Below header

ଧାନବାଦ ରେଳ ଷ୍ଟେସନରେ ନିର୍ମାଣାଧୀନ ଅଣ୍ଡରପାସରେ ଭୂସ୍ଖଳନ, ୪ ମୃତ

ଝାରଖଣ୍ଡର ଧାନବାଦ ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଛି। ଧନବାଦର ବରିଷ୍ଠ ପୋଲିସ ଅଧିକ୍ଷକ ଏହି ସୂଚନା ଦେଇଛନ୍ତି। ଧାନବାଦର ପ୍ରଧାନଖନ୍ତା ରେଳ ଷ୍ଟେସନରେ ନିକଟରେ ଏକ ଅଣ୍ଡରପାସ୍‌ ନିର୍ମାଣ ସ୍ଥଳରେ ଭୁସ୍ଖଳନ ଯୋଗୁଁ ଏହି ଦୁର୍ଘଟଣା ଘଟିଛି।

ନବାଲିୟାପୁର ଅଞ୍ଚଳରେ ପ୍ରଧାନଖନ୍ତା ରେଳ ଷ୍ଟେସନର ପଶ୍ଚିମ କ୍ୟାବିନ ସିନନ୍ଦେରୀ ରେଲେଓ୍ଵ ଲାଇନ ପାଖରେ ଥିବା ଅଣ୍ଡରପାସ୍‌ କାର୍ଯ୍ୟ ସମୟରେ ରାତି ୮ଟାରେ ମାଟି ଧସିବା ଯୋଗୁଁ ୪ ଜଣଙ୍କ ଶ୍ରମିକ ଦବି ଯାଇଥିଲେ। ଦୁର୍ଘଟଣା ପରେ ଦବି ରହିଥିବା ଶ୍ରମିକଙ୍କୁ ବାହାର କରି ହୋଇପାରିନଥିଲା।


ମାଟି ତଳେ ଦବି ହୋଇଥିବା ଶ୍ରମିକଙକ ପରିଚୟ ମିଳିଛି। ଘଟଣା ସମୟରେ କୌଣସି ରେଳବାଇ ଅଧିକାରୀ ଉପସ୍ଥିତ ନଥିଲେ। ବାଲିୟାପୁର ଥାନାରେ ସ୍ଥାନୀୟ ଲୋକେ ସୂଚନା ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏଠାରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଥିଲା।

ଘଟଣା ପରେ କାମ କରୁଥିବା ଠିକାଦାର କର୍ମଚାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଦୁର୍ଘଟଣା ଯୋଗୁଁ ଅନେକ ଟ୍ରେନର ଚଳାଚଳକୁ ରଦ୍ଦ କରାଯାଇଥିଲା। ପରେ ଏହାକୁ କ୍ଲିଅର କରିବା ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.