Below header

ଇଣ୍ଡିଆ ପୋଷ୍ଟରେ ଖାଲିପଡିଛି ପଦବୀ, ଅଫଲାଇନରେ କରିପାରିବେ ଆବେଦନ

ଇଣ୍ଡିଆ ପୋଷ୍ଟରେ ଷ୍ଟାଫ କାର ଡ୍ରାଇଭର ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏଥିପାଇଁ ଅଫଲାଇନ ଆବେଦନ ପ୍ରକ୍ରିୟା ଚାଲୁରହିଛି । ଇଚ୍ଛୁକ ପ୍ରାର୍ଥୀ ଅଫଲାଇନ ଆପ୍ଲିକେସନ ଫର୍ମ ଭରି ଦିଆଯାଇଥିବା ଠିକଣାରେ ପଠାଇବାକୁ ଅନୁରୋଧ ।

ଭାରତୀୟ ଡାକରେ ଚାକିରି କରିବା ପାଇଁ ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଇଣ୍ଡିଆ ପୋଷ୍ଟରେ ଷ୍ଟାଫ କାର ଡ୍ରାଇଭର ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏଥିପାଇଁ ଅଫଲାଇନ ଆବେଦନ ପ୍ରକ୍ରିୟା ଚାଲୁରହିଛି । ଇଚ୍ଛୁକ ପ୍ରାର୍ଥୀ ଅଫଲାଇନ ଆପ୍ଲିକେସନ ଫର୍ମ ଭରି ଦିଆଯାଇଥିବା ଠିକଣାରେ ପଠାଇବାକୁ ଅନୁରୋଧ ।

ପଦବୀ ବିବରଣୀ : ୨୭ 

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୧୪ ମଇ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଏହାପରେ ଆପଣଙ୍କ ଫର୍ମକୁ ରିଜେକ୍ଟ କରାଯିବ ।

ଶିକ୍ଷାଗତ ଯୋଗ୍ୟତା : ଏହି ଭର୍ତ୍ତି ପାଇଁ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ ପାସ୍‌ କରିଥିବା ଜରୁରୀ । ଏହାସହିତ ଭାରିଯାନ ଚଳାଉଥିବା ଲାଇସେନ୍ସ ଥିବା ମଧ୍ୟ ଜରୁରୀ ।

ବୟସ ସୀମା : ଏହି ପଦବୀ ପାଇଁ ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ ୨୭ ବର୍ଷ ମଧ୍ୟରେ ହେବ ଜରୁରୀ । ଏହି ଭର୍ତ୍ତି ପାଇଁ ଅଧିକ ଜାଣିବାକୁ ଥିଲେ ଅଫିସିଆଲ ନୋଟିଫିକେସନ ଚେକ୍‌ କରିପାରିବେ ।

ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଟେଷ୍ଟ/ଡ୍ରାଇଭିଂ ଟେଷ୍ଟ ଏବଂ ମୋଟର ମେକାନିଜମ ଟେଷ୍ଟ ଦେବାକୁ ହେବ । ଏହି ଟେଷ୍ଟରେ ସଫଳ ହେବା ପରେ ପ୍ରାର୍ଥୀଙ୍କ ଚୟନ କରାଯିବ । ଚୟନିତ ପ୍ରାର୍ଥୀଙ୍କୁ ୨ ବର୍ଷ ପାଇଁ ପ୍ରୋବେସନ ପିରିୟଡରେ ରହିବାକୁ ହେବ ।

ଫର୍ମ ପଠାଇବାର ଠିକଣା : Manager, Mail Motor Service, Bengaluru- 560001″

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.