ଆପେ ଆପେ ଷ୍ଟାର୍ଟ ହେଉଛି ବୋଲେରୋ, ବିନା ଡ୍ରାଇଭରରେ ଆଗକୁ ଆଗକୁ ମାଡିଚାଲିଛି
ଆପଣଙ୍କୁ ଏହା ଅଦ୍ଭୁତ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଯାହା ଦେଖୁଛନ୍ତି ଏକଦମ୍ ସତ । ଏହି ଭିଡିଓଟି ଭୋପାଳର ଏକ ରାସ୍ତାର ବୋଲି ଜଣାପଡିଛି ।

ଆପେ ଆପେ ଷ୍ଟାର୍ଟ ହେଉଛି ବୋଲେରୋ । ଆଉ ଧୀରେ ଧୀରେ ଆଗକୁ ବଢ଼ୁଛି । ନା ଡ୍ରାଇଭର ବସିଛନ୍ତି ନା ଗାଡିରେ କେହି ବସିଛନ୍ତି । କିନ୍ତୁ ସବୁକିଛି ଠିକ ଠାକ୍ ଚାଲୁଛି । ଆଉ ଧୀରେ ଧୀରେ ଗାଡିର ବେଗ ମଧ୍ୟ ବଢ଼ିବାକୁ ଲାଗୁଛି । ଆପଣଙ୍କ ସ୍କ୍ରୀନରେ ଆପଣ ତିନୋଟି ଅଲଗା ଅଲଗା ଭିଡିଓ ଦେଖୁଛନ୍ତି । ଯେଉଁଥିରେ ବୋଲୋରାଟି ଆଗକୁ ଆଗକୁ ବଢ଼ି ଚାଲିଛି । ଆପଣଙ୍କୁ ଏହା ଅଦ୍ଭୁତ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଯାହା ଦେଖୁଛନ୍ତି ଏକଦମ୍ ସତ । ଏହି ଭିଡିଓଟି ଭୋପାଳର ଏକ ରାସ୍ତାର ବୋଲି ଜଣାପଡିଛି ।
ବୋଲେରୋଟିକୁ ରୋବର୍ଟ ଦ୍ୱାରା ଚାଳନା କରାଯାଉଥିବାବେଳେ ଏହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଆଉ ଏସବୁ ସମ୍ଭବ ହୋଇପାରିଛି ବୁଦ୍ଧି, ଚେଷ୍ଟା ଆଉ ଜୁଗାଡ ଦ୍ୱାରା । ଏହି ତିନିଟି ଦମରେ ଦୁନିଆ ମୁସକିଲରୁ ମୁସକିଲ କାମକୁ ସହଜରେ କରିପାରିବ । ଭୋପାଳର ଇଞ୍ଜିନିୟର କିଛି ଏମିତି ହିଁ କରିଦେଖାଇଛନ୍ତି ।
ଭୋପାଳ ରାସ୍ତାରେ ଆଜିକାଲି ଏକ ଧଳା ରଙ୍ଗର ମହିନ୍ଦ୍ରା ବ୍ରୋଲେରୋ ଲୋକଙ୍କୁ ନିଜ ଆଡକୁ ଧ୍ୟାନ କେନ୍ଦ୍ରିତ କରୁଛି । ଆଉ ଏହି ଗାଡିକୁ ଦେଖି ଆପଣ ଘଡିବେ ଭାବିବା ପାଇଁ ବାଧ୍ୟ ହେବେ । କାହିଁକିନା ଏହା ବିନା ଡ୍ରାଇଭରରେ ଅତି ଆରାମରେ ଚାଲୁଛି । । ଆମେ ୟାକୁ ଡ୍ରାଇଭରଲେସ୍ ଗାଡି ବି କହିପାରିବେ । ଏବେ ଆପଣ ଭାବୁଥିବେ ଡ୍ରାଇଭରଲେସ କାରକୁ ର୍ନେଇ ଯେଉଁଠି ଆପଲ ଓ ଟେସଲା ଭଳି କମ୍ପାନୀ ଭାବିପାରୁନାହାଁନ୍ତି ସେଠାରେ ଭାରତରେ ଏହା କେମିତି ସମ୍ଭବ ।
