Below header

ଅମାନିଆ ହେବାର କୁପରିଣତି, ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ଯୁବକ

ରେଳ ଫାଟକ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା । ଦୁର୍ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଛି, ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଦୁର୍ଘଟଣାରେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଛନ୍ତି ଯୁବକ ।

ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ଦକ୍ଷିଣ – ପୂର୍ବ ରେଳପଥର ବସ୍ତା ଷ୍ଟେସନର ଦକ୍ଷିଣ କ୍ୟାବିନ୍ ନିକଟରେ ଥିବା ରେଳ ଫାଟକ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା । ଦୁର୍ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଛି, ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଦୁର୍ଘଟଣାରେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଛନ୍ତି ଯୁବକ । କିନ୍ତୁ ତାଙ୍କ ବାଇକଟି ଭାଙ୍ଗି ଚରମାର ହୋଇଯାଇଛି ।

ସୂଚନା ଅନୁସାରେ ଅପ୍‌ ଲାଇନରେ ଟ୍ରେନ ପାସ୍‌ କରୁଥିବା ବେଳେ ରେଳ ଫାଟକ ପଡି ରହିଥିଲା, ଏହି ସମୟରେ ଜନୈକ ଯୁବକ ବାଇକ ସହ ରେଳ ଫାଟକ ଭିତରେ ପଶି ଆଗକୁ ଯାଇଥିଲେ । ଠିକ ସେହି ସମୟରେ ଡାଉନ୍ ଲାଇନ ରେ ମଧ୍ୟ ଗାଡ଼ି ଆସିଯାଇଥିଲା, ଟ୍ରେନ ଆସିଯାଇଥିବା ଦେଖି ଯୁବକ ଜଣକ ବାଇକକୁ ଛାଡି ଆଗକୁ ଦୌଡି ପଳାଇଥିଲେ । ଫଳରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଯୁବକ । ମାତ୍ର ବାଇକଟି ଟ୍ରେନ ଧକ୍କାରେ ଖଣ୍ଡ ବିଖଣ୍ଡିତ ହୋଇଥିଲା । ଅନ୍ୟପଟେ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକକୁ ଜବତ କରି ୧୪୨/୨୪ ମୂଳେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ତେବେ ବାଇକ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଦୁର୍ଘଟଣାର ଭିଡିଓ ମୋବାଇଲ ରୁ ମୋବାଇଲକୁ ଘୂରି ବୁଲୁଛି ।

ଏଭଳି କାର୍ଯ୍ୟ କରିବା ଆଇନ ଅନୁସାରେ ଅପରାଧ କିନ୍ତୁ କିଛି ଅମାନିଆ ଲୋକ ଆଇନକୁ ଭୟ ନକରି ଏପରି କାର୍ଯ୍ୟ କରନ୍ତି, ଯାହା ଦ୍ୱାରା ନିଜ ଜୀବନ ସହ ଅନ୍ୟ ଜୀବନକୁ ବି ବିପଦନରେ ପକାନ୍ତି । ତେବେ ଏଠାରେ ଆପଣଙ୍କୁ କହି ରଖିବାକୁ ଚାହିଁବୁ ଯଦି ଆପଣ ଏମିତି କିଛି କରୁଛନ୍ତି ତେବେ ଏଭଳି କରିବା ଠାରୁ ଦୂରେଇ ରୁହନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.