ରତନ ଟାଟାଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ-୨୦୨୧ ପ୍ରଦାନ କଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ

ବିଶ୍ୱର ବିଶିଷ୍ଟ ଶିଳ୍ପପତି, ସମାଜସେବୀ ତଥା ଟାଟାଗ୍ରୁପ୍‍ର ଚେୟାରମ୍ୟାନ୍‍ ଏମେରିଟସ୍‍ ରତନ ଟାଟାଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ ୨୦୨୧ ପ୍ରଦାନ କରାଯାଇଛି । ଆଜି ମୁମ୍ବାଇସ୍ଥିତ ରତନ ଟାଟାଙ୍କ ବାସଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଟାଟା ଗ୍ରୁପ୍‍ର ଅଧ୍ୟକ୍ଷ ଏନ୍‍ ଚନ୍ଦ୍ରଶେଖରନ୍‍ ଓ ତିନି ଥର ଗ୍ରାମି ପୁରସ୍କାର ବିଜେତା ରିକି କେଜ୍‍ଙ୍କ ଉପସ୍ଥିତିରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ରତନ ଟାଟାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ ।

ଭୁବନେଶ୍ୱର(କେନ୍ୟୁଜ୍‌): ବିଶ୍ୱର ବିଶିଷ୍ଟ ଶିଳ୍ପପତି, ସମାଜସେବୀ ତଥା ଟାଟାଗ୍ରୁପ୍‍ର ଚେୟାରମ୍ୟାନ୍‍ ଏମେରିଟସ୍‍ ରତନ ଟାଟାଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ ୨୦୨୧ ପ୍ରଦାନ କରାଯାଇଛି । ଆଜି ମୁମ୍ବାଇସ୍ଥିତ ରତନ ଟାଟାଙ୍କ ବାସଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଟାଟା ଗ୍ରୁପ୍‍ର ଅଧ୍ୟକ୍ଷ ଏନ୍‍ ଚନ୍ଦ୍ରଶେଖରନ୍‍ ଓ ତିନି ଥର ଗ୍ରାମି ପୁରସ୍କାର ବିଜେତା ରିକି କେଜ୍‍ଙ୍କ ଉପସ୍ଥିତିରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ରତନ ଟାଟାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । ସାମାଜିକ ବିକାଶ ପ୍ରତି ପ୍ରତିବଦ୍ଧତା ଓ କର୍ପୋରେଟ୍‍ ନେତୃତ୍ୱ କ୍ଷେତ୍ରରେ ସେ ସୃଷ୍ଟି କରିଥିବା ଉଦାହରଣ ପାଇଁ ତାଙ୍କୁ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ ପ୍ରଦାନ କରାଯାଇଛି । ବର୍ତ୍ତମାନ ସମୟରେ ସ୍ୱାସ୍ଥ୍ୟଗତ କାରଣରୁ ରତନ ଟାଟା ବାହାରକୁ ଯାଉ ନ ଥିବା କାରଣରୁ ତାଙ୍କ ବାସଭବନରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ।

ଏହି ସମ୍ମାନ ଗ୍ରହଣ କରିବା ସହ କିସ୍‍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଦେଇ ଶ୍ରୀ ରତନ ଟାଟା କହିଲେ ଏହି ସମ୍ମାନ ମୋତେ ପ୍ରଦାନ କରିଥିବାରୁ ମୁଁ ବହୁତ ଖୁସି । ଏହା ମୋ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ବୋଲି ସେ କହିଥିଲେ । ସାଧାରଣତଃ ରତନ ଟାଟା କୌଣସି ପୁରସ୍କାର ଗ୍ରହଣ କରି ନ ଥାନ୍ତି । ମାତ୍ର କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନର ଗୁରୁତ୍ୱ ଉପଲବ୍‍ଧି କରି ସେ ଏହି ସମ୍ମାନ ଗ୍ରହଣ କରିବା ପାଇଁ ସମ୍ମତି ପ୍ରକାଶ କରିଥିଲେ । ୨୦୨୧ରେ ରତନ ଟାଟାଙ୍କୁ ଏହି ସମ୍ମାନ ଗ୍ରହଣ କରିବା ପାଇଁ ଶ୍ରୀ ସାମନ୍ତ ଅନୁରୋଧ କରିଥିଲେ । କୋଭିଡ୍‍ ମହାମାରୀ ଯୋଗୁଁ ୨୦୨୧ରେ ଏହି ସମ୍ମାନ ତାଙ୍କୁ ପ୍ରଦାନ କରାଯାଇପାରି ନ ଥିଲା ।

“ରତନ ଟାଟା ଭାରତର ଏକ ଜଣାଶୁଣା ନାଁ ଏବଂ ସେ ଜଣେ ଅତି ଭଲ ଲୋକ । ତାଙ୍କୁ ଆଜି ଏହି ସମ୍ମାନ ପ୍ରଦାନ କରି ନିଜକୁ ଗୌରବାନ୍ୱିତ ମନେକରୁଛି” ବୋଲି ଶ୍ରୀ ସାମନ୍ତ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଶ୍ରୀ ସାମନ୍ତ କହିଲେ, ରତନ ଟାଟାଙ୍କ ସମାଜସେବା ଓ ନେତୃତ୍ୱ ମୋତେ ପିଲାଦିନୁ ପ୍ରଭାବିତ କରିଥିଲା । ପିଲାଦିନରୁ ମୁଁ ରତନ ଟାଟାଙ୍କୁ ସମ୍ମାନ ଦେବା ସହ ତାଙ୍କୁ ସେ ଭଲ ପାଇ ଆସୁଛି । ସମୟ ଥିଲା ଦିନେ ମୋ ବାପା ଟାଟା କମ୍ପାନୀରେ ଏକ ଛୋଟ କର୍ମଚାରୀ ଥିଲେ । ମୋତେ ଯେତେବେଳେ ମାତ୍ର ୪ବର୍ଷ ବୟସ ହୋଇଥିଲା, ସେତେବେଳେ ମୋ ବାପା ଏକ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ସେବେଠାରୁ ମୁଁ ରତନ ଟାଟାଙ୍କୁ ସମ୍ମାନ ଦେବା ସହ ଭଲ ପାଇ ଆସୁଛି ବୋଲି ଶ୍ରୀ ସାମନ୍ତ କହିଛନ୍ତି । ଏହି ଅବସରରେ କିସ୍‍ର ୪୦ ହଜାର ଛାତ୍ରଛାତ୍ରୀ ରତନ ଟାଟାଙ୍କ ସୁସ୍ଥ, ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.