Below header

ବାଇକ ଉପରେ ଚଢିଗଲା ହାଇୱା, ଯୁବକ ମୃତ

ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ଅନ୍ତର୍ଗତ ହିରି ନିକଟରେ ରାତିରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି l

ଉମରକୋଟ : ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ଅନ୍ତର୍ଗତ ହିରି ନିକଟରେ ରାତିରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି l ଯୁବକ ଜଣକ ହେଲେ ହାଟଭରାଣ୍ଡି ଗ୍ରାମର ରାଜୁରାମ ଗଣ୍ଡ ଓ ସେ ନିଜ ଭଣଜାଙ୍କ ସହିତ ବାଇକ ଯୋଗେ ପାଉରବେଲା ଗ୍ରାମରୁ ଘରକୁ ଫେରୁଥିଲେ l ଏହି ସମୟରେ ହିରି ନିକଟରେ ଥିବା ଭାରତମାଳା କନଷ୍ଟ୍ରକସନ୍ କ୍ୟାମ୍ପ ସମ୍ମୁଖରେ ଏକ ହାଇୱା ବିପରିତ ଦିଗରୁ ଆସି ବାଇକ ଉପରେ ଚଢି ଯାଇଥିଲା l

ଫଳରେ ରାଜୁରାମ ମୁଣ୍ଡ ଉପରେ ଚକ ଚଢି ଯାଇ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା l ଖବର ପାଇ ପରିବାର ଲୋକେ ପହଞ୍ଚିବା ସହିତ ଆଖ ପାଖ ଅଂଚଳରୁ ଲୋକେ ଭିଡ଼ ଜମାଇ କ୍ଷତି ପୁରଣ ଦାବି କରିଥିଲେ | ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ କୁନ୍ଦେଇ ପୁଲିସ ପହଂଚି ବୁଝା ସୁଝା କରିବା ସହ ଏହାର ତଦନ୍ତ କରୁଛି କୁନ୍ଦେଇ ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.