Below header

ରେଳ କର୍ମଚାରୀଙ୍କ ଦାୟିତ୍ୱହୀନତା : ପୁଣି ଟଳିଲା ବଡ ରେଳ ଦୁର୍ଘଟଣା, ବିନା ଇଂଜିନରେ ଗଡିଲା ବଗି

ପୁଣି ବଡ ରେଳ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ସାହିବଗଂଜର ବରହରବାର ରେଲେଓ୍ଵ ଷ୍ଟେସନରେ କିଛି ବଗି ଟ୍ରାକରେ ଗଡୁଥିବାର ଦେଖିବାକୁ ମିଳିଥିଲା । ରେଳ କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ବାରମ୍ବାର ଏଭଳି ଘଟଣା ଘଟୁଛି ।

ପୁଣି ବଡ ରେଳ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ସାମ୍ନାକୁ ଆସିଲା ରେଳ କର୍ମଚାରୀଙ୍କ ଦାୟିତ୍ୱହୀନତା । ବିନା ଇଂଜିନରେ ଗଡିଲା ବଗି । ସାହିବଗଂଜର ବରହରବାର ରେଲେଓ୍ଵ ଷ୍ଟେସନରେ କିଛି ବଗି ଟ୍ରାକରେ ଚାଲୁଥିବାର ଖେିବାକୁ ମିଳିଥିଲା । ଟ୍ରେନ ବିନା ଇଂଜିନରେ ଗଡି ପ୍ଲାଟଫର୍ମ ୧ରେ ପହଞ୍ଚିଥିଲା । ନିଶ୍ଚିତ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଟ୍ରେନ ।

ଝାରଖଣ୍ଡର ସାହିବଗଂଜର ବରହରବା ରେଲେଓ୍ଵ ଷ୍ଟେସନରେ ସାଇଡିଂ ପଏଣ୍ଟରୁ ହଠାତ୍‌ କିଛି ବଗି ବିନା ଇଂଜିନରେ ପ୍ଲାଟଫର୍ମ ୧କୁ ପଶି ଆସିଥିଲା । ପ୍ଲାଟଫର୍ମରେ କୌଣସି ଟ୍ରେନ ନଥିଲା । ନଚେତ ଏକ ବଡ ଦୁର୍ଘଟଣା ଘଟିଯାଇପାରିଥାନ୍ତା । ଏହା ଦେଖିବା ପରେ ସ୍ଥାନୀୟ ଲୋକେ ଷ୍ଟେସନ ମାଷ୍ଟରକୁ ଜଣାଇଥିଲେ । ତା’ ପରେ ଯୁଦ୍ଧକାଳୀନ ଭିତ୍ତିରେ ପ୍ଲାଟଫର୍ମକୁ ଖାଲି କରାଯାଇଥିଲା । ଏହି ଘଟଣାରେ ରେଳ କର୍ମଚାରୀ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

ତେବେ କିଛି ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଟ୍ରେନ ସାଇଡିଂରେ କିଛି ବଗି ଏକ ମାଲଗାଡି ସହିତ ଲାଗି ରହିଥିଲା । କିନ୍ତୁ ହଠାତ୍‌ ବିନା ଇଂଜିନରେ ବଗି ଗଡି ୧ ନଂ ପ୍ଲାଟଫର୍ମକୁ ଚାଲିଆସିଥିଲା । ତେବେ ଏଠାରେ ଅନ୍ୟ କୌଣସି ଟ୍ରେନ ନଥିବାରୁ ନିଶ୍ଚିତ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା ଟ୍ରେନ ।

ତେବେ ରେଳ କର୍ମଚାରୀଙ୍କ ଏଭଳି ଦାୟିତ୍ୱହୀନତା ଯୋଗୁଁ ବାରମ୍ବାର ଟ୍ରେନ ଦୁର୍ଘଟଣା ଘଟୁଛି । ସୂଚନାନୁଯାୟୀ, ଗତକାଲି ଦିଲ୍ଲୀର ପ୍ରଗତି ମଇଦାନ ନିକଟରେ ଲୋକାଲ ଟ୍ରେନ ଲାଇନଚ୍ୟୁତ ହୋଇଥିଲା । ଏହି ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି ।

ପୂର୍ବରୁ ବାଲେଶ୍ୱରର ବାହାନଗାରେ ହୋଇଥିବା ରେଳ ଦୁର୍ଘଟଣା ଅନେକ ଲୋକଙ୍କ ଜୀବନ ନେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.