୫ ଦିନ ଯାଏ ତାତିରୁ ନିସ୍ତାର ନାହିଁ, ୨୪ ଘଣ୍ଟା ପାଇଁ ଭୀଷଣ ହିଟ୍ ୱେଭ ୱାର୍ଣ୍ଣିଂ ଜାରି
ତାତିରେ ଲାଗୁନି ବ୍ରେକ। ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ରାଜ୍ୟବାସୀ ଅତିଷ୍ଠ। ୫ ଦିନ ଯାଏ ତାତିରୁ ନିସ୍ତାର ନାହିଁ ।

ଭୁବନେଶ୍ୱର : ତାତିରେ ଲାଗୁନି ବ୍ରେକ। ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ରାଜ୍ୟବାସୀ ଅତିଷ୍ଠ। ୫ ଦିନ ଯାଏ ତାତିରୁ ନିସ୍ତାର ନାହିଁ । ବିଭିନ୍ନ ସ୍ଥାନରେ ୪୦ ଉପରେ ପାରଦ ସମ୍ଭାବନା । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦିନ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ । ଏହାପରେ ୩ ଦିନ ଧରି ଅଧିକାଂଶ ସ୍ଥାନରେ ତାପମାତ୍ରା ୨ରୁ ୪ଡିଗ୍ରୀ ସେଲସିୟସ ବୃଦ୍ଧି ରହିବାର ସମ୍ଭାବନା ରହିଛି ।
୨୪ ଘଣ୍ଟା ପାଇଁ ଭୀଷଣ ହିଟ୍ ୱେଭ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଜଗତସିଂହପୁର, କେନ୍ଦ୍ରାପଡ଼ାରେ ଭୀଷଣ ଗ୍ରୀଷ୍ମପ୍ରବାହ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୧୧ ଜିଲ୍ଲାକୁ ହିଟ୍ ୱେଭ କଣ୍ଡିସନ ନେଇ ୟେଲୋ ୱାର୍ଣ୍ଣିଂ ଜାରି ।
ଆସନ୍ତାକାଲି ହିଟୱେଭ ପାଇଁ ବାଲେଶ୍ବର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ନୂଆପଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ଗରମ ଓ ଗୁଳୁଗୁଳି ପାଇଁ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ, ଜଗତସିଂହପୁର, ପୁରୀ, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।