ଦୁର୍ଗାପୁର NIT ଖାଲିପଡିଛି ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ, ଦରମା ଦେଢ ଲକ୍ଷରୁ ଅଧିକ

NIT, ଦୁର୍ଗାପୁରରେ ଆବେଦନ ପାଇଁ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ବ୍ୟାଚଲର ଡିଗ୍ରୀ, ମାଷ୍ଟର ଡିଗ୍ରୀ ଏବଂ ପିଏଚଡି କରିଥିବା ଜରୁରୀ । ଆବେଦନ କରିବାର ଶେଷ ତାରିଖ ୩୦ ଏପ୍ରିଲ ରହିଛି । ଖାଲିପଡିଥିବା ପଦବୀ ପାଇଁ ୭୦ ହଜାରରୁ ୧.୫୦ ଲକ୍ଷ ପର୍ଯ୍ୟନ୍ତ ଦରମା ମିଳିବ ।

NIT, ଦୁର୍ଗାପୁରରେ ଖାଲିପଡିଛି ଅନେକ ପଦବୀ । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୩୦ ଏପ୍ରିଲ ରହିଛି ।

ପଦବୀ ବିବରଣୀ : ୪୩

ଆସିଷ୍ଟାଣ୍ଟ ପ୍ରଫେସର : ୩୭
ଆସୋସିଏଟ ପ୍ରଫେସର : ୫
ପ୍ରଫେସର:୧

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୩୦ ଏପ୍ରିଲ ୨୦୨୪ ରହିଛି । ଆବେଦନ ଫର୍ମର ହାର୍ଡକପି ଗ୍ରହଣ କରିବାର ଶେଷ ତାରିଖ ମଇ ୧୦ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ବ୍ୟାଚଲର ଡିଗ୍ରୀ, ମାଷ୍ଟର ଡିଗ୍ରୀ ଏବଂ ପିଏଚଡି କରିଥିବା ଜରୁରୀ ।

ଆବେଦନ ଶୁଳ୍କ : ଆବେଦନ ପାଇଁ ଇଚ୍ଛୁକ ଥିବା ସାଧାରଣ ବର୍ଗ, ଓବିସି/EWS ପ୍ରାର୍ଥୀ ୧୫୦୦ ଟଙ୍କା ଦେବାକୁ ହେବ । ସେହିପରି ଅନ୍ୟମାନେ ବିନା ଆବେଦନ ଶୁଳ୍କରେ କରିପାରିବେ ଆବେଦନ ।

ଦରମା : ଖାଲିପଡିଥିବା ପଦବୀ ପାଇଁ ୭୦ ହଜାରରୁ ୧.୫୦ ଲକ୍ଷ ପର୍ଯ୍ୟନ୍ତ ଦରମା ମିଳିବ ।

କେମିତି କରିବେ ଆବେଦନ :

ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ ଅଫିସିଆଲ ୱେବସାଇଟ nitdgp.ac.in କୁ ଯାଆନ୍ତୁ ।
ଏହାପରେ କ୍ୟାରିଅର ଅପସନକୁ ଯାଇ click here to apply ରେ କ୍ଲିକ୍‌ କରନ୍ତୁ ।
ନିଜକୁ ରେଜିଷ୍ଟର କରିବା ପରେ ଲଗଇନ କରନ୍ତି ।
ଏହାପରେ ଆପ୍ଲିକେସନ ଫର୍ମ ପୂରଣ କରି ଆବେଦନ ଶୁଳ୍କ ଦିଅନ୍ତୁ ।
ଶେଷରେ ଆବେଦନ ଫର୍ମର ଏକ ପ୍ରିଣ୍ଟଆଉଟ କାଢି ରଖନ୍ତୁ ।
ହାର୍ଡକପି Registrar (I/C), National Institute of Technology Durgapur-713209, West Bengal ଠିକଣାରେ ପଠାଇବାକୁ ଅନୁରୋଧ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.