ହାତରେ ଥିବା ଏହି ଚିହ୍ନ ବ୍ୟକ୍ତିକୁ କରିଥାଏ କୁବେର ସମାନ ଧନବାନ, ଦେଖନ୍ତୁ ଆପଣଙ୍କ ହାତରେ ନାହିଁ ତ ?

ସାମୁଦ୍ରିକ ଶାସ୍ତ୍ରରେ ମନୁଷ୍ୟର ଅଙ୍ଗ ଓ ଏଥିରେ ଥିବା ଚିହ୍ନରୁ ଭବିଷ୍ୟତ ସମ୍ପର୍କରେ ବହୁତ କିଛି ଜାଣିହୁଏ । ହାତରେ କିଛି ଖାସ ଆକୃତିର ବା ଅକ୍ଷର ସମାନ ଚିହ୍ନ ଦେଖିବାକୁ ମିଳିଥାଏ । ହାତରେ ଥିବା ଏହି ଚିହ୍ନକୁ ଆମେ ବହୁବାର ଦେଖି ବି ଅଣଦେଖା କରିଥାଉ । ହେଲେ ଏହା ଭିତରେ ଥିବା ରହସ୍ୟ ବିଷୟରେ ଆପଣ କେବେ ଚିନ୍ତା କରି ନାହାଁନ୍ତି ।

ଆଜି ଆମେ ଆପଣଙ୍କୁ ହାତରେ ଥିବା ଏମିତି କିଛି ଚିହ୍ନ ବିଷୟରେ କହିବୁ ଯାହା ଆପଣଙ୍କ ଭବିଷ୍ୟତ ବିଷୟରେ ବହୁତ କିଛି ଜଣାଇଦେବ । ହାତରେ ଥିବା ଚିହ୍ନ ଶୁଭ ହୋଇଥାଏ ଓ ଅଶୁଭ ମଧ୍ୟ ହୋଇଥାଏ । ଆଜି ଆମେ ଏପରି କିଛି ଚିହ୍ନ ବିଷୟରେ କହିବୁ ଯାହା ବ୍ୟକ୍ତିର ଭାଗ୍ୟ ବଦଳାଇ ଦେଇଥାଏ ।

v sign in palm
photo credit : boldsky.com

ଏହି ରେଖା ହୃଦୟ ରେଖା ଉପରେ ବନିଥାଏ । ଯେଉଁ ବ୍ୟକ୍ତିଙ୍କ ହୃଦୟ ରେଖା ଉପରେ V ଚିହ୍ନ ବନିଥାଏ, ସେମାନଙ୍କୁ ଅସୁମାର ଧନ ସମ୍ପଦ ଲାଭ ହୋଇଥାଏ । ଏହି ଚିହ୍ନକୁ ସଫଳତାର ସଂକେତ ବୋଲି ମନାଯାଇଥାଏ । ଏହି ସଂକେତ ବ୍ୟକ୍ତକୁ ଭବିଷ୍ୟତରେ ଧନବାନ କରିବାର ସଂକେତ ଦେଇଥାଏ ।

ଯେଉଁ ଲୋକଙ୍କ ଆଙ୍ଗୁଳି ତଳେ ଲମ୍ବିତ ରେଖା ଥାଏ, ଏହି ବ୍ୟକ୍ତିଙ୍କୁ ଧନ ମାମଲାରେ ବହୁତ ଲକି ମନାଯାଇଥାଏ । ଏହି ରେଖା ଯେତେ ଗଭୀର ହୋଇଥାଏ,ବ୍ୟକ୍ତିର ଭାଗ୍ୟ ସେତେ ମଜବୁତ ହୋଇଥାଏ ।

ଯେଉଁ ବ୍ୟକ୍ତିଙ୍କ ହାତରେ ପଦ୍ମ ଫୁଲ ଭଳି ରେଖା ଥାଏ,ସେମାନଙ୍କୁ ଭାଗ୍ୟଶୀଳ ବୋଲି ମନାଯାଇଥାଏ । ହାତରେ ଏହି ଚିହ୍ନ ପଦ୍ମର ୩ ପାଖୁଡା ପରି ଦେଖାଯାଇଥାଏ । ଏହା ସଂକେତ ଦେଇଥାଏ ଯେ ଏହି ବ୍ୟକ୍ତିଙ୍କ ଭାଗ୍ୟରେ ଧନଧାନ୍ୟର ଅଭାବ ରହିନଥାଏ ।

ହସ୍ତରେଖା ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିଙ୍କ ହାତରେ କୁମ୍ଭ, ଚକ୍ର, ଗଛ ବା ଖମ୍ବ ଚିହ୍ନ ଥାଏ,ସେହି ବ୍ୟକ୍ତି ରାଜାଙ୍କ ଭଳି ଜୀବନ ଯାପନ କରିଥାନ୍ତି ।

  ଯେଉଁ ବ୍ୟକ୍ତିଙ୍କ ହାତରେ ସ୍ୱସ୍ତିକ ଚିହ୍ନ ରହିଥାଏ,ଏମିତି ବ୍ୟକ୍ତିଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା ରହିଥାଏ । ଏହି ଲୋକ ବହୁ ସମ୍ପତ୍ତିର ମାଲିକ ହୋଇଥାନ୍ତି । ଯେଉଁ ବ୍ୟକ୍ତିଙ୍କ ହାତରେ ମାଛ ଚିହ୍ନ ରହିଥାଏ,ସେମାନେ ବହୁତ ଭାଗ୍ୟଶୀଳ ହୋଇଥାନ୍ତି । ଏହି ଲୋକେ ବଡ଼ ବ୍ୟବସାୟୀ ହୋଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.