ବାବା ରାମଦେବଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ଏବେ ଯୋଗ ଶିବିର ପାଇଁ ଦେବାକୁ ହେବ ସର୍ଭିସ ଟାକ୍ସ

ବାବା ରାମଦେବଙ୍କୁ ଯୋଗ ଶିବିର ପାଇଁ ସର୍ଭିସ ଟାକ୍ସ ଦେବାକୁ ହେବ । ସ୍ୱାମୀ ବାବା ରାମଦେବଙ୍କ ଯୋଗ ଶିବିର ଆୟୋଜନ କରୁଥିବା ସଂସ୍ଥା ‘ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ’ ଏହି ସର୍ଭିସ ଟାକ୍ସ ଅର୍ଥାତ୍‌ ସେବା ଶୁଳ୍କ ଦେବ । ସୁପ୍ରିମକୋର୍ଟ ଜଷ୍ଟିସ ଅଭୟ ଏମ ଓକେ ଏବଂ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁଙ୍କ ପୀଠ ଏହି ମାମଲାରେ ସର୍ଭିସ ଟାକ୍ସ ଅପିଲେଟ ଟ୍ରିବ୍ୟୁନାଲର ନିଷ୍ପତ୍ତିକୁ କାଏମ ରଖିଛନ୍ତି ।

ଯୋଗଗୁରୁ ବାବା ରାମଦେବଙ୍କୁ ସୁପ୍ରିମକୋର୍ଟରୁ ବଡ୍‌ ଝଟକା ଲାଗିଛି । ଏବେ ବାବା ରାମଦେବଙ୍କୁ ଯୋଗ ଶିବିର ପାଇଁ ସର୍ଭିସ ଟାକ୍ସ ଦେବାକୁ ହେବ । ସ୍ୱାମୀ ବାବା ରାମଦେବଙ୍କ ଯୋଗ ଶିବିର ଆୟୋଜନ କରୁଥିବା ସଂସ୍ଥା ‘ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ’ ଏହି ସର୍ଭିସ ଟାକ୍ସ ଅର୍ଥାତ୍‌ ସେବା ଶୁଳ୍କ ଦେବ । ସୁପ୍ରିମକୋର୍ଟ ଜଷ୍ଟିସ ଅଭୟ ଏମ ଓକେ ଏବଂ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁଙ୍କ ପୀଠ ଏହି ମାମଲାରେ ସର୍ଭିସ ଟାକ୍ସ ଅପିଲେଟ ଟ୍ରିବ୍ୟୁନାଲର ନିଷ୍ପତ୍ତିକୁ କାଏମ ରଖିଛନ୍ତି । ସର୍ଭିସ ଟାକ୍ସ ଅପିଲକୁ ଟ୍ରିବ୍ୟୁନାଲରେ ନିଜ ନିଷ୍ପତ୍ତିରେ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟର ଆବାସିକ ଏବଂ ବ୍ୟବସାୟିକ ଦୁଇଟି ଯାକ ଯୋଗ ଶିବିର ଆୟୋଜନ ପାଇଁ ସର୍ଭିସ ଟାକ୍ସ ଦେବା ବାଧ୍ୟତାମୂଳକ ବୋଲି କହିଥିଲେ ।

ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ ସ୍ୱାମୀ ରାମଦେବଙ୍କ ଯୋଗ ଶିକର ପାଇଁ ପ୍ରବେଶ ଶୁଳ୍କ ନେଇଥାଏ । ଜଷ୍ଟିସ ଓକେ ଏବଂ ଜଷ୍ଟିସ ଭୂୟାଁଙ୍କ ପୀଠ ନିଜ ନିଷ୍ପତ୍ତିରେ କହିଛନ୍ତି, ସର୍ଭିସ ଟାକ୍ସ ଅପିଲେଟ ଟ୍ରିବ୍ୟୁନାଲ ଠିକ୍‌ କହିଛନ୍ତି । ପ୍ରବେଶ ଶୁଳ୍କ ନେବା ପରେ ଶିବିରରେ ଯୋଗ ଏକ ସର୍ଭିସ । ତେଣୁ ଏହି ଆଦେଶରେ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ । ତେଣୁ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟର ଅପିଲକୁ ଖାରଜ କରିଛନ୍ତି ।

ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ ଏବଂ ଆୟୋଜିତ ଯୋଗ ଶିବିରରେ କୌଣସି ବ୍ୟକ୍ତିଙ୍କ ଠାରୁ ଶୁଳ୍କ ନେଇଥାଏ । ତେଣୁ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଯୋଗ ଶିବିର ସର୍ଭିସ ଟାକ୍ସ ଦେବା ଉଚିତ । ଟ୍ରିବ୍ୟୁନାଲ କହିଥିଲେ କି, ଟ୍ରଷ୍ଟ ବିଭିନ୍ନ ଆବାସୀୟ ଏବଂ ବ୍ୟବସାୟିକ ଶିବରରେ ଯୋଗ ପ୍ରଶିକ୍ଷଣ ପ୍ରଦାନ କରୁଛି । ତେଣୁ ଏଥିପାଇଁ ସହଭାଗିତା ପାଇଁ ମିଳୁଥିବା ଦାନ ଟଙ୍କାକୁ ଏକାଠି କରାଯାଉଛି ।

ସୂଚନାଯୋଗ୍ୟ, ପୂର୍ବରୁ ଏଲୋପାଥିକ ଔଷଧ ସମ୍ପର୍କରେ ଭ୍ରମାତ୍ମକ ବିଜ୍ଞାପନକୁ ନେଇ ଇଣ୍ଡିଆନ ମେଡିକାଲ ଆସୋସିଏସନର ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ । ପତଞ୍ଜଳି ଆୟୁର୍ବେଦ ଭ୍ରମାତ୍ମକ ବିଜ୍ଞାପନ ଦେଇ ସାରା ଦେଶକୁ ଭ୍ରମିତ କରୁଛି। ଏହା ଦୁର୍ଭାଗ୍ୟଜନକ। ସରକାର ଆଖି ବନ୍ଦ କରି କାହିଁକି ରହିଛନ୍ତି ବୋଲି ପ୍ରଶ୍ନ କରିଥିଲେ ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କୁ ନେଇ ଗଠିତ ଖଣ୍ଡପୀଠ । ଗତବର୍ଷ ନଭେମ୍ବର ମାସରେ ମଧ୍ୟ କୋଭିଡ ସମ୍ପର୍କରେ ଭ୍ରମାତ୍ମକ ବିଜ୍ଞାପନ ପାଇଁ ସୁପ୍ରିମକୋର୍ଟ ପତଞ୍ଜଳି ଆୟୁର୍ବେଦକୁ ତାଗିଦ୍ କରିଥିଲେ। ଏହାସହିତ ସରକାରଙ୍କୁ ଏପରି ଭ୍ରମାତ୍ମକ ବିଜ୍ଞାପନ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.