ନିର୍ବାଚନ ପ୍ରଚାର ଛାଡ଼ି ମା’ ଓ ଶିଶୁର ଜୀବନ ବଞ୍ଚାଇଲେ ମହିଳା ଡାକ୍ତର, ଛୁଟୁଛି ପ୍ରଶଂସାର ସୁଅ

ଆନ୍ଧ୍ରପ୍ରଦେଶର ପ୍ରକାଶମ୍‌ ଜିଲ୍ଲା ଅନ୍ତର୍ଗତ ଦାରସି ବିଧାନସଭା ନିର୍ବାଚନମଣ୍ଡଳୀରୁ ଟିଡିପି ପ୍ରାର୍ଥୀ ଗୋଟିପତି ଲକ୍ଷ୍ମୀ ଏମିତି କିଛି କାମ କରିଛନ୍ତି, ଯାହା ପରେ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି ।

ଭଗବାନଙ୍କ ଜୀବନ୍ତ ରୂପ ଭାବେ ଆମେ ଡାକ୍ତରଙ୍କୁ ବିଶ୍ୱାସ କରୁ । କାରଣ ଡାକ୍ତରମାନେ ହିଁ ରୋଗୀଙ୍କୁ ମରଣ ମୁହଁରୁ ବଞ୍ଚାଇ ପାରନ୍ତି । ଡାକ୍ତରମାନେ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ନା ଦେଖନ୍ତି ସ୍ଥାନ ନା ଦେଖନ୍ତି ସମୟ । ସେମାନେ ରୋଗୀଙ୍କ ଯନ୍ତ୍ରଣାକୁ ଭଲ ଭାବେ ବୁଝନ୍ତି । ଆଉ ନିଜ କାମକୁ ପଛରେ ପକାଇ ପ୍ରଥମେ ରୋଗୀଙ୍କ ଜୀବନ ବଞ୍ଚାଇବାକୁ ଗୁରୁତ୍ୱ ଦିଅନ୍ତି । ତେବେ ଏଭଳି ଅନେକ ଘଟଣା ରହିଛି, ଯେଉଁଥିରେ ଡାକ୍ତରମାନେ ନିଜ ବ୍ୟକ୍ତିଗତ ଜୀବନକୁ ପଛରେ ପକାଇ ରୋଗୀମାନଙ୍କ ଚିକିତ୍ସା କରନ୍ତି । ଏପରିକି ଚଳନ୍ତା ଟ୍ରେନ ଏବଂ ଉଡ଼ନ୍ତା ବିମାନରେ ମଧ୍ୟ ଡାକ୍ତରମାନେ ନିଜ କର୍ତ୍ତବ୍ୟ ଦେଖାଇଥିବା ଖବର ଅନେକ ଥର ଶୁଣିବାକୁ ମିଳିଛି । ସମାନ ଭାବେ ନିକଟରେ ଜଣେ ମହିଳା ଡାକ୍ତର ନିଜ କର୍ତ୍ତବ୍ୟର ପରିଚୟ ଦେଇଛନ୍ତି ।

ଆନ୍ଧ୍ରପ୍ରଦେଶରେ ଲୋକସଭା ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଅଭିଯାନ ଚାଲିଛି । ଏହି ସମୟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କ ହୃଦୟକୁ ଛୁଇଁବ । ଆନ୍ଧ୍ରପ୍ରଦେଶର ପ୍ରକାଶମ୍‌ ଜିଲ୍ଲା ଅନ୍ତର୍ଗତ ଦାରସି ବିଧାନସଭା ନିର୍ବାଚନମଣ୍ଡଳୀରୁ ଟିଡିପି ପ୍ରାର୍ଥୀ ଗୋଟିପତି ଲକ୍ଷ୍ମୀ ଏମିତି କିଛି କାମ କରିଛନ୍ତି, ଯାହା ପରେ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି ।

