Below header

ଗ୍ରୀଷ୍ମପ୍ରବାହ ନେଇ ୮ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ, ଆଜି ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ା ୪୩.୫ ଡିଗ୍ରୀ ସହ ସର୍ବାଧିକ ଉତ୍ତପ୍ତ

ଜଳୁଛି ସାରା ଓଡ଼ିଶା । ୪୦ ଉପରେ ୭ଟି ସହରର ପାରଦ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ ୮ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲା ଗୁଡକ ହେଲା ମୟୂରଭଞ୍ଜ, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ନୂଆପଡ଼ା ଓ ଅନୁଗୁଳ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ।

ଭୁବନେଶ୍ୱର : ଜଳୁଛି ସାରା ଓଡ଼ିଶା । ୪୦ ଉପରେ ୭ଟି ସହରର ପାରଦ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ ୮ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲା ଗୁଡକ ହେଲା ମୟୂରଭଞ୍ଜ, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ନୂଆପଡ଼ା ଓ ଅନୁଗୁଳ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ୧୮ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ । ୨୭ ତାରିଖରେ ୧୫ ଜିଲ୍ଲାକୁ ଜାରି ହୋଇଛି ରେଡ୍ ୱାଣ୍ଣିଂ ।

ଏହି ଜିଲ୍ଲାଗୁଡ଼ିକ ହେଲା ଗଜପତି, ଗଞ୍ଜାମ, ବାଲେଶ୍ବର, ମୟୂରଭଞ୍ଜ, ଝାରସୁଗୁଡ଼ା, ଢେଙ୍କାନାଳ, ଭଦ୍ରକ, ଖୋର୍ଦ୍ଧା, ସୁନ୍ଦରଗଡ଼, କେନ୍ଦୁଝର, ନୂଆପଡ଼ା, ସୋନପୁର, ବଲାଙ୍ଗିର, କଳାହାଣ୍ଡି ଓ ବୌଦ୍ଧ । ରାଜ୍ୟକୁ ପ୍ରଚୁର ମାତ୍ରାରେ ଶୁଷ୍କ ଓ ଗରମ ପବନ ପ୍ରବେଶ କରିବ । ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ବର୍ତ୍ତମାନ ସ୍ବାଭାବିକ ତୁଳନାର ତାପମାତ୍ରା ୩ରୁ ୪ ଡିଗ୍ରୀ ଓ କିଛି ସ୍ଥାନରେ ୫ ଡିଗ୍ରୀ ପର୍ଯ୍ୟନ୍ତ ଅଦିକ ରହୁଛି ।

ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ଦିନ ତାପମାତ୍ରାରେ ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ବିସ୍ତାରିତ ଆକଳନ ଅନୁଯାୟୀ ମେ ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ନିସ୍ତାର ମିଳିବନି । ଆଜି ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ୪୩.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି । ପୂର୍ବ ଏବଂ ଦକ୍ଷିଣ ଭାରତରେ ଆଗାମୀ ୫ ଦିନ ଯାଏ ଜାରି ରହିବ ହିଟ୍ ୱେଭ୍ ।

ସେପଟେ ଦେଶର ଅନ୍ୟ ଭାବରେ ପ୍ରବଳ ବର୍ଷାର ଆକଳନ ହୋଇଛି । ଆସନ୍ତା ୨୬ରୁ ୨୯ ତାରିଖ ମଧ୍ୟରେ ଜମ୍ମୁ କଶ୍ମୀର ଓ ହିମାଚଳପ୍ରଦେଶ ଭଳି ପଶ୍ଚିମ ହିମାଞ୍ଚଳ ରାଜ୍ୟଗୁଡିରେ ବର୍ଷା-ପବନର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହାସହ ଆସନ୍ତା ୨୬ରୁ ୨୮ ମଧ୍ୟରେ ଦେଶର ଉତ୍ତରପୂର୍ବ ରାଜ୍ୟ ଏବଂ ଏହା ସଲଗ୍ନ ମଧ୍ୟ ଭାରତରେ ଏପ୍ରିଲ ୨୬ଓ ୨୭ରେ ବର୍ଷା ସମ୍ଭାବନା ରହିଛି । ଏପ୍ରିଲ ୨୮ରୁ ୩୦ ଯାଏ ଦେଶର ଉତ୍ତରପୂର୍ବରୁ ପ୍ରବଳ ବର୍ଷାର ଅନୁମାନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.