OnePlusର ଏହି ଦମଦାର ଫୋନରେ ମିଳୁଛି ଭାରି ଡିସକାଉଣ୍ଟ, ଜାଣନ୍ତୁ ଫିଚର୍ସ

ଯଦି ଆପଣ ପ୍ରତିଦିନ କାର୍ଯ୍ୟ ପାଇଁ କିମ୍ବା ଗେମ୍‌ ଖେଳିବା ପାଇଁ କୌଣସି ଏକ ନୂଆ ଫୋନ୍ କିଣିବାକୁ ଚାହୁଁଛନ୍ତି ତେବେ ଏହି ଫୋନ ଆପଣଙ୍କ ପାଇଁ ବେଷ୍ଟ ହୋଇପାରେ । ବର୍ତ୍ତମାନ OnePlus 11R 5Gରେ ଭାରି ଡିସକାଉଣ୍ଟ ଦିଆଯାଉଛି ।

ଯଦି ଆପଣ ଏକ ପ୍ରିମିୟମ୍ ଏବଂ ଫ୍ଲାଗସିପ୍ ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ଖୁସି ଖବର । ଆପଣ OnePlusର ଦମଦାର ସ୍ମାର୍ଟଫୋନ୍ OnePlus 11R 5Gକୁ ଅତି ଶସ୍ତାରେ କିଣି ପାରିବେ । ଯଦି ଆପଣ ପ୍ରତିଦିନ କାର୍ଯ୍ୟ ପାଇଁ କିମ୍ବା ଗେମ୍‌ ଖେଳିବା ପାଇଁ କୌଣସି ଏକ ନୂଆ ଫୋନ୍ କିଣିବାକୁ ଚାହୁଁଛନ୍ତି ତେବେ ଏହି ଫୋନ ଆପଣଙ୍କ ପାଇଁ ବେଷ୍ଟ ହୋଇପାରେ । ବର୍ତ୍ତମାନ OnePlus 11R 5Gରେ ଭାରି ଡିସକାଉଣ୍ଟ ଦିଆଯାଉଛି ।

ସୂଚନା ଥାଉ କି ଗତ ବର୍ଷ ଫେବୃଆରୀ ମାସରେ OnePlus ଏହି ସ୍ମାର୍ଟଫୋନ୍ ଲଞ୍ଚ କରିଥିଲା । ଏହି ସ୍ମାର୍ଟଫୋନରେ ଆପଣ ଟପ୍ ନଚ୍ ଡିସପ୍ଲେ, ପାଓ୍ଵାରଫୁଲ୍‌ ପ୍ରୋସେସର୍ ଏବଂ ଫ୍ଲାଗସିପ୍ ଲେଭଲ୍ କ୍ୟାମେରା ପାଇବେ । ଯଦି ଆପଣ ସ୍ମାର୍ଟଫୋନ୍ ଦ୍ୱାରା ଫଟୋଗ୍ରାଫି କରନ୍ତି ତେବେ ଆପଣଙ୍କ ପାଇଁ ଏହି OnePlus 11R 5G ବେଷ୍ଟ ହେବ । ଏହି ସ୍ମାର୍ଟଫୋନରେ ମିଳୁଥିବା ଡିସକାଉଣ୍ଟ ଅଫର ବିଷୟରେ ଆସନ୍ତୁ ଡିଟେଲ୍ସରେ ଜାଣିବା ।

OnePlus 11R 5G ଡିସକାଉଣ୍ଟ ଅଫର :
OnePlus 11R 5G ବର୍ତ୍ତମାନ ଇ-କମର୍ସ ୱେବସାଇଟ୍ ଆମାଜନରେ ୩୯,୯୯୯ ଟଙ୍କାରେ ଲିଷ୍ଟ ହୋଇଛି, କିନ୍ତୁ ବର୍ତ୍ତମାନ ଏହି ଦମଦାର ଫୋନରେ ଏକ ବଡ଼ ଡିସକାଉଣ୍ଟ ଅଫର ଦିଆଯାଉଛି । ଆମାଜନରୁ ଏହି ଫୋନ କିଣିଲେ ଆପଣ ୧୮ ପ୍ରତିଶତ ଡିସକାଉଣ୍ଟ ପାଇବେ । ଡିସକାଊଉଣ୍ଟ ପରେ ଆପଣ ଏହାକୁ ମାତ୍ର ୩୨,୯୯୯ ଟଙ୍କାରେ କିଣି ପାରିବେ । ଆପଣ ସିଲେକ୍ଟେଡ୍‌ ବ୍ୟାଙ୍କ କାର୍ଡରେ ୧,୨୫୦ ଟଙ୍କା ପର୍ଯ୍ୟନ୍ତ ସେଭିଂ କରିପାରିବେ । ଯଦି ଆପଣଙ୍କର ବଜେଟ୍ କମ୍ ଅଛି ତେବେ ଆପଣ ନୋ କଷ୍ଟ EMIରେ ମଧ୍ୟ ଏହି ଫୋନ୍‌ କିଣିପାରିବେ ।

OnePlus 11R 5G ଫିଚର :
ଆପଣ OnePlus 11R 5Gରେ ଦମଦାର ଫିଚର ପାଇପାରିବେ । ଏହି ସ୍ମାର୍ଟଫୋନରେ ୟୁଜରମାନଙ୍କୁ ୬.୭୪ ଇଞ୍ଚର ଏକ ବଡ଼ ଡିସପ୍ଲେ ମିଳିବ । ଏଥିରେ ଆପଣ ୧୨୦Hz ର ରିଫ୍ରେସ୍‌ ରେଟ୍‌ ପାଇବେ । ମଲ୍ଟିଟାସ୍କିଂ ପାଇଁ OnePlus 11R 5G ହେଉଛି ବେଷ୍ଟ ଫୋନ୍ । ଏହି ସ୍ମାର୍ଟଫୋନରେ ଆପଣ ଷ୍ଟୋରେଜ୍ ଏବଂ RAM ର ଅନେକ ଅପ୍ସନ ପାଇପାରିବେ । ଏଥିରେ ୧୮ GB RAM ଏବଂ ୫୧୨ GB ପର୍ଯ୍ୟନ୍ତ ଷ୍ଟୋରେଜ୍ ଅଛି । ସ୍ମାର୍ଟଫୋନକୁ ପାଓ୍ଵାର ଦେବା ପାଇଁ ଏଥିରେ ୫୦୦୦mAh ବ୍ୟାଟେରୀ ଦିଆଯାଇଛି । ଆପଣ ଏହାକୁ ୧୦୦W ଫାଷ୍ଟ ଚାର୍ଜର ଦ୍ୱାରା ଚାର୍ଜ କରିପାରିବେ ।

OnePlus 11R 5Gରେ ୫୦ + ୮ + ୨ ମେଗାପିକ୍ସେଲ କ୍ୟାମେରା ସେଟଅପ୍ ଦିଆଯାଇଛି । ପ୍ରାଇମେରୀ କ୍ୟାମେରାରେ ଆପଣ OISର ଫିଚର ମଧ୍ୟ ପାଇବେ । ସେଲଫି କ୍ୟାମେରା ବିଷୟରେ କହିବାକୁ ଗଲେ ଏଥିରେ ୧୬ MP କ୍ୟାମେରା ସେନ୍ସର ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.