Below header

ଚନ୍ଦ୍ରଯାନ-୩ ମିଶନରେ ଓଡ଼ଗାଁ ମାଟିର ପୁଅ ପୀୟୂଷ, ରକେଟ୍‌ ଉତ୍‌କ୍ଷେପଣ କରିବାରେ ନେଇଛନ୍ତି ପ୍ରମୁଖ ଭୂମିକା

ଚନ୍ଦ୍ରଯାନ-୩ ସଫଳତା ପଛରେ ରହିଛନ୍ତି ଅନେକ ବୈଜ୍ଞାନିକ । ଏହି ବୈଜ୍ଞାନିକମାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ଗାଁ ମାଟିର ପୁଅ ଯୁବ ବୈଜ୍ଞାନିକ ପୀୟୂଷକାନ୍ତି କର । ଏହି ମିଶନ ସଫଳ ହେବା ପରେ ଏବେ ଜିଲ୍ଲା ସମେତ ଅଞ୍ଚଳବାସୀ ପୀୟୂଷଙ୍କୁ ନେଇ ବେଶ ଗର୍ବିତ ।

ନୟାଗଡ(କେନ୍ୟୁଜ୍): ୪୨ ଦିନର ଯାତ୍ରା ପରେ ଚନ୍ଦ୍ରପୃଷ୍ଠରେ ପାଦ ଥାପିଛି ଚନ୍ଦ୍ରଯାନ-୩ । ଭାରତର ୩ୟ ମୁନ୍‌ ମିଶନ ସଫଳତା ହାସଲ କରିବା ପରେ ସାରା ଦେଶରେ ଖୁସିର ଲହରୀ । ଏହି ମିଶନରେ ଥିବା ବୈଜ୍ଞାନିକଙ୍କୁ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟୁଛି । ତେବେ ଏହି ଚନ୍ଦ୍ରଯାନ-୩ ସଫଳତା ପଛରେ ରହିଛନ୍ତି ଅନେକ ବୈଜ୍ଞାନିକ । ଏହି ବୈଜ୍ଞାନିକମାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ଗାଁ ମାଟିର ପୁଅ ଯୁବ ବୈଜ୍ଞାନିକ ପୀୟୂଷକାନ୍ତି କର । ଏହି ମିଶନ ସଫଳ ହେବା ପରେ ଏବେ ଜିଲ୍ଲା ସମେତ ଅଞ୍ଚଳବାସୀ ପୀୟୂଷଙ୍କୁ ନେଇ ବେଶ ଗର୍ବିତ ।

ଇସ୍ରୋରେ ସାମିଲ ଥିବା ୧୬ ହଜାରରୁ ଊର୍ଦ୍ଧ୍ବ ବୈଜ୍ଞାନିକ ମାନଙ୍କର ୪ ବର୍ଷର ଅକାଳ ପରିଶ୍ରମର ସୁଫଳ ମିଳିଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମ ଦେଶ ଭାବରେ ଭାରତ ପହଞ୍ଚି ପାରିଛି । ଇସ୍ରୋର ୧୬ ହଜାର ବୈଜ୍ଞାନିକ ମାନଙ୍କ ମଧ୍ୟରେ ସାମିଲ ଥିଲେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସୁନାମୁହିଁ ଗ୍ରାମର ପୀୟୂଷକାନ୍ତି କର । ସୁନାମୁହିଁ ଗ୍ରାମର ଭାଗିରଥୀ କର ଓ ଦମୟନ୍ତୀ କରଙ୍କ ବଡ ପୁଅ ହେଉଛନ୍ତି ପୀୟୂଷକାନ୍ତି କର।

family

ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ମଙ୍ଗରାଜପୁର ହାଇସ୍କୁଲରୁ ମାଟ୍ରିକ ପାସ୍‌ କରିବା ପରେ ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୨ ବିଜ୍ଞାନ ପଢ଼ିଥିଲେ। ପରେ OJE ପାଇଁ ସରଙ୍ଗରେ IGIT ଅଧ୍ୟାପକ ଥିଲେ। ପରେ ସେ ସେପ୍ଟେମ୍ବର ୨୬, ୨୦୦୮ ମସିହାରେ ଇସ୍ରୋର ଯୋଗ ଦେଇ ଏକ୍ସକ୍ଲୁସିଭ ବିଭାଗର ଅନୁଭାଗ ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ।

ଅକ୍ଟୋବର ୨୦୦୮ ଚନ୍ଦ୍ରଯାନ-୧ ଉତ୍‌କ୍ଷେପଣଠାରୁ ଇସ୍ରୋରେ ବୈଜ୍ଞାନିକ ଭାବେ ଯୋଗଦେଇ ସ୍ଵର୍ଣ୍ଣପଦକ ପ୍ରାପ୍ତ କରିଛନ୍ତି ପୀୟୂଷକାନ୍ତ। ଚନ୍ଦ୍ରଯାନ-୧ ରୁ ୩ ପର୍ଯ୍ୟନ୍ତ ପୀୟୂଷ ୫୦ରୁ ଅଧିକ ରକେଟ୍‌ ଉତ୍‌କ୍ଷେପଣ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି। ଆଜି ଓଡ଼ଗାଁ ଅଞ୍ଚଳର ଜନସାଧାରଣଙ୍କୁ ସେ ଗୌରବାନ୍ଵିତ କରିଛନ୍ତି । ଏଥିପାଇଁ ଓଡ଼ଗାଁ ଯୁବବୈଜ୍ଞାନିକ ପୀୟୂଷକାନ୍ତି କରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପୀୟୂଷକାନ୍ତିଙ୍କ ଜୀବନ ଯାତ୍ରା ଯେତିକି ହୃଦୟସ୍ପର୍ଶୀ ସେତିକି ପ୍ରେରଣାଦାୟୀ । ନିଷ୍ଠା, ଉଦ୍ୟମ ଓ କଠିନ ପରିଶ୍ରମ ଯେ ସଫଳତାର ଚାବିକାଠି ତାହାର ଜ୍ଵଳନ୍ତ ଉଦାହରଣ ପୀୟୂଷକାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.