Below header

ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୭ ୱିକେଟରେ ହରାଇଲା ରାଜସ୍ଥାନ, ପ୍ଲେ ଅଫ୍ ରେ ସ୍ଥାନ ପକ୍କା

ଆଇପିଏଲର ୪୪ତମ ମ୍ୟାଚରେ ରାଜସ୍ଥାନର ବିଜୟ । ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୭ ୱିକେଟରେ ହରାଇ ପ୍ଲେ ଅଫ୍ ପ୍ରବେଶକୁ ଏକ ପ୍ରକାର ନିଶ୍ଚିତ କରିଛି । ରାଜସ୍ଥାନ ରୟାଲ୍ସକୁ ୧୯୬ ରନର ବିଜୟ ଲକ୍ଷ ଦେଇଥିଲା ଲକ୍ଷ୍ନୌ ।

ଆଇପିଏଲର ୪୪ତମ ମ୍ୟାଚରେ ରାଜସ୍ଥାନର ବିଜୟ । ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୭ ୱିକେଟରେ ହରାଇ ପ୍ଲେ ଅଫ୍ ପ୍ରବେଶକୁ ଏକ ପ୍ରକାର ନିଶ୍ଚିତ କରିଛି । ରାଜସ୍ଥାନ ରୟାଲ୍ସକୁ ୧୯୬ ରନର ବିଜୟ ଲକ୍ଷ ଦେଇଥିଲା ଲକ୍ଷ୍ନୌ ।

ଅଟଳବିହାରୀ ଷ୍ଟାଡିୟମରେ ଏହି ବିଜୟ ଲକ୍ଷକୁ ହାସଲ କରିବା ସହଜ ନଥିଲା । କିନ୍ତୁ ସାମସନ ଓ ଧ୍ରୁବ ଜୁରେଲଙ୍କ ଶତକୀୟ ଭାଗିଦାରୀ ଦଳକୁ ବିଜୟର ଶ୍ବାଦ ଚଖାଇଥିଲା । ସାମସନ -ଜୁରେଲ ଯୋଡି ୬୨ ବଲରେ ୧୨୧ରନ ହାସଲ କରିଥିଲା ।

ପ୍ରଥମେ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ ଟସ ଜିତି ଫ୍ଲିଲ୍ଡିଂ ନିଷ୍ପତି ନେଇଥିଲେ ଯାହାକି ସଫଳ ସାବ୍ୟସ୍ଥ ହୋଇଥିଲା । ୧୯ ଓଭରର ଶେଷ ଦୁଇ ବଲକୁ ସାମସନ ମିଡ ୱିକେଟ ଦେଇ ଚୌକା ଓ ଫାଇନ ଲେଗ ଉପରେ ଛକା ମାରି ମ୍ୟାଚ ଶେଷ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.