ସୁଟକେସରେ ହେଉଥିଲା ଆନାକୋଣ୍ଡା ଚୋରା ଚାଲାଣ , ୧୦ ଟି ସାପ ଦେଖି ଯାତ୍ରୀ ଛାନିଆ

ଜଣେ ଯାତ୍ରୀ ୧୦ ଟି ହଳଦିଆ ଆନାକୋଣ୍ଡା ଚୋରା ଚାଲାଣ ଉଦ୍ୟମ କରୁଥିବାବେଳେ ତାଙ୍କୁ ଗିରଫ କରାଯାଇଛି । ଏହି ସବୁ ସାପଗୁଡ଼ିକୁ ଯାତ୍ରୀ ଜଣଙ୍କ ନିଜ ଚେକ୍ ଇନ୍ ବ୍ୟାଗରେ ଲୁଚାଇ ରଖିଥିଲେ ।

ବେଙ୍ଗାଲୁରୁର କେମ୍ପେଗୋଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରେ ଜଣେ ଯାତ୍ରୀଙ୍କୁ ଗିରଫ କରାଯାଇଛି । ଯାତ୍ରୀଙ୍କୁ ଗିରଫ କରାଯିବାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଜଣେ ଯାତ୍ରୀ ୧୦ ଟି ହଳଦିଆ ଆନାକୋଣ୍ଡା ଚୋରା ଚାଲାଣ ଉଦ୍ୟମ କରୁଥିବାବେଳେ ତାଙ୍କୁ ଗିରଫ କରାଯାଇଛି । ଏହି ସବୁ ସାପଗୁଡ଼ିକୁ ଯାତ୍ରୀ ଜଣଙ୍କ ନିଜ ଚେକ୍ ଇନ୍ ବ୍ୟାଗରେ ଲୁଚାଇ ରଖିଥିଲେ ।

ଏଭଳି ଖବର ବର୍ତ୍ତମାନ ଟ୍ଵିଟରରେ ଭାଇରାଲ ହେଉଛି । ବେଙ୍ଗାଲୁରୁର କଷ୍ଟମ ବିଭାଗ କହିଛି ଯେ ବ୍ୟାଙ୍କକରୁ ଆସିଥିବା ଉକ୍ତ ଯାତ୍ରୀଙ୍କୁ ଅଟକାଇ ଗିରଫ କରାଯାଇଛି । ଗିରଫ କରିଥିବା ଟିମ୍‌ ଟ୍ୱିଟରରେ ଏକ ପୋଷ୍ଟରେ କହିଛି, “ଉକ୍ତ ଯାତ୍ରୀଙ୍କୁ ଗିରଫ କରାଯାଇଛି ଏବଂ ତଦନ୍ତ ଜାରି ରହିଛି । ହଳଦିଆ ଆନାକୋଣ୍ଡା ହେଉଛି ଏକ ନଦୀ ପ୍ରଜାତି ଜୀବ ଯାହା ନଦୀ ଏବଂ ଜଳାଶୟ ନିକଟରେ ଦେଖିବାକୁ ମିଳିଥାଏ । ହଳଦିଆ ଆନାକୋଣ୍ଡା ସାଧାରଣତଃ ପରାଗେ୍ଵ, ବୋଲିଭିଆ, ବ୍ରାଜିଲ, ଉତ୍ତର-ପୂର୍ବ ଆର୍ଜେଣ୍ଟିନା ଏବଂ ଉତ୍ତର ଉରୁଗେ୍ଵରେ ଦେଖାଯାଏ । ଆଇନ ଅନୁଯାୟୀ ଭାରତରେ ବନ୍ୟଜନ୍ତୁ କାରବାର ଏବଂ ଚୋରା ଚାଲାଣ ବେଆଇନ । କିନ୍ତୁ କିଛି ଲୋକ ଏହାକୁ ବେଆଇନ୍‌ ଭାବେ ଚୋରା ଚାଲାଣ କରୁଛନ୍ତି ।

ଗତ ବର୍ଷ ବେଙ୍ଗାଲୁରୁ ବିମାନବନ୍ଦରରେ କଷ୍ଟମ ଅଧିକାରୀମାନେ ୨୩୪ଟି ବନ୍ୟଜନ୍ତୁଙ୍କୁ ଉଦ୍ଧାର କରିଥିଲେ । ଏଥିରେ ଏକ ଛୋଟ କଙ୍ଗାରୁ ଥିଲା । ବ୍ୟାଙ୍କକରୁ ଜଣେ ଯାତ୍ରୀ ଏହି ଚୋରା ଚାଲାଣ କରିଥିବା ଅଭିଯୋଗ ହୋଇଥିଲା । ପ୍ଲାଷ୍ଟିକ୍ ବାକ୍ସରେ ବନ୍ଦ କରି ରଖାଯାଇଥିବା ଉକ୍ତ କଙ୍ଗାରୁର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିଲା ।

କଷ୍ଟମ୍ସ ବିଭାଗକୁ ସୂଚନା ମିଳିଥିଲା ଯେ ଉକ୍ତ ବ୍ୟକ୍ତିଙ୍କ ଲଗେଜ୍ରେ ଜୀବଜନ୍ତୁଙ୍କ ଚୋରା ଚାଲାଣ ହେଉଛି । ଉକ୍ତ ବ୍ୟକ୍ତି ଅଜଗର, ଏଣ୍ଡୁଅ, ଇଗୁଆନା, କଇଁଛ ଏବଂ କୁମ୍ଭୀର ଭଳି ଜୀବଙ୍କୁ ଟ୍ରଲି ବ୍ୟାଗରେ ଲୁଚାଇ ରଖିଥିବା ଦେଖିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.