ଛିଡି ପଡିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ପ୍ରାଣ
ବିଦ୍ୟୁତ୍ ଆଘାତରେ ଯୁବକ ମୃତ । ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ପୋଷ୍ଟ ଅଫିସ ସାହିରେ ଘଟିଛି ଏହି ଅଭାନୀୟ ଘଟଣା । ଛିଡି ପଡିଥିବା ବିଦ୍ୟୁତ୍ ତାରର ସଂସ୍ପର୍ଶରେ ଆସି ୧୯ବର୍ଷର ଜଣେ ଯୁବକ ମୃତ୍ୟୁ ବରଣ କରିଛନ୍ତି ।
ଗଜପତି(କେନ୍ୟୁଜ): ବିଦ୍ୟୁତ୍ ଆଘାତରେ ଯୁବକ ମୃତ । ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ପୋଷ୍ଟ ଅଫିସ ସାହିରେ ଘଟିଛି ଏହି ଅଭାନୀୟ ଘଟଣା । ଛିଡି ପଡିଥିବା ବିଦ୍ୟୁତ୍ ତାରର ସଂସ୍ପର୍ଶରେ ଆସି ୧୯ବର୍ଷର ଜଣେ ଯୁବକ ମୃତ୍ୟୁ ବରଣ କରିଛନ୍ତି ।
ମୃତ ଯୁବକ ଜଣକ ରାୟଗଡ ଥାନା ସଗାଁର ବୋଲି ଜଣାପଡିଛି । ଘଟଣା ବିଷୟରେ ପୋଲିସ୍ ସୂଚନା ପାଇ ମୃତଦେହର ପଞ୍ଚନାମା କରିବା ସହ ଶବ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ପଠାଇଛି ।