ମଇଦାନରେ ରୋହିତ ଶର୍ମାଙ୍କୁ କିସ୍‌ କରିବାକୁ ଚେଷ୍ଟା, ଭିଡିଓ ଭାଇରଲ

ରାଜସ୍ଥାନ ରୟାଲ୍ସର ବୋଲିଂ କୋଚ ଶେନ ବଣ୍ଡ ଜୟପୁର ସବାଇ ମାନସିଂ ଷ୍ଟାଡିୟମରେ ଅଭ୍ୟାସ ସମୟରେ ମୁମ୍ବାଇ ଇଣ୍ଡିଆନ୍ସ ଟିମର ଷ୍ଟାର ବ୍ୟାଟ ରୋହିତ ଶର୍ମାଙ୍କୁ କିସ୍‌ କରିବାକୁ ଚେଷ୍ଟା କରୁଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ଏହି ସମୟର ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛି ।

ଜୟପୁରର ସବାଇ ମାନସିଂ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ରାଜସ୍ଥାନ ରୟାଲ୍ସ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ମ୍ୟାଚ ଜିତିଯାଥିଲା । ହେଲେ ଏହି ମ୍ୟାଚ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଟିମର ଖେଳାଳି ଜୋରଦାର ଅଭ୍ୟାସ କରିଥିଲେ । ଏହି ସମୟର ରାଜସ୍ଥାନ ରୟାଲ୍ସର ବୋଲିଂ କୋଚ ଶେନ ବଣ୍ଡ୍‌ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବ୍ୟାଟର ରୋହିତ ଶର୍ମାଙ୍କ ସହ ଏକ ଭିଡିଓ ଭାଇରଲ ହେଉଛି ।

ଭିଡିଓରେ ଦେଖିବାକୁ ମିଳିଛି କି, ରାଜସ୍ଥାନ ରୟାଲ୍ସର ବୋଲିଂ କୋଚ ଶେନ ବଣ୍ଡ ଜୟପୁର ସବାଇ ମାନସିଂ ଷ୍ଟାଡିୟମରେ ଅଭ୍ୟାସ ସମୟରେ ମୁମ୍ବାଇ ଇଣ୍ଡିଆନ୍ସ ଟିମର ଷ୍ଟାର ବ୍ୟାଟ ରୋହିତ ଶର୍ମାଙ୍କୁ କିସ୍‌ କରିବାକୁ ଚେଷ୍ଟା କରୁଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ଏହି ସମୟର ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛି । ମୁମ୍ବାଇ ଇଣ୍ଡିଆନ୍ସର ଭିଡିଓ ସେୟାର କରି ଲେଖିଛି କି, କିଛି ସଂପର୍କ ବହୁତ ମୂଲ୍ୟବାନ ।

ଭିଡିଓରେ ଶେନ ବଣ୍ଡ ଧୀରେ ରୋହିତ ଶର୍ମାଙ୍କ ପାଖକୁ ଯାଇ ଗାଲକୁ କିସ୍‌ କରିବାକୁ ଚେଷ୍ଟା କରୁଥିଲେ । ଏହାପରେ ତୁରନ୍ତ ରୋହିତ ଜାଣିବା ପରେ ପଛକୁ ଚାଲିଯାଉଛନ୍ତି । ଆଉ ଶେନ ବଣ୍ଡ କିସ୍‌ କରିପାରୁନାହାନ୍ତି । ଏହାପରେ ଦୁହେଁ ହସିବାକୁ ଲାଗିଛନ୍ତି । ଭିଡିଓରେ ରୋହିତଙ୍କ ପାଖରେ ରବିଚନ୍ଦ୍ରନ ଅଶ୍ୱିନ ଠିଆ ହୋଇ ହସୁଥିବାର ନଜର ଆସିଛନ୍ତି । ଭିଡିଓ ଦେଖିବା ପରେ ରୋହିତ ଶର୍ମା ଏବଂ ଶେନ ବଣ୍ଡଙ୍କ ଫ୍ୟାନ୍ସ ପ୍ରତିକ୍ରିୟା ଦେଉଛନ୍ତି ।

ସୂଚନାଯୋଗ୍ୟ, ଶେନ ବଣ୍ଡ ଏହାପୂର୍ବରୁ ୨୦୧୫ ରୁ ଆରମ୍ଭ କରି ୨୦୨୩ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ କୋଚ ଥିଲେ । ତେଣୁ ରୋହିତଙ୍କ ସହିତ ତାଙ୍କ ସଂପର୍କ ବହୁତ ପୁରୁଣା । ଶେନ ବଣ୍ଡ ବୋଲିଂ କୋଚ ରହିଥିବା ମୁମ୍ବାଇ ଇଣ୍ଡିଆନ୍ସ ୨୦୧୫, ୨୦୧୭, ୨୦୧୯, ୨୦୨୦ରେ ଆଇପିଏଲ ଟାଇଟଲ ଜିତିସାରିଛି ।