ଏଲନ୍ ମସ୍କଙ୍କ ନ୍ୟୁରୋଲିଙ୍କ କରିଲା କମାଲ୍, ମଣିଷ ମସ୍ତିଷ୍କରେ ପ୍ରତିରୋପଣ ହେଲା କମ୍ପ୍ୟୁଟର ଚିପ୍

ବିଶ୍ୱ ଇତିହାସରେ ପ୍ରଥମ । ମଣିଷ ମସ୍ତିସ୍କ ଏବଂ କମ୍ପ୍ୟୁଟର ମଧ୍ୟରେ ସଫଳତାର ସହ ହୋଇଛି ଲିଙ୍କ । ପ୍ରଥମ ଥର ପାଇଁ ମଣିଷ ମସ୍ତିଷ୍କରେ ଏକ ‘ବ୍ରେନ ଚିପ’ ଲଗାଯିବା ସହିତ ସଫଳତାର ସହିତ ଆର୍ଟିଫିସିଆଲ ଇଣ୍ଟଲିଜେନସିରେ କଣ୍ଟ୍ରୋଲ କରିବା ସମ୍ଭବ ହୋଇଛି ବୋଲି ଏଲନ୍ ମସ୍କ ଟ୍ୱିଟ କରି ଦାବି କରିଛନ୍ତି । ଏଲନ୍ ମସ୍କଙ୍କ କମ୍ପାନୀ ନ୍ୟୁରାଲିଙ୍କ ପ୍ରଥମ ଥର ପାଇଁ ଏଭଳି ସଫଳତା ହାସଲ କରିଛି ।

ବିଶ୍ୱ ଇତିହାସରେ ପ୍ରଥମ । ମଣିଷ ମସ୍ତିସ୍କ ଏବଂ କମ୍ପ୍ୟୁଟର ମଧ୍ୟରେ ସଫଳତାର ସହ ହୋଇଛି ଲିଙ୍କ । ପ୍ରଥମ ଥର ପାଇଁ ମଣିଷ ମସ୍ତିଷ୍କରେ ଏକ ‘ବ୍ରେନ ଚିପ’ ଲଗାଯିବା ସହିତ ସଫଳତାର ସହିତ ଆର୍ଟିଫିସିଆଲ ଇଣ୍ଟଲିଜେନସିରେ କଣ୍ଟ୍ରୋଲ କରିବା ସମ୍ଭବ ହୋଇଛି ବୋଲି ଏଲନ୍ ମସ୍କ ଟ୍ୱିଟ କରି ଦାବି କରିଛନ୍ତି । ଏଲନ୍ ମସ୍କଙ୍କ କମ୍ପାନୀ ନ୍ୟୁରାଲିଙ୍କ ପ୍ରଥମ ଥର ପାଇଁ ଏଭଳି ସଫଳତା ହାସଲ କରିଛି । ମସ୍କ କହିଛନ୍ତି ଯେ ଯେଉଁ ବ୍ୟକ୍ତିଙ୍କ ନିକଟରେ ଚିପ୍ ଲଗାଯାଇଛି ସେହି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଛି ଏବଂ ଏହାର ପ୍ରାରମ୍ଭିକ ଫଳାଫଳଗୁଡିକ ବହୁତ ଉତ୍ସାହଜନକ ।

ଏଲନ ମସ୍କଙ୍କ ପ୍ରୋଜେକ୍ଟ ନ୍ୟୁରୋଲିଙ୍କ ପକ୍ଷରୁ ଗତବର୍ଷ ଏକ ଭିଡିଓ ଜାରି କରାଯାଇଥିଲା । ଏହି ପ୍ରୋଜେକ୍ଟରେ ଗୋଟିଏ ମାଙ୍କଡ଼ର ବ୍ରେନରେ ଏକ ଚିପ୍ ଖଞ୍ଜା ଯାଇଥିଲା । ଉକ୍ତ ମାଙ୍କଡ଼ଟି ନିଜର ବ୍ରେନ ଚିପ ସହାୟତାରେ ଗେମ୍ ଖେଳୁଥିବାର ଭିଡିଓରେ ନଜର ଆସିଥିଲା । ତେବେ ଏହି ପ୍ରୋଜେକ୍ଟ ଉପରେ ବିଶ୍ୱର ନ୍ୟୁରୋ-ସାଇଣ୍ଟିଷ୍ଟ, ପଶୁ ଅଧିକାର କାର୍ଯ୍ୟକର୍ତ୍ତା, ମେଡିକାଲ ଟେକ୍ନୋଲୋଜିଷ୍ଟ, ମେଡିକାଲ ଆଡଭୋକେଟ୍, ଏକ୍ସପର୍ଟମାନେ ତୀକ୍ଷ୍ଣ ନଜର ରଖିଥିଲେ ।

