୧୨ ବର୍ଷରୁ କମ୍‌ ବୟସ ପିଲାଙ୍କୁ ବାପା ମା’ଙ୍କ ପାଖରେ ସିଟ୍‌ ଦିଅ, ସମସ୍ତ ଏୟାରଲାଇନ୍ସ କମ୍ପାନୀକୁ ନିର୍ଦ୍ଦେଶ ଦେଲା DGCA

ଉଡାଣ ସମୟରେ ୧୨ ବର୍ଷରୁ କମ୍‌ ବୟସ ପିଲାଙ୍କୁ ନିଜ ବାପା ମା’ଙ୍କ ପାଖରେ ସିଟ୍‌ ଦେବାକୁ ସମସ୍ତ ଏୟାରଲାଇନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି DGCA । ପିଲାଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । DGCA ଆଜି ଏକ ବୟାନ ଜାରି କରି କହିଛି ।

୧୨ ବର୍ଷରୁ କମ୍‌ ବୟସ ପିଲାଙ୍କୁ ଉଡାଣ ସମୟରେ ନିଜ ବାପା ମା’ଙ୍କ ପାଖରେ ସିଟ୍‌ ଦେବାକୁ ସମସ୍ତ ଏୟାରଲାଇନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି DGCA । ପିଲାଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । DGCA ଆଜି ଏକ ବୟାନ ଜାରି କରି କହିଛି ।

ଜାରି ହୋଇଥିବା ବୟାନ ମୁତାବକ, ସମସ୍ତ ଏୟାରଲାଇନ୍ସ ୧୨ ବର୍ଷରୁ କମ୍‌ ବୟସ ପିଲାକୁ ବାପା ମା/ ଅଭିଭାବକ ପାଖରେ ସିଟ୍‌ ଦିଆଯିବା ଉଚିତ । ଯେଉଁମାନେ ଗୋଟିଏ ପିଏନଆର ନଂ ଯାତ୍ରା କରୁଛନ୍ତି, ସେମାନଙ୍କ ରେକର୍ଡ ମଧ୍ୟ ରଖାଯିବ । ଡିଜିସିଏ ନିକଟରେ ଅଭିଯୋଗ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଏହାଛଡା ଡିଜିସିଏ ତରଫରୁ ଏୟାରଲାଇନ୍ସକୁ ଜିରୋ ବ୍ୟାଗେଜ, ମନ ପସନ୍ଦର ସିଟ୍‌ ସେୟାରିଂ, ଖାଦ୍ୟ ଓ ପାନୀୟ, ହେଡଫୋନ ନେବାକୁ ଅନୁମତି ଦିଆଯାଇଛି । ଏଥିପାଇଁ ଏୟାର ଟ୍ରାନ୍ସପୋର୍ଟ ସର୍କୁଲାର ୧,୨୦୨୪ରେ ପରିବର୍ତ୍ତନ କରାଯାଇଛି ।

ଡିଜିସିଏ ତରଫରୁ ସ୍ପଷ୍ଟ କରାଯାଇଛି କି, ଏହି ସୁବିଧା ଯାତ୍ରୀଙ୍କ ମନ ମୁତାବକ ହେବ । ଏହା ବାଧ୍ୟତାମୂଳକ ରହିବ ନାହିଁ । ଯାତ୍ରୀଙ୍କ ପାଇଁ ଅଟୋ ସିଟର ସୁବିଧା ରହିବ ।

ସୂଚନାଯୋଗ୍ୟ,  ଡିଜିସିଏ କହିଥିଲା, ଯଦି ଏୟାରଲାଇନ୍‌କୁ ଲାଗୁଛି ଯେ କୌଣସି ଯାତ୍ରୀଙ୍କର ସ୍ୱାସ୍ଥ୍ୟ ଉଡ଼ାଣ ବେଳେ ଖରାପ ହୋଇପାରେ । ତେବେ ପ୍ରଥମେ ତାଙ୍କୁ ଡାକ୍ତରୀ ଯାଞ୍ଚ କରିବା ଉଚିତ୍‌ । ଡାକ୍ତରଙ୍କ ପରାମର୍ଶ ପରେ ହିଁ ସ୍ଥିର କରିବା ଉଚିତ ଯେ ଯାତ୍ରୀ ଉଡ଼ାଣ ଭରିପାରିବେ ନା ନାହିଁ । ଏହି ଆଧାରରେ ହିଁ ଏୟାରଲାଇନ୍‌ କୌଣସି ନିଷ୍ପତ୍ତି ନେବ ।

ଯଦି କୌଣସି ଯାତ୍ରୀଙ୍କୁ ଡାକ୍ତର ଉଡ଼ାଣ ଭରିବାକୁ ମନା କରନ୍ତି, ତେବେ ଏୟାରଲାଇନ୍‌କୁ ତତ୍କାଳ ଯାତ୍ରୀଙ୍କୁ ଏ ନେଇ ଲିଖିତ ସୂଚନା ଦେବା ଆବଶ୍ୟକ । ଏଥିସହ ବିମାନରେ ବସିବାକୁ ମନା କରିବାର ସ୍ପଷ୍ଟ କାରଣ ବି କହିବାକୁ ହେବ । ଏହା ପୂର୍ବରୁ ଡିଜିସିଏ ଜୁନ୍‌ରେ ଏକ ବିଜ୍ଞପ୍ତି ଜାରି କରି ଲୋକଙ୍କ ଠାରୁ ପରାମର୍ଶ ମାଗିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.