍ଜେଣ୍ଟିନାକୁ ସମର୍ଥନ କରିବାକୁ କତାରରେ ଭିଡ ଜମାଇଛନ୍ତି। ଅନ୍ୟ ପ୍ରମୁଖ ଟାଇଟଲ ଦାବିଦାର ଦଳ ବାଦ ପଡିସାରିଥିବାରୁ ସମଗ୍ର ୟୁରୋପ ବର୍ତ୍ତମାନ କ୍ରୋଏସିଆକୁ ସମର୍ଥନ କରୁଛି ।

ଦୁଇ ଭେଟେରାନ ଲିଓନେଲ ମେସି ଓ ଲୁକା ମୋତ୍ରିକ ନିଜ ନିଜ ଦଳକୁ ଫାଇନାଲରେ ପହଞ୍ଚାଇବା ପାଇଁ ପ୍ରତିଶ୍ରୁତିବଦ୍ଧ । ଫଳରେ ମ୍ୟାଚ ହେବ ସଂଘର୍ଷପୂର୍ଣ୍ଣ। ଉଭୟ ଦଳ ତୃତୀୟ ଥର ପାଇଁ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ୧୯୯୮ ବିଶ୍ୱକପରେ ଆର୍ଜେଣ୍ଟିନା ୧-୦ ଗୋଲ୍‌ରେ ବିଜୟ ହାସଲ କରିଥିଲା। ଗତ ୨୦୧୮ ରୁଷିଆ ବିଶ୍ୱକପ ଗ୍ରୁପ ପର୍ଯ୍ୟାୟରେ କ୍ରୋଏସିଆ ୩-୦ ଗୋଲ୍‌ରେ ବିଜୟୀ ହୋଇଥିଲା। ଏଥର ଆର୍ଜେଣ୍ଟିନା ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରସ୍ତୁତି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.