ବଦଳିଲା ଦୂରଦର୍ଶନ ଲୋଗୋର ରଙ୍ଗ, ନାଲି ବଦଳରେ ଏବେ ଦିଶିବ ଅରେଞ୍ଜ
ଦୀର୍ଘ ଦିନ ଧରି ରହି ଆସିଥିବା ଦୂରଦର୍ଶନ ଲୋଗୋ ରଙ୍ଗକୁ ବଦଳାଇ ଦିଆଯାଇଛି । ପୂର୍ବରୁ ଲୋଗୋରେ ନାଲି ରଙ୍ଗ ଥିବାବେଳେ ବର୍ତ୍ତମାନ କମଳା ରଙ୍ଗ କରାଯାଇଛି। ଯାହାକୁ ନେଇ ଅନେକ ସମାଲୋଚନା ହୋଉଛି ।

ଦୂରଦର୍ଶନ ଲୋଗୋର ରଙ୍ଗ ପରିବର୍ତ୍ତନ ହୋଇଛି । ଦୀର୍ଘ ଦିନ ଧରି ରହି ଆସିଥିବା ଲୋଗୋ ରଙ୍ଗକୁ ବଦଳାଇ ଦିଆଯାଇଛି । ପୂର୍ବରୁ ଲୋଗୋରେ ନାଲି ରଙ୍ଗ ଥିବାବେଳେ ବର୍ତ୍ତମାନ କମଳା ରଙ୍ଗ କରାଯାଇଛି। ଯାହାକୁ ନେଇ ଅନେକ ସମାଲୋଚନା ହୋଉଛି ।
ଡିଡି ନ୍ୟୁଜର ଅଫିସିଆଲ୍ ଏକ୍ସ ପୋଷ୍ଟରେ ଏକ ପ୍ରମୋସନାଲ ଭିଡିଓ ସେୟାର କରି ନୂଆ ଲୋଗୋ ବିଷୟରେ ଖୁଲାସା କରିଛି । ଏଥିରେ କହିଛି, ପୂର୍ବ ପରି ଆମର ମୂଲ୍ୟବୋଧ ସମାନ ରହିବ, କିନ୍ତୁ ଆମେ ଏକ ନୂଆ ଅବତାରରେ। ନୂଆ ଏକ ସମ୍ବାଦ ଯାତ୍ରା ପାଇଁ ପ୍ରସ୍ତୁତ ହୁଅନ୍ତୁ, ଯାହା କେବେ ପୂର୍ବରୁ ହୋଇନାହିଁ… ବିଲକୁଲ ନୂଆ DD ନ୍ୟୁଜର ଅଭିଜ୍ଞତା ନିଅନ୍ତୁ !
While our values remain the same, we are now available in a new avatar. Get ready for a news journey like never before.. Experience the all-new DD News!
We have the courage to put:
Accuracy over speed
Facts over claims
Truth over sensationalismBecause if it is on DD News, it… pic.twitter.com/YH230pGBKs
— DD News (@DDNewslive) April 16, 2024
ଡିଡିର ନୂଆ ଲୋଗୋ ସମାଲୋଚନାର ଶିକାର ହୋଇଛି । କେତେ ୟୁଜର୍ସ ଏହାକୁ କାହିଁକି ନିର୍ବାଚନ ପୂର୍ବରୁ ବଦଳାଇ ଦିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି । ତେବେ ବିରୋଧୀ ଦଳ ଏହି ପରିବର୍ତ୍ତନକୁ ନେଇ ରାଜନୈତିକ ମନ୍ତବ୍ୟ ଦେଇଛନ୍ତି ।
As ex CEO of Prasar Bharati it hurts to see the saffronisation of Doordarshan’s logo
— just before elections!
It will influence voters, by overlaying the colour one religion and Sangh parivar colour with a ‘neutral’ Public Broadcaster and a biassed Govt/Regime! pic.twitter.com/g7m0PH9nMf— Jawhar Sircar (@jawharsircar) April 20, 2024
ସେହିପରି ୨୦୧୨ ରୁ ୨୦୧୪ ପର୍ଯ୍ୟନ୍ତ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଥିବା କଂଗ୍ରେସର ମନୀଷ ତିୱାରୀ ମଧ୍ୟ ଏହି ପରିବର୍ତ୍ତନକୁ ସମାଲୋଚନା କରିଛନ୍ତି । ତେବେ ଏହାକୁ ନେଇ ସୋସିଆଲ ମିଡିଆରେ ବାକ୍ଯୁଦ୍ଧ ଆରମ୍ଭ ହୋଇଯାଇଛି ।