Below header

ଖରାରେ ଛଟପଟ ହେଉଛି ସାରା ଓଡ଼ିଶା, ଭୀଷଣ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ୩ ସହରକୁ ରେଡ୍ ଆଲର୍ଟ

ଭୀଷଣ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ୩ ସହରକୁ ରେଡ୍ ଆଲର୍ଟ ଜାରି କରଯାଇଛି । କଟକ, ଭୁବନେଶ୍ବର ସହ ବାଲେଶ୍ବରକୁ ରେଡ୍‌ ଆଲର୍ଟ ଜାରି କଲା ଭୁବନେଶ୍ବର ପାଣିପାଗ କେନ୍ଦ୍ର। 

ଭୁବନେଶ୍ୱର (କେନ୍ୟୁଜ): ପ୍ରତିଦିନ ନିଜ ରେକର୍ଡ ଭାଙ୍ଗୁଛି ତାତି । ତେବେ ଏହି ତାପମାତ୍ରା ଆହୁରି ବୃଦ୍ଧି ପାଇବ ଓ ୨ ଦିନ ମଧ୍ୟରେ ରାଜ୍ୟରେ ତାତି ଆହୁରି ବଢ଼ିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଭୀଷଣ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ୩ ସହରକୁ ରେଡ୍ ଆଲର୍ଟ ଜାରି କରଯାଇଛି । କଟକ, ଭୁବନେଶ୍ବର ସହ ବାଲେଶ୍ବରକୁ ରେଡ୍‌ ଆଲର୍ଟ ଜାରି କଲା ଭୁବନେଶ୍ବର ପାଣିପାଗ କେନ୍ଦ୍ର।  ଏଭଳି ଖରାରେ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି । ଖରା ତାତିରେ ଦେହ ହାତ ପୋଡ଼ି ହେଲା ଭଳି ଲାଗୁଛି । ରାଜ୍ୟରେ ଏବେ ପ୍ରତିଦିନ ଅଧିକାଂଶ ସ୍ଥାନରେ ପାରଦ ୪୦ ଉପରେ ରହୁଛି । ଆଜି ଉଭୟ କଟକ ଓ ଭୁବନେଶ୍ବରର ସହର ପାଇଁ ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ଥିବାରୁ ରେଡ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଅନ୍ୟପପଟ ଆଜି ସକାଳ ୮ଟା୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଛି ବାରିପଦା । ବାରିପଦାରେ ୩୮.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ତାଳଚେରରେ ୩୭.୮, ବାଲେଶ୍ବର ୩୬.୬, କେନ୍ଦୁଝରରେ ୩୬.୪ ଡିଗ୍ରୀ ରହିଛି ତାପମାତ୍ରା । ସେହିପରି କଟକରେ ୩୫.୮ ଡିଗ୍ରୀ, ଭଦ୍ରକରେ ୩୫ ଡିଗ୍ରୀ, ରାଉରକେଲାରେ ତାପମାତ୍ରା ରହିଛି ୩୫ ଡିଗ୍ରୀ ସେଲସିୟସ । ୩୦ ଡିଗ୍ରୀ ଉପରେ ରହିଛି ୧୫ଟି ସହରର ତାପମାତ୍ରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.