ଏ ପ୍ରଚଣ୍ଡ ଖରାରୁ ଲୋକେ ଘରୁ ବାହାରୁ ପାରୁନାହାଁନ୍ତି, ସେଠି ଏ ବୁଲା ଜୀବଜନ୍ତୁଙ୍କ ସ୍ଥିତି କଣ ହେଉଥିବ ଥରେ ଭାବିଛନ୍ତି କି

ଏ ଅସହ୍ୟ ଖରାରେ ପାଣି ଟୋପାଏ ଜୀବନ ବଞ୍ଚାଇଦେବ । ସମସ୍ତେ ତ ନିଜ କଥା ଭାବୁଛ କିନ୍ତୁ କେହି ବାହାରେ ବୁଲୁଥିବା ବୁଲା ଜୀବଜନ୍ତୁଙ୍କ କଥା ଥରେ ଭାବିଛନ୍ତି କି । କେମିତି ସେମାନେ ନିଜ ଜୀବନ ବଞ୍ଚାଇବେ କେମିତି ସେମାନେ ଏ ପ୍ରଚଣ୍ଡ ଖରାରେ ଟିକେ ତ୍ରାହୀ ପାଇବେ ।

ପୋଲସରା (କେନ୍ୟୁଜ) : ଗରମ ଯେଉଁଭଳି ହେଉଛି ଲୋକମାନେ ଘରୁ ବାହାରିବାକୁ ଡରୁଛନ୍ତି । ଆଉ ଯଦି ବା ବାହାରୁଛନ୍ତି ନିଜ ପାଇଁ ଛତା ପାଣି ଓ ବୋଟଲ ନିଶ୍ଚୟ ରଖୁଛନ୍ତି । ଯେମିତିକି ଏ ଅସହ୍ୟ ଖରାରେ ପାଣି ଟୋପାଏ ଜୀବନ ବଞ୍ଚାଇଦେବ । ସମସ୍ତେ ତ ନିଜ କଥା ଭାବୁଛ କିନ୍ତୁ କେହି ବାହାରେ ବୁଲୁଥିବା ବୁଲା ଜୀବଜନ୍ତୁଙ୍କ କଥା ଥରେ ଭାବିଛନ୍ତି କି । କେମିତି ସେମାନେ ନିଜ ଜୀବନ ବଞ୍ଚାଇବେ କେମିତି ସେମାନେ ଏ ପ୍ରଚଣ୍ଡ ଖରାରେ ଟିକେ ତ୍ରାହୀ ପାଇବେ । ହଁ ସେମାନଙ୍କ କଥା କେହି ନଭାବିଲେ ବି ତାଙ୍କ କଥା ଭାବିଛି ଜଣେ ଟ୍ରଷ୍ଟ । ସେମାନଙ୍କ ଶୋଷ ମେଣ୍ଟାଇବା ପାଇଁ ଆଗକୁ ବଢ଼ିଛି ଏହି ଟ୍ରଷ୍ଟ ।

ପୋଲସରା ଜୀବେଦୟା ଟ୍ରଷ୍ଟ ପକ୍ଷରୁ ପଷୁପକ୍ଷୀଙ୍କ ପାଇଁ ଜଳକୁଣ୍ଡର ଶୁଭାରମ୍ଭ ହୋଇଯାଇଛି । ଏନେଇ ପୋଲସରା ଥାନା ଏସ୍.ଆଇ ସୁଭ୍ରଜିତ୍ ସାମନ୍ତରାୟଙ୍କ ଦ୍ବାରା ପଷୁପକ୍ଷୀଙ୍କ ଶୋଷ ମେଣ୍ଟାଇବାର ଜଳକୁଣ୍ଡର ଶୁଭାରମ୍ଭ କରିଛନ୍ତି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ପଷୁପକ୍ଷୀ ମାନେ ପାଣିର ଅଭାବରେ ଶୋଷ ମେଣ୍ଟାଇବା ପାଇଁ ଡ଼ହଳବିକଳ ହେଉଥିବା ଦେଖିବାକୁ ମିଳିଛି ।

ଯାହାକୁ ନେଇ ଜୀବେଦୟା ଟ୍ରଷ୍ଟର ସଦସ୍ୟ ମାନେ ହୃଦୟଙ୍ଗମ କରି ପଷୁପକ୍ଷୀଙ୍କ ନିମନ୍ତେ ପୋଲସରା ସହରର ବିଭିନ୍ନ ସ୍ଥାନରେ ଜଳକୁଣ୍ଡ ବସାଇଛନ୍ତି । ଯାହାଦ୍ଵାରା ଗ୍ରୀଷ୍ମର ଖରା ଗରମରେ ଚଳପ୍ରଚଳ କରୁଥିବା ପଷୁପକ୍ଷୀ ତଥା ବୁଲା ଗାଇଗୋରୁ, କୁକୁର, ମାଙ୍କଡ଼ ମାନେ ପାଉଥିବା ଜଳକଷ୍ଟ ଦୂର ହୋଇପାରିବ । ଏଥିରେ ଜନସାଧାରଣ ସହଯୋଗ କରିବା ନିମନ୍ତେ ଟ୍ରଷ୍ଟ ପକ୍ଷରୁ ନିବେଦନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.