ଏଲନ ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ, ୨୫ ହଜାର କୋଟି କରିଥାନ୍ତେ ନିବେଶ

ପ୍ରଥମ ଥର ପାଇଁ ଭାରତ ଆସିଥାନ୍ତେ ଏଲନ ମସ୍କ । ଏପ୍ରିଲ ୨୧ ଓ ୨୨ରେ ଭାରତ ଆସିବାର କାର୍ଯ୍ୟକ୍ରମ ରହିଥିଲା । ଯାହା ଏବେ ସ୍ଥଗିତ ହୋଇଥିବା ଖବର ମିଳିଛି । ଏହି ଯାତ୍ରା ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥାନ୍ତେ ।

ଟେସଲା ସିଇଓ ଏଲନ୍ ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ । ପ୍ରଥମ ଥର ପାଇଁ ଭାରତ ଆସିଥାନ୍ତେ ଏଲନ ମସ୍କ । ଏପ୍ରିଲ ୨୧ ଓ ୨୨ରେ ଭାରତ ଆସିବାର କାର୍ଯ୍ୟକ୍ରମ ରହିଥିଲା । ଯାହା ଏବେ ସ୍ଥଗିତ ହୋଇଥିବା ଖବର ମିଳିଛି । ଏହି ଯାତ୍ରା ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥାନ୍ତେ । ଏହି ସମୟରେ ମସ୍କ ଟେସଲା ଭାରତୀୟ ବଜାରରେ ପ୍ରବେଶ ନେଇ ଘୋଷଣା କରିଥାନ୍ତେ । ତେବେ ୨୫ ହଜାର କୋଟି ନିବେଶ କରିଥାନ୍ତେ ବୋଲି ଖବର ମିଳିଛି ।

ଏପ୍ରିଲ ୧୦ରେ ମସ୍କ ଏକ୍ସରେ ପୋଷ୍ଟ କରିଥିଲେ କି, ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାକୁ ଉତ୍ସାହିତ ରହିଛନ୍ତି । ଏହା ବ୍ୟତିତ ସେ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ଲାଗି ଯୁକ୍ତି ଉପସ୍ଥାପନ ମଧ୍ୟ କରିଥିଲେ । କିନ୍ତୁ ଭାରତ ଆସିବା ଗସ୍ତକୁ ସ୍ଥଗିତ କରିଛନ୍ତି ମସ୍କ । ତେବେ ମସ୍କ କାହିଁକି ତାଙ୍କ ଯାତ୍ରା ସ୍ଥଗିତ କରିଛନ୍ତି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ନିଜର ଭାରତ ଗସ୍ତ ସମୟରେ ଏଲନ ମସ୍କ ଭାରତରେ ୨ ରୁ ୩ ବିଲିଅନ ଡଲାର ଅର୍ଥାତ୍‌ ୨୫ ହଜାର କୋଟି ଟଙ୍କା ନିବେଶ କରିବାକୁ ଘୋଷଣା କରିଥିଲେ । ଆଉ ଏହାକୁ ନେଇ ଭାରତରେ ଏକ ମାନୁଫାକ୍ଚରିଂ ୟୁନିଟ ପ୍ରସ୍ତୁତ କରିବାକୁ ଘୋଷଣା କରିଥାନ୍ତେ । ଏହାସହିତ ସାଟେଲାଇଟ କମ୍ୟୁନିକେସନ ପାଇଁ ଆବେଦନ କରିଥିଲେ ।

ସୂଚନାଯୋଗ୍ୟ, ଗତ ବର୍ଷ ଜୁନ୍ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ ବେଳେ ଏଲନ ମସ୍କଙ୍କୁ ଭେଟିଥିଲେ । ଏହି ସମୟରେ ମସ୍କ କହିଥିଲେ ଯେ, ସେ ୨୦୨୪ରେ ଭାରତ ଯାତ୍ରା କରିବା ଯୋଜନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.