କଂଗ୍ରେସରୁ ବହିଷ୍କାର ପାଇଁ ମୋ ଆତ୍ମାକୁ ବାଧିଛି : ସୁର ରାଉତରାୟ

କଂଗ୍ରେସରୁ ବହିଷ୍କାର ପାଇଁ ମୋ ଆତ୍ମାକୁ ବାଧିଛି । ୨ ରାତି ଶୋଇ ପାରିନାହିଁ । ଏହା କହିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ ।

ଭୁବନେଶ୍ୱର : କଂଗ୍ରେସରୁ ବହିଷ୍କାର ପାଇଁ ମୋ ଆତ୍ମାକୁ ବାଧିଛି  । ୨ ରାତି ଶୋଇ ପାରିନାହିଁ  । ଏହା କହିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ  । ପୁଣି କଂଗ୍ରେସ ବିରୋଧରେ ସେ ବିଷୋଦଗାର କରିଛନ୍ତି । କହିଛନ୍ତି, ଭୁବନେଶ୍ୱର ଲୋକସଭା ଆସନ ପାଇଁ କଂଗ୍ରେସ ୟାଶିର ନୱାଜଙ୍କୁ ପ୍ରାର୍ଥୀ କରିଛି  । ଏହାର କିଛି ପ୍ରଭାବ ମନ୍ମଥଙ୍କ ଉପରେ ପଡ଼ିବ ନାହିଁ  ।

ବିଜେଡିକୁ ସମର୍ଥନ କରୁନାହିଁ  । ମୁଁ ମୋ ପୁଅ ମନ୍ମଥକୁ ସମର୍ଥନ କରୁଛି ବୋଲି କହିଛନ୍ତି ସୁର  । ୨୦୨୪ ନିର୍ବାଚନରେ ମନ୍ମଥ ରାଉତରାୟ ବିପୁଳ ଭୋଟରେ ବିଜୟୀ ହେବେ ବୋଲି ସେ କହିଛନ୍ତି  । କଂଗ୍ରେସ ଦଳର କୌଣସି କ୍ଷତି ହେଉ ଚାହୁଁନାହିଁ  ।

କିନ୍ତୁ ମୋ ପ୍ରତି ହୋଇଥିବା ଅନ୍ୟାୟ ପାଇଁ ନିଶ୍ଚୟ ସ୍ୱର ଉତ୍ତୋଳନ କରିବି  । ନିର୍ବାଚନ ପରେ ୨୯ ତାରିଖରେ ସମସ୍ତେ ଦେଖିବେ ମୋ ସମର୍ଥକ କେଉଁଭଳି ବିଦ୍ରୋହ କରିବେ  । ବିଦ୍ରୋହ କରି ଶହେ ଜଣ ଜେଲକୁ ଯିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ସୁର  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.