ଫାଷ୍ଟ୍‍ ଟାଇମ୍‌ ଭୋଟ ଦେଉଥିବା ବ୍ୟକ୍ତି ଏହି ବିମାନରେ ଗଲେ ପାଇବେ ରିହାତି, ହଁ ଜଲଦି କରନ୍ତୁ ବୁକିଙ୍ଗ୍‌

ଏୟାରଲାଇନ୍ସ ଜଣାଇଛି ଯେ ଲୋକସଭା ନିର୍ବାଚନରେ ପ୍ରଥମ ଥର ପାଇଁ ଭୋଟ୍‌ ଦେବାକୁ ଥିବା ଭୋଟରଙ୍କୁ କମ୍ପାନୀ ବିଶେଷ ରିହାତି ଦେବ । ଆଉ ଏହି ରିହାତି ୧୯ ପ୍ରତିଶତ ପର୍ଯ୍ୟନ୍ତ ରହିବ।

ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ସବୁଠୁ ବଡ଼ ପର୍ବ ସାଧାରଣ ନିର୍ବାଚନ। ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏପ୍ରିଲ ୧୯ ତାରିଖ ଠାରୁ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ । ନିର୍ବାଚନ ସମୟ ମଧ୍ୟରେ ଟାଟା ଗ୍ରୁପର ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ପ୍ରଥମ ଥର ପାଇଁ ଭୋଟ୍‌ ଦେବାକୁ ଥିବା ଭୋଟରଙ୍କୁ ଉତ୍ସାହିତ କରିବାକୁ ଏକ ବଡ଼ ଘୋଷଣା କରିଛି । ଯାହାକୁ ଜାଣିଲା ପରେ ଆପଣ ଏକଦମ୍‌ ଖୁସି ହୋଇଯିବେ । ଏୟାରଲାଇନ୍ସ ଜଣାଇଛି ଯେ ଲୋକସଭା ନିର୍ବାଚନରେ ପ୍ରଥମ ଥର ପାଇଁ ଭୋଟ୍‌ ଦେବାକୁ ଥିବା ଭୋଟରଙ୍କୁ କମ୍ପାନୀ ବିଶେଷ ରିହାତି ଦେବ । ଆଉ ଏହି ରିହାତି ୧୯ ପ୍ରତିଶତ ପର୍ଯ୍ୟନ୍ତ ରହିବ।

ଆରମ୍ଭ ହୋଇଛି ଏକ ବିଶେଷ ଅଭିଯାନ

ଏୟାର ଇଣ୍ଡିଆ ଏକ୍ସପ୍ରେସ ଯୁବକମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ଭୋଟ୍ ଦେବା ପାଇଁ ପ୍ରୋତ୍ସାହିତ କରିବା ପାଇଁ #VoteAsYouAre ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛି। ଏହି ଅଭିଯାନ ଅନୁଯାୟୀ ୧୮ ରୁ ୨୨ ବର୍ଷ ବୟସର ଭୋଟରମାନେ ଏହି ରିହାତି ପାଇବେ। କମ୍ପାନୀ ଏକ ବିବୃତ୍ତିରେ କହିଛି କି ସମ୍ପୃକ୍ତ ନିର୍ବାଚନମଣ୍ଡଳୀ ନିକଟ ବିମାନବନ୍ଦରକୁ ଯାତ୍ରା କରିବା ପାଇଁ ଭୋଟରଙ୍କୁ ଏହି ରିହାତି ମିଳିବ। ଏହି ଡିସକାଉଣ୍ଟ ଅବଧି ୨୦୨୪ ଏପ୍ରିଲ ୧୮ ରୁ ଜୁନ୍ ୧ ପର୍ଯ୍ୟନ୍ତ ରହିବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତେବେ ଏହି ରିହାତି ଟିକେଟର ବୁକିଂ ଏୟାରଲାଇନ୍ସର ମୋବାଇଲ୍ ଆପ୍ ଏବଂ ୱେବସାଇଟ୍ www.airindiaexpress.com ମାଧ୍ୟମରେ କରିପାରିବେ।

ଏୟାର ଇଣ୍ଡିଆ ଏକ୍ସପ୍ରେସର ସିଇଓ କହିଛନ୍ତି ଯେ ଏୟାର ଇଣ୍ଡିଆ ଏକ୍ସପ୍ରେସ ସବୁବେଳେ ପରିବର୍ତ୍ତନ ପାଇଁ ଆଗକୁ ବଢ଼ି କାମ କରିଛି। କମ୍ପାନୀ ଏହାର ୧୯ତମ ବାର୍ଷିକୀ ପାଇଁ ପ୍ରସ୍ତୁତ ହେଉଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ଏହାର ସ୍ୱତନ୍ତ୍ର ପଦକ୍ଷେପ #VoteAsYouAre ଅଭିଯାନ ଲଞ୍ଚ୍‌ କରିଛି । ଏହି ପଦକ୍ଷେପ ସକ୍ରୀୟ ନାଗରିକତା ଏବଂ ଲୋକତାନ୍ତ୍ରିକ ଭାଗିଦାରୀ ସଂସ୍କୃତକୁ ବୃଦ୍ଧି କରି ଦେଶର ଭବିଷ୍ୟତକୁ ଆକାର ଦେବା ପାଇଁ ଯୁବାଙ୍କୁ ସଶକ୍ତ ଏବଂ ପ୍ରେରିତ କରିବା ତାଙ୍କର ପ୍ରତିବନ୍ଧତାର ପ୍ରତୀକ ଅଟେ ।

ଟାଟା ଗ୍ରୁପର ବିମାନ କମ୍ପାନୀ ଏୟାର ଇଣ୍ଡିଆ ଏକ୍ସପ୍ରେସ ସମଗ୍ର ଭାରତୀୟ ରାଜ୍ୟରେ ୩୧ଟି ଗନ୍ତବ୍ୟ ସ୍ଥଳକୁ ବିମାନ ଚଳାଚଳ କରୁଛି। ଏଥିମଧ୍ୟରେ ପଞ୍ଜାବର ଅମୃତସର, ଉତ୍ତରପ୍ରଦେଶର ଅଯୋଧ୍ୟା, ଦିଲ୍ଲୀ, ଗୋଆ, ଗୁଆହାଟି, ଗ୍ୱାଲିଅର, ହାଇଦ୍ରାବାଦ, ମଣିପୁରର ଇମ୍ଫାଲ, ଇନ୍ଦୋର, ମଧ୍ୟପ୍ରଦେଶର ଜୟପୁର, କେରଳର କନ୍ନୁର, କୋଚି ଏବଂ କୋଜିକୋଡେ, କୋଲକାତା, ଲକ୍ଷ୍ନୌ, ଶ୍ରୀନଗର, ରାଞ୍ଚି, ପୁଣେ, ମୁମ୍ବାଇ, ବାରାଣାସୀ ଆଦି ପ୍ରମୁଖ ସହର ଅନ୍ତର୍ଭୁକ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.