ରୋଗୀ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ନିସ୍ତୁକ ମାଡ଼

ଡାକ୍ତରଙ୍କୁ ମାଡ଼। ଜଣେ ରୋଗୀ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ମାଡ଼ ମାରିଲେ ରୋଗୀଙ୍କ ସମ୍ପର୍କୀୟ। ଵଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ପରିସରରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି।

ଵଲାଙ୍ଗିର (କେନ୍ୟୁଜ୍‌) : ଡାକ୍ତରଙ୍କୁ ମାଡ଼ । ଜଣେ ରୋଗୀ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ମାଡ଼ ମାରିଲେ ରୋଗୀଙ୍କ ସମ୍ପର୍କୀୟ । ଵଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ପରିସରରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି । ଗତକାଲି ରାତିରେ ଜଣେ କିଡନୀ ରୋଗରେ ଆକ୍ରାନ୍ତ ବ୍ୟକ୍ତି ଚିକିତ୍ସା ପାଇ ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ହେଲେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏନେଇ ସମ୍ପର୍କୀୟ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କ ସହ ପାଟିତୁଣ୍ଡ ଓ ଟଣାଓଟରା କରିଥିଲେ । ଏହାର ଭିଡିଓ ଏବେ ଭାଇରାଲ ହୋଇଛି । ଉତ୍ତ୍ୟକ୍ତ ଲୋକଙ୍କ ଠାରୁ ଡାକ୍ତରଙ୍କୁ ଉଦ୍ଧାର କରିଥିଲେ ସୁରକ୍ଷାକର୍ମୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.