ଯାତ୍ରୀବାହୀ ବସ୍କୁ ଧକ୍କା ଦେଲା ଟ୍ରକ; ୫ ଆହତ
ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡ ଲହୁଣୀପଡା ଥାନା ରାଜାମୁଣ୍ଡା ବାଇପାସ ଛକ ନିକଟରେ ବସ୍ ହାଇୱା ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି । ବସରେ ୩୦ରୁ ଊର୍ଦ୍ଧ୍ବ ଯାତ୍ରୀ ଥିବା ବେଳେ ତିନି ଆହତ ଓ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ରାଉରକେଲା ସ୍ଥାନାନ୍ତରିତ କରାଯଇଛି ।

ବଣାଇ (କେନ୍ୟୁଜ): ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡ ଲହୁଣୀପଡା ଥାନା ରାଜାମୁଣ୍ଡା ବାଇପାସ ଛକ ନିକଟରେ ବସ୍ ହାଇୱା ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି । ବସରେ ୩୦ରୁ ଊର୍ଦ୍ଧ୍ବ ଯାତ୍ରୀ ଥିବା ବେଳେ ତିନି ଆହତ ଓ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ରାଉରକେଲା ସ୍ଥାନାନ୍ତରିତ କରାଯଇଛି ।
ସୂଚନା ଅନୁସାରେ ଲିଙ୍ଗରାଜ ନାମକ ଏକ ଘରୋଇ ବସ ରାଉରକେଲାରୁ ବଡ଼ବିଲ ଅଭିମୁଖେ ଯାଉଥିବା ବେଳେ ସାମ୍ନା ପଟୁ ଏକ ହାଇୱା ବସ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା। ଫଳରେ ଏଥିରେ ୫ ଜଣ ଯାତ୍ରୀ ଆହତ ହୋଇଥିଲେ। ତେବେ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ଥିବା ଯାତ୍ରୀଙ୍କୁ ଲହୁଣୀପଡ଼ା ଚିକିତ୍ସାଳୟକୁ ନିଆ ଯାଇ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଉଛି । ଖବର ପାଇ ଲହୁଣୀପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ସିଜ୍ କରିବା ସହିତ ଘଟଣାର ତଦନ୍ତ କରୁଥିବା ଜଣା ପଡ଼ିଛି।