Below header

କାର୍‌କୁ ପଛରୁ ପିଟିଲା ବୋଲେରୋ; ୯ ମୃତ, ୨୩ ଆହତ

ଛତିଶଗଡର ବମତରାଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବୋଲେରୋ ଓ ପିକଅପ୍ ଭ୍ୟାନ୍ ମଧ୍ୟରେ ଧକ୍କା ହେବାରୁ ୯ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨୩ ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୫ ମହିଳା ଓ ୩ ଛୁଆ ଅଛନ୍ତି । ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ରାୟପୁର AIIMSକୁସ୍ଥାନାନ୍ତରିତ କରାଯାଇଛି।

ଛତିଶଗଡ଼ (କେନ୍ୟୁଜ) : ଛତିଶଗଡର ବମତରାଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବୋଲେରୋ ଓ ପିକଅପ୍ ଭ୍ୟାନ୍ ମଧ୍ୟରେ ଧକ୍କା ହେବାରୁ ୯ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨୩ ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୫ ମହିଳା ଓ ୩ ଛୁଆ ଅଛନ୍ତି । ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ରାୟପୁର AIIMSକୁସ୍ଥାନାନ୍ତରିତ କରାଯାଇଛି। ଅନ୍ୟମାନଙ୍କୁ ଚିକିତ୍ସା ନିମନ୍ତେ ବେମତରା ଓ ସିମଗା ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

କୁହାଯାଉଛି ଯେ ବେମତରା ପୋଲିସ ଷ୍ଟେସନ ଅଞ୍ଚଳର କାଥିଆ ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି । ସମସ୍ତେ ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ତିରାୟା ଗାଁରୁ ପଠରାକୁ ଫେରୁଥିଲେ । ଏହି ସମୟରେ ଗାଡିଟି ପିକଅପ୍ ଦ୍ୱାରା ଧକ୍କା ଦେଇଥିଲା । ଏହି ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ ଘଟଣାସ୍ଥଳରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲା । ସଙ୍ଗେ ସଙ୍ଗେ ପୋଲିସ ଓ ପ୍ରଶାସନ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳରେ ଜିଲ୍ଲାପାଳ, ଏସ୍‌ପି ପ୍ରମୁଖ ପହଞ୍ଚିଥିବା ଜଣାଯାଇଛି। ଏଥଇସହ ସ୍ଥାନୀୟ ବିଧାୟକ ଦିପେଶ ସାହୁ ବି ବିଳମ୍ବିତ ରାତିରେ ହସ୍ପିଟାଲରେ ପହଞ୍ଚି ଗୁରୁତରଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.