ବରମୁଣ୍ଡା ବସ୍‌ ଟର୍ମିନାଲରେ ପହଞ୍ଚି ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ

ଫେବ୍ରୁଆରୀରେ ବରମୁଣ୍ଡା ବସ୍ ଟର୍ମିନାଲ। ବରମୁଣ୍ଡାରେ ନିର୍ମାଣାଧୀନ ଆନ୍ତଃ ରାଜ୍ୟ ବସ୍ ଟର୍ମିନାଲ ପରିଦର୍ଶନ କରିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଇଏସବିଟିରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତିର ତଦାରଖ କରିଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ।

ଭୁବନେଶ୍ୱର(କେନ୍ୟୁଜ୍‌) :  ଫେବ୍ରୁଆରୀ ବରମୁଣ୍ଡା ବସ୍ ଟର୍ମିନାଲ। ବରମୁଣ୍ଡାରେ ନିର୍ମାଣାଧୀନ ଆନ୍ତଃ ରାଜ୍ୟ ବସ୍ ଟର୍ମିନାଲ ପରିଦର୍ଶନ କରିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଇଏସବିଟିରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତିର ତଦାରଖ କରିଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ। ଆଇଏସବିଟି ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବା ସମ୍ଭାବନା ରହିଛି। ଟର୍ମିନାଲ କାର୍ଯ୍ୟକ୍ଷମ ହେଲେ ଏହା କେବଳ ଓଡ଼ିଶାବାସୀଙ୍କ ପାଇଁ ନୁହେଁ, ବରଂ ପଡୋଶୀ ରାଜ୍ୟର ଲୋକଙ୍କ ପାଇଁ ବି ଏକ ଗୁରୁତ୍ବପୂର୍ଣ୍ଣ ଟ୍ରାଞ୍ଜିଟ୍ ହବ୍ ହେବ । ଆଇଏସବିଟି ସ୍ଥଳକୁ ଯାଇ ୫-ଟି ଅଧ୍ୟକ୍ଷ ଯାତ୍ରୀଙ୍କ ପାଇଁ କରାଯାଇଥିବା ବିଭିନ୍ନ ବ୍ୟବସ୍ଥାର ତଦାରଖ କରିଥିଲେ । ପ୍ରତୀକ୍ଷା ସ୍ଥଳ, ପରିମଳ ବ୍ୟବସ୍ଥା, ବସ୍ ବେ’ , ରେଷ୍ଟରୁମ୍ ଆଦିର ସେ ତଦାରଖ କରିଥିଲେ।

ଅପରେସନ କଣ୍ଟ୍ରୋଲ ସେଣ୍ଟରର ସେ ପ୍ରଶଂସା କରିବା ସହ ଏହାର ସୁରକ୍ଷା ପାଇଁ ହାଇଟେକ୍ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ ପାଣ୍ଡିଆନ। ଯାତ୍ରୀମାନଙ୍କ ସୂଚନା ପାଇଁ ଓଡ଼ିଆରେ ଲିଖିତ ଉପଯୁକ୍ତ ସାଇନ୍ ବୋର୍ଡ ଓ ମାନଚିତ୍ର ବ୍ୟବସ୍ଥା କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ୫-ଟି ଅଧ୍ୟକ୍ଷ । ବାକି ରହିଥିବା କାମ ତ୍ୱରାନ୍ୱିତ କରିବା ସହ ଫେବ୍ରୁଆରୀ ସୁଦ୍ଧା ଲୋକାର୍ପଣ ପାଇଁ ଆଇଏସବିଟିକୁ ପ୍ରସ୍ତୁତ କରିବା ପାଇଁ ବିଡିଏ ଟିମକୁ ନିର୍ଦ୍ଦେଶ ଦେଇଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ୫-ଟି ଅଧ୍ୟକ୍ଷଙ୍କ ଆଇଏସବିଟି ସ୍ଥଳ ପରିଦର୍ଶନ ବେଳେ ବିଡିଏ ଭିସି, ଭୁବନେଶ୍ୱର ଡିସିପି, ବିଏମସି କମିଶନର ଓ ବିଡିଏର ଏବଂ ଅନ୍ୟ ଏଜେନ୍ସୀ ଅଧିକାରୀମାନେ ଉପସ୍ଥିତ ଥିଲେ। ୧୫ ଏକରରୁ ଅଧିକ ଜମିରେ ନିର୍ମାଣ ହେଉଛି ପ୍ରକଳ୍ପ। ଖର୍ଚ୍ଚ ହେଉଛି ୧୮୦ କୋଟି ଟଙ୍କା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.