ଭାଇଜାନଙ୍କ ଘର ଠିକଣାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ନାରେ କ୍ୟାବ୍ ବୁକ୍ କରି ବନ୍ଧା ହେଲେ ଯୁବକ

ଗାଜିଆବାଦର ଜଣେ ୨୦ ବର୍ଷର ଛାତ୍ରକୁ ଗିରଫ କରାଯାଇଛି । ଛାତ୍ର ଜଣକର ନାମ ରୋହିତ ତ୍ୟାଗି । ହେଲେ ଗିରଫ ପଛର କାହାଣୀ ଶୁଣିଲେ ମୁଣ୍ଡରେ ହାତ ଦେବେ । ବଲିଉଡ ଭାଇଜାନ୍ ସଲମାନ ଖାନଙ୍କ ଘରୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ନାରେ କ୍ୟାବ୍ ବୁକ୍ କରିବା ଅଭିଯୋଗରେ ଯୁବକକୁ ଗିରଫ କରାଯାଇଥିବା ଜଣାପଡିଛି ।

ମୁମ୍ବାଇ: ଗାଜିଆବାଦର ଜଣେ ୨୦ ବର୍ଷର ଛାତ୍ରକୁ ଗିରଫ କରାଯାଇଛି । ଛାତ୍ର ଜଣକର ନାମ ରୋହିତ ତ୍ୟାଗି । ହେଲେ ଗିରଫ ପଛର କାହାଣୀ ଶୁଣିଲେ ମୁଣ୍ଡରେ ହାତ ଦେବେ । ବଲିଉଡ ଭାଇଜାନ୍ ସଲମାନ ଖାନଙ୍କ ଘରୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ନାରେ କ୍ୟାବ୍ ବୁକ୍ କରିବା ଅଭିଯୋଗରେ ଯୁବକକୁ ଗିରଫ କରାଯାଇଥିବା ଜଣାପଡିଛି । ଗତ ଶୁକ୍ରବାର ଏହି ଘଟଣା ସାମ୍ନାକୁ ଆସିବା ପରେ ସବୁ ଜଣାପଡିଛି ।

ଯେତେବେଳେ କ୍ୟାବ୍ ଡ୍ରାଇଭର ସଲମାନ ଖାନଙ୍କ ଘର ଗାଲାକ୍ସି ଆପାର୍ଟମେଣ୍ଟରେ ପହଞ୍ଚିଥିଲେ ସେଠାରେ ଥିବା ସିକ୍ୟୁରିଟି ଗାର୍ଡ଼ଙ୍କୁ ବୁକିଂ ବିଷୟରେ ପଚାରିଥିଲେ । ପ୍ରଥମେ ସିକ୍ୟୁରିଟି ଗାର୍ଡ଼ ଜଣକ ଚକିତ ହୋଇ ଯାଇଥିଲେ । ତାପରେ ସେ ତୁରନ୍ତ ନିକଟସ୍ଥ ବାନ୍ଦ୍ରା ପୋଲିସ୍‌ ଷ୍ଟେସନକୁ ଯାଇ ବୁକିଂ ବିଷୟରେ ସୂଚନା ଦେଇଥିଲେ । ପୋଲିସ୍ ତୁରନ୍ତ କ୍ୟାବ ଡ୍ରାଇଭରଙ୍କୁ ପଚରାଉଚରା କରିବା ସହ କ୍ୟାବକୁ ଅନଲାଇନରେ ବୁକ୍ କରିଥିବା ବ୍ୟକ୍ତିଙ୍କ ବିଷୟରେ ଟ୍ରାକିଂ କରିଥିଲା । ଏହାପରେ ଅଭିଯୁକ୍ତ ସାମ୍ନାକୁ ଆସିଥିଲା ।

ମୁମ୍ବାଇ ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ଜଣକ ଉତ୍ତରପ୍ରଦେଶର ଗାଜିଆବାଦର ରୋହିତ ତ୍ୟାଗି, ଯିଏ ଅଭିନେତା ସଲମାନ ଖାନଙ୍କ ଘର ଗାଲାକ୍ସି ଆପାର୍ଟମେଣ୍ଟରୁ ଲରେନ୍ସ ବିଷ୍ଣୁ ନାମରେ ଏକ କ୍ୟାବ୍ ବୁକ୍ କରିଥିଲା, ଯାହାଫଳରେ ଏବେ ତାକୁ ଗିରଫ କରାଯିବା ସହିତ ତାକୁ ଥାନାକୁ ନିଆଯାଇ ଅଧିକ ପଚରାଉଚରା ଜାରି ରହିଛି ।

ଯାହା କୁହାଯାଉଛି ଯେ, ଅଭିଯୁକ୍ତ ରୋହିତ ଗ୍ୟାଙ୍ଗଷ୍ଟର ଲରେନ୍ସ ନାମରେ ପ୍ରଥମେ କ୍ୟାବ୍ ବୁକ୍ କରିଥିଲେ । ଯାହା ପାଇଁ ରୋହିତ ବିରୋଧରେ ମାମଲା ରୁଜୁ କରାଯିବା ସହିତ ଉତ୍ତରପ୍ରଦେଶର ଗାଜିଆବାଦରୁ ତାକୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ୍ । ଏହାପରେ ତାଙ୍କୁ ମୁମ୍ବାଇ ଆଣି କୋର୍ଟରେ ହାଜର କରାଯାଇଛି । ପରେ ତାକୁ ଦୁଇ ଦିନ ପାଇଁ ବାନ୍ଦ୍ରା ପୋଲିସର ହେପାଜତକୁ ପଠାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.