Below header

ଗୁଜରାଟ ତଟରେ ବଡ଼ ଅପରେସନ, ୬୦୨ କୋଟି ମୂଲ୍ୟର ଡ୍ରଗ୍ସ ସହ ୧୪ ପାକିସ୍ତାନୀ ନାଗରିକ ଗିରଫ

ଗୁଜରାଟ ଉପକୂଳରୁ ଜବତ ହୋଇଛି ୮୬ କିଲୋଗ୍ରାମ୍‌ ଡ୍ରଗ୍ସ । ଏକ ମିଳିତ ଅପରେସନ୍ ମାଧ୍ୟମରେ ଆତଙ୍କବାଦ ବିରୋଧୀ ସ୍କ୍ଵାଡ୍‌ (ATS) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (NCB) ଏତେ ପରିମାଣର ଡ୍ରଗ୍ସ ଜବତ କରିଛନ୍ତି ।

ଗୁଜରାଟ ଉପକୂଳରୁ ଜବତ ହୋଇଛି ୮୬ କିଲୋଗ୍ରାମ୍‌ ଡ୍ରଗ୍ସ । ଏକ ମିଳିତ ଅପରେସନ୍ ମାଧ୍ୟମରେ ଆତଙ୍କବାଦ ବିରୋଧୀ ସ୍କ୍ଵାଡ୍‌ (ATS) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (NCB) ଏତେ ପରିମାଣର ଡ୍ରଗ୍ସ ଜବତ କରିଛନ୍ତି । ବଜାରରେ ଏହାର ମୂଲ୍ୟ ପାଖାପାଖି ୬୦୨ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏଟିଏସ୍ ଏବଂ ଏନ୍‌ସିବି ମିଳିତ କାର୍ଯ୍ୟାନୁଷ୍ଠାନରେ ୧୪ ଜଣ ପାକିସ୍ତାନୀ ନାଗରିକଙ୍କୁ ମଧ୍ୟ ଗିରଫ କରିଛନ୍ତି । କହି ରଖୁଛୁ, ଗତ ୨ ଦିନ ଧରି ଏହି ଅପରେସନ୍ ଚାଲିଥିଲା ।

ସୂତ୍ର ମୁତାବକ, ଅପରେସନ୍ ସମୟରେ ଗିରଫଦାରୀରୁ ବର୍ତ୍ତିବା ପାଇଁ ପାକିସ୍ତାନୀ ନାଗରିକମାନେ ଏଟିଏସ୍‌ ଅଧିକାରୀମାନଙ୍କ ଉପରେ ଡଙ୍ଗା ଚଢ଼ାଇବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଜବାବୀ କାର୍ଯ୍ୟାନୁଷ୍ଠାନରେ ପୋଲିସକୁ ଗୁଳି ଚଳାଇବାକୁ ପଡ଼ିଥିଲା । ଏହାପରେ ଅଭିଯୁକ୍ତମାନଙ୍କୁ ଧରାଯାଇଥିଲା । ଗତ ୨ ଦିନ ଧରି ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ନିକଟରେ ସୁରକ୍ଷା ଏଜେନ୍ସି ଭାରତୀୟ ଜଳରାଶିରେ ସର୍ଚ୍ଚ ଅପରେସନ ଚଳାଇଥିଲେ ।

ଭାରତୀୟ ତଟରକ୍ଷୀ ବାହିନୀ ଗୁଇନ୍ଦା ସୂଚନା ଆଧାରରେ ସମୁଦ୍ରରେ ମାଦକ ଦ୍ରବ୍ୟ ବିରୋଧୀ ଅଭିଯାନ ଚଳାଇଥିଲେ । ଏଥିରେ ପାକିସ୍ତାନୀ ଡଙ୍ଗାର ୧୪ ଜଣ ସଦସ୍ୟଙ୍କ ସହ ୬୦୨ କୋଟି ମୂଲ୍ୟର ୮୬ କିଲୋଗ୍ରାମ ନିଶା ଦ୍ରବ୍ୟ ଜବତ କରାଯାଇଛି ।

ତଟରକ୍ଷୀ ବାହିନୀ ଏଟିଏସ୍‌ ଏବଂ ଏନ୍‌ସିବି ସହଯୋଗରେ ଏକ ସଫଳ ଅପରେସନ୍ କରିଥିଲେ । ଏହାକୁ ସଫଳ କରିବା ପାଇଁ ଇଣ୍ଡିଆନ୍ କୋଷ୍ଟଗାର୍ଡର ଜାହାଜ ଏବଂ ବିମାନକୁ ମିଶନରେ ନିୟୋଜିତ କରାଯାଇଥିଲା । ଏଟିଏସ୍‌ ଏବଂ ଏନ୍‌ସିବି ଅଧିକାରୀମାନଙ୍କୁ ନେଇ ଯାଉଥିବା ଆଇସିଜି ଜାହାଜ ‘ରାଜରତନ’ ସନ୍ଦିଗ୍ଧ ଡଙ୍ଗାକୁ ଚିହ୍ନଟ କରିଥିଲା ।

ତେବେ ଡ୍ରଗ୍ସ ବୋଝେଇ ଡଙ୍ଗାର ଚାଳକମାନେ ଖସିଯିବାକୁ ଚେଷ୍ଟା କରିଥିଲେ, କିନ୍ତୁ ତଟରକ୍ଷକ ଜାହାଜ ରାଜରତନ ଏହାକୁ ବିଫଳ କରିଦେଇଥିଲା । ଏଟିଏସ୍ ଏବଂ ଭାରତୀୟ ତଟରକ୍ଷୀଙ୍କ ସତର୍କତା ହେତୁ ଗତ ତିନିବର୍ଷ ମଧ୍ୟରେ ଏଭଳି ୧୧ଟି ଅପରେସନ୍ ସଫଳ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.