୭ ବର୍ଷ ପରେ ବଲିଉଡ୍କୁ ଫେରୁଛନ୍ତି ପାକିସ୍ତାନୀ ସିଙ୍ଗର୍ ଆତିଫ୍ ଅସଲମ୍
ଆତିଫ୍ ଅସଲମ୍ ହିନ୍ଦୀ ସିନେମାକୁ ଅନେକ ସୁପରହିଟ୍ ମ୍ୟୁଜିକ୍ ଦେଇଛନ୍ତି । ଯଦିଓ କିଛି ବର୍ଷ ପାଇଁ ତାଙ୍କୁ ବଲିଉଡ୍ରେ ବ୍ୟାନ୍ କରି ଦିଆଯାଇଥିଲା, କିନ୍ତୁ ତାଙ୍କ ଗୀତଗୁଡ଼ିକୁ ଆଜି ମଧ୍ୟ ଲୋକେ ଗୁଣୁ ଗୁଣାଉଛନ୍ତି ।

ଆତିଫ୍ ଅସଲମ୍ ହିନ୍ଦୀ ସିନେମାକୁ ଅନେକ ସୁପରହିଟ୍ ମ୍ୟୁଜିକ୍ ଦେଇଛନ୍ତି । ଯଦିଓ କିଛି ବର୍ଷ ପାଇଁ ତାଙ୍କୁ ବଲିଉଡ୍ରେ ବ୍ୟାନ୍ କରି ଦିଆଯାଇଥିଲା, କିନ୍ତୁ ତାଙ୍କ ଗୀତଗୁଡ଼ିକୁ ଆଜି ମଧ୍ୟ ଲୋକେ ଗୁଣୁ ଗୁଣାଉଛନ୍ତି । ଆତିଫ୍ଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ମଧ୍ୟ ଢେର୍ ଲମ୍ବା । ଏବେ ତାଙ୍କ ଫ୍ୟାନ୍ମାନଙ୍କ ପାଇଁ ଏକ ବଡ଼ ସରପ୍ରାଇଜ୍ ରହିଛି । ବାସ୍ତବରେ, ସିଙ୍ଗର୍ ପୁଣିଥରେ ବଲିଉଡ୍ରେ କମ୍ବ୍ୟାକ କରିବାକୁ ଯାଉଛନ୍ତି । ସେ ଏକ ଅପ୍କମିଙ୍ଗ ଫିଲ୍ମ ପାଇଁ ଗୀତ ଗାଇବେ ।
ପାକିସ୍ତାନୀ କଳାକାରମାନେ ଭାରତରେ କାମ କରିବା ଉପରେ କିଛି ବର୍ଷ ପୂର୍ବେ ପ୍ରତିବନ୍ଧକ ଲଗାଯାଇଥିଲା । କିନ୍ତୁ ପରେ ବମ୍ବେ ହାଇକୋର୍ଟ ଏବଂ ସୁପ୍ରିମ୍କୋର୍ଟ ଭାରତରେ ପ୍ରତିବନ୍ଧକ ଆବେଦନକୁ ଖାରଜ କରି ଦେଇଥିଲେ, ଯାହାପରେ ବଲିଉଡ୍ ମଧ୍ୟ ସେମାନଙ୍କ ପାଇଁ ନିଜର ସମସ୍ତ ଦ୍ୱାର ଖୋଲିଦେଇଛି ।
ଏମିତିରେ ଆତିଫ୍ ଅସଲମ୍ ଏହି ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି, ଯିଏ ପାଖାପାଖି ୭ ବର୍ଷ ପରେ ବଲିଉଡ୍ରେ ଏଣ୍ଟ୍ରି ନେବାକୁ ଯାଉଛନ୍ତି । ୭ ବର୍ଷର ବ୍ରେକ୍ ପରେ ସିଙ୍ଗର କମ୍ବ୍ୟାକ କରୁଛନ୍ତି । ଅମିତ୍ କସାରିଆଙ୍କ ଫିଲ୍ମ ‘ଲଭ୍ ଷ୍ଟୋରୀ ଅଫ୍ ନାଇଣ୍ଟିଜ୍’ ସହିତ ଆତିଫ୍ ବଲିଉଡ୍କୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । କହି ରଖୁଛୁ, ୨୦୦୨ରେ ଆତିଫ୍ ‘ଜଲ୍’ ନାମକ ବ୍ୟାଣ୍ଡ୍ରୁ ନିଜର ସିଙ୍ଗିଙ୍ଗ୍ କ୍ୟାରିୟର ଆରମ୍ଭ କରିଥିଲେ । ଏହି ଫିଲ୍ମର ‘ଓ୍ଵହ ଲମ୍ହେ’ ଗୀତକୁ ଲୋକମାନେ ଖୁବ୍ ପସନ୍ଦ କରିଥିଲେ ।