ବିଜେପିର ୧୫ ପ୍ରାର୍ଥୀ ଘୋଷଣା ବାକି, ଆଜି କିମ୍ବା ଆସନ୍ତାକାଲି ହୋଇପାରେ ଘୋଷଣା

ଏପଟେ ୨୫ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ବିଜେପିର ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ ବିଧାନସଭାର ଆଉ ୧୫ ପ୍ରାର୍ଥୀ ଲିଷ୍ଟକୁ ଅପେକ୍ଷା ।

ଭୁବନେଶ୍ବର : ଏପଟେ ୨୫ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ସୋନପୁରରେ ଜନସଭାରେ ଯୋଗ ଦେବା ସହ ଭୁବନେଶ୍ବରରେ ଦଳୀୟ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର । ବିଜେପି ସମସ୍ତ ଲୋକସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ ବିଧାନସଭାର ଆଉ ୧୫ ପ୍ରାର୍ଥୀ ଲିଷ୍ଟକୁ ଅପେକ୍ଷା ।

ଆଜି କିମ୍ବା ଆସନ୍ତାକାଲି ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା ଆସିବାର ସମ୍ଭାବନା ରହିଛି । ପ୍ରଥମ ପର୍ଯ୍ୟାୟରେ ୧୧୨ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା ଦଳ । ଦ୍ବିତୀୟ ପର୍ଯ୍ୟାୟରେ ୨୧ ଜଣିଆ ଲିଷ୍ଟ ବାହାରିଥିଲା । ସେଥିରୁ ଦୁଇଟି ଆସନରେ ପ୍ରାର୍ଥୀ ବଦଳାଇ ଥିଲା ବିଜେପି ।

ଏବେ ଆଉ ୧୫ ଆସନରେ କିଏ ହେବେ ବିଧାନସଭା ପ୍ରାର୍ଥୀ ତାକୁ ଅପେକ୍ଷା । କେତେ ଜଣ ରିପିଟ୍ ହେବେ । କାହାର କଟିବ ଟିକେଟ୍ । କେତେ ନୂଆ ମୁହଁକୁ ସାମିଲ କରାଯିବ ତାଉପରେ ନଜର ରହିଛି । ଏପଟେ ୯ ବିଧାନସଭା ଆସନରେ ନିଷ୍ପତ୍ତି ନେଇନି କଂଗ୍ରେସ ।  ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ନାମାଙ୍କନ ଦାଖଲ । ମେ ୧୩ ତାରିଖରେ ହେବ ପ୍ରଥମ ପର୍ଯ୍ୟାୟ ଭୋଟ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.