ଜେଲ୍ରେ ରାତି ବିତାଇବେ ହେମନ୍ତ ସୋରେନ, ଦିନକ ପାଇଁ ନ୍ୟାୟିକ ହେପାଜତକୁ ପଠାଇଲେ କୋର୍ଟ
ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ରାଞ୍ଚିସ୍ଥିତ ଇଡି କାର୍ଯ୍ୟାଳୟରୁ ପିଏମ୍ଏଲ୍ଏ କୋର୍ଟ ନିଆଯାଇଥିଲା, ସେଠାରେ ତାଙ୍କୁ ହାଜର କରାଯାଇଥିଲା । ଜମି ଦୁର୍ନୀତି ସମ୍ବନ୍ଧିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ଗତ ରାତିରେ ଗିରଫ କରିଥିଲା ।

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ରାଞ୍ଚିର ହୋଟଓ୍ଵାର ଜେଲ ପଠାଯାଇଛି । ସେ ଜେଲ୍ ଭିତରେ ପହଞ୍ଚି ଯାଇଛନ୍ତି । ଏହି ଜେଲ୍ରେ ହେମନ୍ତ ସୋରେନଙ୍କ ଆଜି ରାତି କଟିବ । ଅର୍ଥାତ୍ ଆଜି ରାତି ସୋରେନ ଜେଲ୍ରେ ହିଁ ବିତାଇବେ । ପିଏମ୍ଏଲ୍ଏଙ୍କ ସ୍ୱତନ୍ତ୍ର କୋର୍ଟ ଇଡିର ରିମାଣ୍ଡ ଆବେଦନ ଉପରେ ନିଜର ନିଷ୍ପତ୍ତି ସୁରକ୍ଷିତ ରଖିଛନ୍ତି । ରିମାଣ୍ଡ ପିଟିସନ ଉପରେ କୋର୍ଟ ଆସନ୍ତାକାଲି ନିଷ୍ପତ୍ତି ଶୁଣାଇବେ ।
ହେମନ୍ତ ସୋରେନଙ୍କୁ ରାଞ୍ଚିସ୍ଥିତ ଇଡି କାର୍ଯ୍ୟାଳୟରୁ ପିଏମ୍ଏଲ୍ଏ କୋର୍ଟ ନିଆଯାଇଥିଲା, ସେଠାରେ ତାଙ୍କୁ ହାଜର କରାଯାଇଥିଲା । ଜମି ଦୁର୍ନୀତି ସମ୍ବନ୍ଧିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ଗତ ରାତିରେ ଗିରଫ କରିଥିଲା । କୋର୍ଟ ସୋରେନଙ୍କୁ ଗୋଟିଏ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ଏହି ପ୍ରସଙ୍ଗରେ ଶୁକ୍ରବାର ପୁଣି ଶୁଣାଣି ହେବ ।
ଯେଉଁ ସମୟରେ ରାଞ୍ଚିର ସ୍ୱତନ୍ତ୍ର କୋର୍ଟରେ ସୋରେନଙ୍କୁ ଉପସ୍ଥାପନ କରାଯାଇଥିଲା, ସେହି ସମୟରେ ସେ ଆତ୍ମବିଶ୍ୱାସର ସହିତ ଦେଖାଯାଇଥିଲେ । ଇଡି କୋର୍ଟରୁ ୧୦ ଦିନର ରିମାଣ୍ଡ ମାଗିଥିଲା, କିନ୍ତୁ ତାଙ୍କୁ ଗୋଟିଏ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି ।
ହେମନ୍ତ ସୋରେନଙ୍କୁ ଦିନକ ପାଇଁ ନ୍ୟାୟିକ ହେପାଜତକୁ ପଠାଇବାର କାରଣ, ଆସନ୍ତାକାଲି କୋର୍ଟ ଏହାର ଶୁଣାଣି କରିବେ । ତେଣୁ କୋର୍ଟ ତାଙ୍କୁ କେବଳ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ଇଡିର ରିମାଣ୍ଡ ଦିଆଯାଇ ନାହିଁ ।