Below header

କୁଆଡେ ଗଲେ ହେମନ୍ତ ସୋରେନ ? ରାଞ୍ଚିର କିଛି ସ୍ଥାନରେ ୧୪୪ ଧାରା ଲାଗୁ

ଜମି ଦୁର୍ନୀତି ମାମଲାରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମସ୍ୟା ଲଗାତାର ବଢିବାରେ ଲାଗିଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ରାଜଭବନ, ଇଡି ଅଫିସର ୧୦୦ ମିଟର ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ହୋଇଛି । ଭୋର ସମୟରେ ଇଡି ଟିମ୍ ପହଞ୍ଚିବା ବେଳକୁ ସେ ଘରେ ନଥିଲେ । ସେ କେଉଁଠି ଅଛନ୍ତି ତାଙ୍କ ଠିକଣା ଖୋଜୁଛି ଇଡି ।

ଜମି ଦୁର୍ନୀତି ମାମଲାରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମସ୍ୟା ଲଗାତାର ବଢିବାରେ ଲାଗିଛି । ସୋମବାର ଦିନ ଦିଲ୍ଲରୁ ରାଞ୍ଚି ପର୍ଯ୍ୟନ୍ତ ସମସ୍ତ ଠିକଣାରେ ଇଡି ଟିମ୍‌ ଯାଞ୍ଚ କରିଛି । କିନ୍ତୁ ହେମନ୍ତ ସୋରେନ ମିଳିନାହାନ୍ତି । ଇଡି ଦିଲ୍ଲୀ ସ୍ଥିତି ତାଙ୍କ ଘରୁBMW କାର ସହିତ କିଛି କାଗଜପତ୍ର ଜବତ କରିଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ରାଜଭବନ, ଇଡି ଅଫିସର ୧୦୦ ମିଟର ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ହୋଇଛି ।

ଗତକାଲି ତାଙ୍କ ସରକାରୀ ବାସଭବନରୁ ଫେରିଛି ଇଡି । ଭୋର ସମୟରେ ଇଡି ଟିମ୍ ପହଞ୍ଚିବା ବେଳକୁ ସେ ଘରେ ନଥିଲେ । ସେ କେଉଁଠି ଅଛନ୍ତି ତାଙ୍କ ଠିକଣା ଖୋଜୁଛି ଇଡି । ରାଜଭବନର ସୁରକ୍ଷା ବଢାଇଦିଆଯାଇଛି ।

ଅନ୍ୟପଟେ ୩୧ ତାରିଖରେ ପଚରା ଉଚରା ପାଇଁ ଇ-ମେଲ କରି ଇଡିକୁ ସମୟ ଦେଇଛନ୍ତି ହେମନ୍ତ ସୋରେନ । ଜମି ଦୁର୍ନୀତି ସଂପର୍କିତ ଏକ ମନି ଲଣ୍ଡରିଂ ମାମଲାରେ ସେ ୧୦ ଥର ଇଡି ସମନ୍ ଏଡାଇ ଗଲେଣି । ଶେଷ ଥର ପାଇଁ ଗତ ୨୦ ତାରିଖରେ ତାଙ୍କୁ ସରକାରୀ ବାସଭବନରେ ପଚରା ଉଚରା କରିଥିଲା ଇଡି । ତାଙ୍କ ବୟାନ ରେକର୍ଡ କରିଥିଲା । ହେମନ୍ତ ଏବେ ନିଖୋଜ ଥିବା କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.