ଗୋଟିପତି ଲକ୍ଷ୍ମୀ ଗତ ଗୁରୁବାର ଦିନ ନିର୍ବାଚନ ପ୍ରଚାର ପାଇଁ ଯାଉଥିବା ସମୟରେ ତାଙ୍କୁ ଜଣେ ମହିଳାଙ୍କ ବିଷୟରେ ଖବର ଦିଆଯାଇଥିଲା । ମହିଳା ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଥିବା କଥା ଜାଣିବା ପରେ ଲକ୍ଷ୍ମୀ ପ୍ରଚାର କାମ ଛାଡ଼ି ସିଧା ହସ୍ପିଟାଲରେ ପହଞ୍ଚିଥିଲେ । ମହିଳାଙ୍କ ଗର୍ଭପାତ ହେବାର ସମ୍ଭାବନା ଥିଲା ତେଣୁ ଯଥାସମ୍ଭବ ତାଙ୍କୁ ଗୁଣ୍ଟୁରର ଏକ ଡାକ୍ତରଖାନାକୁ ପଠାଯାଇଥିଲା। ଲକ୍ଷ୍ମୀ ଏ ବିଷୟରେ ସୂଚନା ପାଇବା ମାତ୍ରେ ଡାକ୍ତରଖାନାରେ ପହଞ୍ଚି ମା ଏବଂ ଶିଶୁକୁ ବଞ୍ଚାଇବା ପାଇଁ ସର୍ଜରୀ କରିଥିଲେ ।

ଖବର ଅନୁଯାୟୀ ଗୋଟିପତି ଲକ୍ଷ୍ମୀ ନିର୍ବାଚନ ପ୍ରଚାର ପାଇଁ ବାହାରିଥିବା ସମୟରେ ତାଙ୍କୁ ଜଣେ ଗର୍ଭବତୀ ମହିଳାଙ୍କ ବିଷୟରେ ସୂଚନା ଦିଆଯାଇଥିଲା । ତାଙ୍କୁ କୁହାଯାଇଥିଲା ଯେ ମହିଳାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି , ମହିଳାଙ୍କ ଗର୍ଭପାତ ହେବାର ସମ୍ଭାବନା ମଧ୍ୟ ରହିଛି । ତେଣୁ ଡାକ୍ତର ଗୋଟିପତି ଲକ୍ଷ୍ମୀ ବିଳମ୍ବ ନକରି ନିର୍ବାଚନ ପ୍ରଚାର ବନ୍ଦ କରିଥିଲେ । ଏବଂ ଗୁଣ୍ଟୁର ଡାକ୍ତରଖାନାରେ ପହଞ୍ଚି ମା’ ଏବଂ ନବଜାତ ଶିଶୁକୁ ବଞ୍ଚାଇବା ପାଇଁ ସି-ସେକ୍ସନ ଡେଳିଭରୀ କରାଇଥିଲେ । ସି-ସେକ୍ସନ ଡେଲିଭରୀ ପରେ ଉଭୟ ମା’ ଓ ଶିଶୁ ସୁସ୍ଥ ଅଛନ୍ତି ।

ତେବେ ଲକ୍ଷ୍ମୀ ଯଦି ଠିକ୍‌ ସମୟରେ ଆସି ଡାକ୍ତରଖାନାରେ ପହଞ୍ଚି ପାରି ନଥାନ୍ତେ ତେବେ ଅବସ୍ଥା ଯେ କଣ ହୋଇଥାନ୍ତା ତାହା ନକହିବା ଭଲ । ଲକ୍ଷ୍ମୀଙ୍କ ଉଚିତ୍‌ ପଦକ୍ଷେପ ଜଣେ ମା’ ଓ ଶିଶୁର ଜୀବନ ବଞ୍ଚାଇଛି । ଲକ୍ଷ୍ମୀଙ୍କ ଏପରି କାର୍ଯ୍ୟରେ ଅଞ୍ଚଳବାସୀ ବେଶ୍‌ ଖୁସି ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.