ତେବେ ଆପଣଙ୍କୁ ବତାଇବାକୁ ଚାହିଁବୁ ଯେ ଡ୍ରାଇଭରଲେସ କାରର କଳ୍ପନାକୁ ବାସ୍ତବରେ ପରିଣତ କରିଦେଖାଇଛନ୍ତି ଉତ୍ତରାଖଣ୍ଡସ୍ଥିତ ଆଇଆଇଟି ରୁଡକିରୁ ଇଲେକଟ୍ରିକକାଲ ଇଞ୍ଜିନିୟରିଂରେ ବିଟେକ ଡିଗ୍ରୀ ହାସଲ କରିଥିବା ସଞ୍ଜୀବ ଶର୍ମା ଏକ ଏମିତି ରୋବର୍ଟିକ ଟେକ୍ନୋଲୋଜି ବନାଇଛନ୍ତି, ଯାହା ସାହାଯ୍ୟରେ ଡ୍ରାଇଭରଲେସ କାରର ସ୍ୱପ୍ନ ସତ ହୋଇପାରିଛି ।
ସଞ୍ଜୀବ ଶର୍ମା ୨୦୧୫ରେ ଏକ କମ୍ପାନୀ ଷ୍ଟାର୍ଟ କଲେ, ଯାହର ମୂଳ ଲକ୍ଷ୍ୟ ଥିଲା ଟେକ୍ନୋଲୋଜି ସାହାଯ୍ୟରେ ସଡକ ଦୁର୍ଘଟଣାକୁ କମ୍ କରିବା ଏବଂ ଲୋକଙ୍କୁ ବିପଦରୁ ରକ୍ଷା କରିବା । ସେଥିପାଇଁ ସ୍ୱାୟତ୍ତ ରୋବର୍ଟସ ନାମକ କମ୍ପାନୀ ବନାଇ ସଞ୍ଜୀବ ୨୦୧୬ରେ ଜୀପରେ ଏକ ସଫ୍ଟେଓ୍ଵୟାର ସେଟ୍ କଲେ । ଯାହା କ୍ୟାମେରା ଏବଂ ସେନ୍ସର ସାହାଯ୍ୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜୀରିଆରେ ବିନା କୌଣସି ଡ୍ରାଇଭରରେ କାରକୁ ଚଲାଇବାରେ ସକ୍ଷମ ହୋଇପାରୁଛି । ତେବେ କହିବାକୁ ଚାହିଁବୁ ଯେ ଏହି କାର ୫୦ ହଜାର କିଲୋମିଟରର ଟ୍ରାଏଲ କରିସାରିଲାଣି ।
ପ୍ରତିଷ୍ଠାତା ସଞ୍ଜିବ ଶର୍ମା ତାଙ୍କ ଟ୍ଵିଟର ଆକାଉଣ୍ଟରେ ଏହାକୁ ପୋଷ୍ଟ କରିଛନ୍ତି । ଖାଲି ସେତିକି ନୁହେଁ ନିକଟରେ ଏହାକୁ ନେଇ ସଞ୍ଜିବ ଶର୍ମା ଏକ ଜାତୀୟ ଗଣମାଧ୍ୟମରେ ପ୍ରତିକ୍ରୀୟା ରଖିଛନ୍ତି । ସେ ଦୃଢ଼ତାର ସହ କହିଛନ୍ତି ଯେ ସେମାନେ ଟେସଲାର ପ୍ରତିଯୋଗୀ । ଆମେ ଯାହା ପ୍ରଦର୍ଶନ କରୁଛୁ ତାହା ଭାରତର ଟ୍ରାଫିକକୁ ଅତି ସହଜତାର ସହିତ ପରିଚାଳନା କରିପାରିବ । ଆମକୁ ଅଧିକ ଅର୍ଥର ଆବଶ୍ୟକତା ରହିଛି । ଅଧିକ ଅର୍ଥ ମିଳିଲେ ବର୍ଷ ଶେଷ ସୁଦ୍ଧା ସ୍ୱାୟତ ଚାଳିତ ସମସ୍ୟାର ସମାଧାନ କରିପାରିବୁ । ସଞ୍ଜୀବ ଶର୍ମାଙ୍କ ଏହି ବୋଲେରୋର ଭିଡିଓ ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି । ଅନେକ ୟୁଜର୍ସ ଏହି ପଦକ୍ଷେପକୁ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି । କିଛି ୟୁଜର୍ସ ମଧ୍ୟ ନିଜର ମତାମତା ଦେଇଥିବା ଦେଖିବାକୁ ମିଳିଛି ।