ଏଲନ ମସ୍କଙ୍କ ମାଲିକାନାରେ ଥିବା ଟେସଲା ଓ ସ୍ପେସ-ଏକ୍ସ କମ୍ପାନୀ ପକ୍ଷରୁ ନୂଆ ନୂଆ ପ୍ରଡକ୍ଟ ତ୍ୱରିତ ବେଗରେ ଲଞ୍ଚ କରାଯାଇଥାଏ । ନ୍ୟୁରୋଲିଙ୍କ ପ୍ରୋଜେକ୍ଟ ମାଧ୍ୟମରେ ପଶୁଙ୍କ ମସ୍ତିଷ୍କରେ ଚିପ୍ ଲଗାଇବା ପ୍ରକ୍ରିୟା ପୂର୍ବରୁ ସଫଳ ହୋଇଥିଲା । କିନ୍ତୁ ଏବେ ମଣିଷର ମସ୍ତିଷ୍କରେ ଏହି ଚିପକୁ ସ୍ଥାପନ କରି ତାହାକୁ ନିୟନ୍ତ୍ରଣ କରାଯିବାରେ ସଫଳ ହୋଇପାରିଛି ବୋଲି ଏଲନ ମସ୍କ ଦାବି କରିଛନ୍ତି । ଏହାଦ୍ୱାରା ମଣିଷର ବ୍ରେନକୁ କମ୍ପ୍ୟୁଟର ସହ ଯୋଡ଼ି ତା’ର କ୍ଷମତା ବୃଦ୍ଧି ନେଇ ପ୍ରୟାସ ହୋଇଛି । ଏବେ ମଣିଷ ବ୍ରେନ ସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ଯୋଡ଼ିବା ପାଇଁ ପ୍ରୟାସ କରାଯାଇଛି । ଏହା ଦ୍ୱାରା ପାରକିନସନ୍ସ ପରି ବେମାରୀର ଚିକିତ୍ସା ସମ୍ଭବ ହୋଇ ପାରିବ ବୋଲି ଏଲନ୍ ମସ୍କ କହିଛନ୍ତି ।

ନ୍ୟୁରୋଲିଙ୍କ କ’ଣ?

ନ୍ୟୁରୋଲିଙ୍କ ଏକ ଷ୍ଟାର୍ଟଅପ୍ କମ୍ପାନୀ, ଯାହା ୨୦୧୬ ମସିହାରେ କେତେକ ବୈଜ୍ଞାନିକ ଏବଂ ଇଞ୍ଜିନିୟରଙ୍କ ସହିତ ମିଶି ପ୍ରସିଦ୍ଧ ଆରବପତି ଏଲନ୍ ମସ୍କଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ବ୍ରେନ ଚିପ୍ ଇଣ୍ଟରଫେସ୍ ସୃଷ୍ଟି କରିବାକୁ ନ୍ୟୁରାଲିଙ୍କ କାର୍ଯ୍ୟ କରେ ଯାହା ମାନବ ଖପୁରୀରେ ପ୍ରତିରୋପିତ ହୋଇପାରେ । ଏହି ଚିପ୍ ସାହାଯ୍ୟରେ, ଅକ୍ଷମ ବ୍ୟକ୍ତି ଯେଉଁମାନେ ଚାଲିପାରିବେ ନାହିଁ, କଥାବାର୍ତ୍ତା କରିପାରିବେ ନାହିଁ କିମ୍ବା ଦେଖିପାରିବେ ନାହିଁ ସେମାନେ ପୁନର୍ବାର କିଛି ପରିମାଣରେ ଉନ୍ନତ ଜୀବନଯାପନ କରିବାକୁ ସମର୍ଥ ହେବେ । ଚିପ୍ ସାହାଯ୍ୟରେ ନ୍ୟୁରଲ ସିଗନାଲ କମ୍ପ୍ୟୁଟର କିମ୍ବା ଫୋନ୍ ପରି ଡିଭାଇସକୁ ଟ୍ରାନ୍ସମିଟ କରାଯାଇପାରିବ । ତେବେ ମସ୍କଙ୍କ କମ୍ପାନୀ ଏଥିପାଇଁ ସମାଲୋଚନାର ସମ୍ମୁଖୀନ ମଧ୍ୟ ହୋଇଛି ।

ବାସ୍ତବରେ, କମ୍ପାନୀ ପୂର୍ବରୁ ଲ୍ୟାବରେ ଥିବା ପଶୁମାନଙ୍କ ଉପରେ ଏହି ବ୍ରେନ ଚିପ୍ ପରୀକ୍ଷଣ କରିଥିଲା, ଯେଉଁଥିପାଇଁ କମ୍ପାନୀକୁ ତୀବ୍ର ସମାଲୋଚନା କରାଯାଇଥିଲା । ୨୦୨୨ ମସିହାରେ, କମ୍ପାନୀକୁ ଆମେରିକାର କେନ୍ଦ୍ରୀୟ ଅନୁସନ୍ଧାନର ମଧ୍ୟ ସମ୍ମୁଖୀନ ହେବାକୁ ପଡିଥିଲା । ଅଭିଯୋଗ ହୋଇଥିଲା ଯେ ପରୀକ୍ଷଣ ସମୟରେ କମ୍ପାନୀ ୧୫୦୦ ପ୍ରାଣୀଙ୍କ ହତ୍ୟା କରିଛି, ଏଥିରେ ମୂଷା, ମାଙ୍କଡ, ଘୁଷୁରୀ ଇତ୍ୟାଦି ଅନ୍ତର୍ଭୁକ୍ତ । ତେବେ କମ୍ପାନୀ ଏହି ଅଭିଯୋଗକୁ ଅସ୍ୱୀକାର କରିଥିଲା । ଏବଂ ଏବେ ମାନବ ମସ୍ତିଷ୍କରେ ବ୍ରେନ ଚିପ ଲଗାଇବାର ପ୍ରଥମ ପରୀକ୍ଷଣରେ ସଫଳ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.