Android 15ରେ ମିଳିବ ଏହି ଦମଦାର ଫିଚର୍ସ, ଜାଣନ୍ତୁ ଡିଟେଲ୍ସ

ସ୍ମାର୍ଟଫୋନରେ ଭଲ କନେକ୍ଟିଭିଟି ଥିବାରୁ ଆଣ୍ଡ୍ରଏଡ୍ 15 OS ରେ ସାଟେଲାଇଟ୍‌ କନେକ୍ଟିଭିଟି ମିଳିପାରିବ । ଏହି ଫିଚର ସାହାଯ୍ୟରେ ୟୁଜରମାନେ ମୋବାଇଲ୍ ନେଟୱାର୍କ ଏବଂ ୱାଇ-ଫାଇକୁ ବିନା କୌଣସି ସମସ୍ୟାରେ ପରସ୍ପର ସହ କନେକ୍ଟ କରିପାରିବେ ।

ସ୍ମାର୍ଟଫୋନ୍ କମ୍ପାନୀମାନଙ୍କ ଦ୍ୱାରା ଲଗାତାର ନୂଆ ଅପଡେଟଗୁଡିକ ମାର୍କେଟରେ ଲଞ୍ଚ କରାଯାଉଛି । ଏହି କାରଣରୁ ଫୋନର ଫିଚର ଏବଂ ସପୋର୍ଟ ସିଷ୍ଟମ ସବୁବେଳେ ଡେଭଲପ୍‌ ରହୁଛି । ତେବେ ଲୋକମାନେ ଉତ୍ସାହର ସହିତ Android 15କୁ ଅପେକ୍ଷା କରିଛନ୍ତି । ଏହି ନୂଆ ଅପରେଟିଂ ସିଷ୍ଟମରେ ଅନେକ ଆଶ୍ଚର୍ଯ୍ୟଜନକ ଫିଚର ମିଳିବ ବୋଲି ଆଶା କରିଛନ୍ତି ୟୁଜର୍ସ । ତେବେ ଆସନ୍ତୁ ଏହି ଫୋନର ଡିଟେଲ୍ସ ବିଷୟରେ ଜାଣିବା ।

ସ୍ମାର୍ଟଫୋନରେ ଭଲ କନେକ୍ଟିଭିଟି ଥିବାରୁ ଆଣ୍ଡ୍ରଏଡ୍ 15 OS ରେ ସାଟେଲାଇଟ୍‌ କନେକ୍ଟିଭିଟି ମିଳିପାରିବ । ଏହି ଫିଚର ସାହାଯ୍ୟରେ ୟୁଜରମାନେ ମୋବାଇଲ୍ ନେଟୱାର୍କ ଏବଂ ୱାଇ-ଫାଇକୁ ବିନା କୌଣସି ସମସ୍ୟାରେ ପରସ୍ପର ସହ କନେକ୍ଟ କରିପାରିବେ । ରିପୋର୍ଟରେ କୁହାଯାଉଛି ଯେ ଏହି ଫିଚର ସାହାଯ୍ୟରେ ଆପଣ SMS ପଠାଇବା ଏବଂ ଗ୍ରହଣ କରିବାରେ ମଧ୍ୟ ସକ୍ଷମ ହେବେ ।

ଏହି ଫିଚର ଆଣ୍ଡ୍ରଏଡ୍ 14 OS ରେ ଆସିଥିଲା, କିନ୍ତୁ ଏହା କେବଳ ପିକ୍ସେଲ୍ ସିରିଜ୍ ମଧ୍ୟରେ ସୀମିତ ଥିଲା । ଏପରି ପରିସ୍ଥିତିରେ, ଏହି ଫିଚର ବର୍ତ୍ତମାନ ଆଣ୍ଡ୍ରଏଡ୍ 15ର ପ୍ରତ୍ୟେକ ଡିଭାଇସକୁ ଅଣାଯାଇପାରିବ । କୁହାଯାଉଛି ଯେ ଏହି ଫିଚର ସାହାଯ୍ୟରେ ୟୁଜରମାନେ ଅନ୍ୟ ୟୁଜରଙ୍କ ସହିତ ଯେକୌଣସି ଆପର ଫୁଲ୍‌ ଡିସପ୍ଲେ ଏବଂ ୱିଣ୍ଡୋ ସେୟାର କରିପାରିବେ । ଏଥିରେ ଅନ୍ୟାନ୍ୟ ଫିଚର ମଧ୍ୟ ଥାଇପାରେ ।

ଯେତେବେଳେ ଲୋକମାନଙ୍କୁ ଲଗାତାର ନୋଟିଫିକେସନ ଆସେ, ଲୋକମାନେ ବିରକ୍ତ ହୁଅନ୍ତି । ଏହି ସମସ୍ୟାର ସମାଧାନ ପାଇଁ, ଆଣ୍ଡ୍ରଏଡ୍ 15 ରେ ନୋଟିଫିକେସନ୍‌ କୁଲଡାଉନ୍ ଫିଚର ଦିଆଯିବ ବୋଲି କୁହାଯାଉଛି । ବର୍ତ୍ତମାନ ସୁଦ୍ଧା ଏହାର ବିଟା ଭର୍ସନ ବିଷୟରେ ଜଣା ପଡ଼ିନାହିଁ, ତେଣୁ ଏହି ଫିଚର ସିଧାସଳଖ ଷ୍ଟେବଲ୍‌ ଭର୍ସନରେ ଆସିପାରେ ।

ରିପୋର୍ଟରେ କୁହାଯାଇଛି ଯେ ଆଣ୍ଡ୍ରଏଡ୍ 15 ରେ ଏକ ନୂଆ ଭଲ୍ୟୁମ୍ ପ୍ୟାନେଲ୍ ଦିଆଯାଇପାରିବ । ଭଲ୍ୟୁମ କଣ୍ଟ୍ରୋଲ ପାଇଁ ଏକ ନୂଆ ସିଷ୍ଟମ ଏହି ନୂଆ ପ୍ୟାନେଲରେ ମିଳିପାରିବ । ଆଣ୍ଡ୍ରଏଡ୍ 14 ରେ କୌଣସି ଡିଫଲ୍ଟ ୱାଲେଟ୍ ଆପ୍ ନଥିଲା । ଏଭଳି ପରିସ୍ଥିତିରେ ଆଣ୍ଡ୍ରଏଡ୍ 15 OS ରେ ଏହି ବିଶେଷ ଫିଚର ଦିଆଯିବ ବୋଲି କୁହାଯାଉଛି । ରିପୋର୍ଟରେ ଏହା ମଧ୍ୟ କୁହାଯାଉଛି ଯେ ଗୁଗଲ ଏହି ଡିଫଲ୍ଟ ଆପ୍ ସେଟିଂ ମଧ୍ୟରେ ୱାଲେଟ୍ ଆପ୍ ଦେଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.