ଝାଡଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଶ୍ଳୀଳ କଥାବାର୍ତ୍ତା ଭିଡିଓ ଭାଇରଲ, କଂଗ୍ରେସ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି

ମହିଳାଙ୍କ ପ୍ରେମରେ ମସଗୁଲ୍‌ ଝାଡଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ । ଭୁଲିଗଲେ ନିଜର ହିତାହିତ ଜ୍ଞାନ । ମହିଳାଙ୍କ ସହିତ ଅଶ୍ଳୀଳ କଥାବାର୍ତ୍ତାର ଭିଡିଓ ଭାଇରଲ । ଝାଡ଼ଖଣ୍ଡର ସ୍ବାସ୍ଥ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ବନ୍ନା ଗୁପ୍ତାଙ୍କ ଅଶ୍ଳୀଳ କଥାବାର୍ତ୍ତା ଭିଡିଓ ଭାଇରଲ ।

ଝାଡ଼ଖଣ୍ଡର ସ୍ବାସ୍ଥ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ବନ୍ନା ଗୁପ୍ତାଙ୍କ ଅଶ୍ଳୀଳ କଥାବାର୍ତ୍ତା ଭିଡିଓ ଭାଇରଲ ହେବାରେ ଲାଗିଛି । ଭାଇରଲ ହେଉଥିବା ଭିଡିଓ କଲ୍‌ରେ ମନ୍ତ୍ରୀ ଜଣେ ମହିଳାଙ୍କ ସହିତ ଅଶ୍ଳୀଳ କଥାବାର୍ତ୍ତା ହେଉଥିବାର ଶୁଣିବାକୁ ମିଳିଛି । ଏହାକୁ ନେଇ ବିଜେପି ସାଂସଦ ନିଶିକାନ୍ତ ଦୁବେ ଟ୍ଵିଟ୍‌ କରି ଜଣାଇଛନ୍ତି ।

ଝାଡ଼ଖଣ୍ଡର ବିଜେପି ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି, ଏ ଭିଡିଓ କଂଗ୍ରେସର ଅସଲ ରୂପ ଦେଖାଉଛି । ଆଉ ମନ୍ତ୍ରୀ ତୁରନ୍ତ ନିଜ ପଦବରୁ ଇସ୍ତଫା ଦିଅନ୍ତୁ ବୋଲି ବିଜେପି ସାଂସଦ ଦାବି କରିଛନ୍ତି । ଏହାକୁ ନେଇ ମନ୍ତ୍ରୀ ବନ୍ନା ଗୁପ୍ତା କହିଛନ୍ତି, ଜାଣିଶୁଣି ମୋ ବିରୋଧରେ ଏଭଳି ଷଡଯନ୍ତ୍ର ରଚାଯାଇଛି । ମୋ ଛବିକୁ ଖରାପ କରିବାକୁ ଚେଷ୍ଟା କରାଯାଉଛି ।

ଝାଡ଼ଖଣ୍ଡ ବିଜେପିର ମୁଖପାତ୍ର ପ୍ରତୁଲ୍ ଶାହଦେଓ କହିଛନ୍ତି, ଏହି କେଳେଙ୍କାରୀ ତଥା ଆପତ୍ତିଜନକ ଭିଡିଓକୁ ନେଇ କଂଗ୍ରେସ ସ୍ପଷ୍ଟୀକରଣ ଦେବା ଉଚିତ। ସ୍ବାସ୍ଥ୍ୟମନ୍ତ୍ରୀ ଗୁପ୍ତା ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବାଧୀନ କ୍ୟାବିନେଟର ଅନ୍ୟତମ ସଦସ୍ୟ ହୋଇଥିବାରୁ ଏହି ଭିଡିଓ ଅସଲି କି, ନକଲି ତାହା ଯାଞ୍ଚ କରିବା ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ବ। ଯଦି ଏହା ସତ, ସ୍ବାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ଉଚିତ।


ନିଶିକାନ୍ତ ଦୁବେ କହିଛନ୍ତି, ଭାଇରଲ ହେଉଥିବା ୧୯ ସେକେଣ୍ଡର ଭିଡିଓରେ କଂଗ୍ରେସର ଚରିତ୍ର ସାମ୍ନାକୁ ଆସିଛି । ମହିଳାମାନଙ୍କୁ ଇଜ୍ଜତ ସହିତ ଖେଳିବା, କଂଗ୍ରେସ କାର୍ଯ୍ୟକତ୍ତା ସୁଶୀଲ ଶର୍ମା ନିଜ ପତ୍ନୀଙ୍କୁ ଜଳାଇବା ଭଳି ଘଟଣା ଯଦି ଗାନ୍ଧି ପରିବାର ବୁଝିପାରନ୍ତା ତେବେ କଂଗ୍ରେସ ଏଭଳି ସ୍ଥିତିରେ ପଡିନଥାନ୍ତା ।

ସ୍ୱାସ୍ଥ୍ୟମନ୍ତ୍ରୀ ଜଣକ ନିଜ ବିରୋଧରେ ଏହା ଡଡଯନ୍ତ୍ର କହି ପୋଲିସରେ ଅଭିଯୋଗ କରିଛନ୍ତି । ପୋଲିସ ଏହି ମାମଲାର ଯାଞ୍ଚ କରୁଛି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ ଅପିଲ୍‌ କରିଛନ୍ତି ।

ତେବେ ଏହି ଭିଡିଓର ସତ୍ୟତା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଏହି ମାମଲାରେ କଂଗ୍ରେସ ଅଧ୍ୟକ୍ଷ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.