ଜମିଜମା ବିବାଦ: ମାମୁଁକୁ ଗୋଡାଇ ଗୋଡାଇ ହାଣିଲା ଜହ୍ଲାଦ ଭଣଜା

ଜାଗା ବାଡ଼ି ଘଟଣାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ତୁମୁଳ କାଣ୍ଡ ।  ମାମୁଁକୁ ଗୋଡାଇ ଗୋଡାଇ ହାଣିଲା ଜହ୍ଲାଦ ଭଣଜା । ବାଲିଗୁଡା ଆଣ୍ଟ ସାହିରେ ଘଟିଛି ଏପରି ଅଭାବନୀୟ ଘଟଣା । ଜମି ବିବାଦକୁ ନେଇ ଭଣଜା ଓ ମାମୁଙ୍କ ପରିବାର ପରସ୍ପରକୁ ଆକ୍ରମଣ କରିଛନ୍ତି । ଫଳରେ ଉଭୟ ପରିବାରର ୭ ଜଣ ଆହତ ହୋଇଛନ୍ତି ।

ବାଲିଗୁଡା (କେନ୍ୟୁଜ): ଜାଗା ବାଡ଼ି ଘଟଣାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ତୁମୁଳ କାଣ୍ଡ ।  ମାମୁଁକୁ ଗୋଡାଇ ଗୋଡାଇ ହାଣିଲା ଜହ୍ଲାଦ ଭଣଜା । ବାଲିଗୁଡା ଆଣ୍ଟ ସାହିରେ ଘଟିଛି ଏପରି ଅଭାବନୀୟ ଘଟଣା ।  ଜମି ବିବାଦକୁ ନେଇ ଭଣଜା ଓ ମାମୁଙ୍କ ପରିବାର ପରସ୍ପରକୁ ଆକ୍ରମଣ କରିଛନ୍ତି । ଫଳରେ ଉଭୟ ପରିବାରର ୭ ଜଣ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ ବାଲିଗୁଡା ଆଣ୍ଟ ସାହିର ମୋହମ୍ମଦ ଆଲ୍ହାଉଦିନ ଓ ମହମ୍ମଦ ଅସରାଫ ଦୁଇ ପରିବାର ମଧ୍ୟରେ ଜାଗା ବାଡ଼ିକୁ କେନ୍ଦ୍ର କରି ବଚସା ହୋଇଥିଲା । ଘଟଣା ଟି ଏତେ ଉଗ୍ର ରୂପ ନେଇଥିଲା ଯେ ଉଭୟ ପରିବାର ମଧ୍ୟରେ ହଣାକଟା ଆରମ୍ଭ ହୋଇଥିଲା  ।  ଏଥିରେ ମାମୁଁ ଓ ତାଙ୍କର ଦୁଇ ପୁ୍ଅ ସମେତ, ଭଣଜାର ସ୍ତ୍ରୀ ଓ ପିଲା ଆହତ ହୋଇଛନ୍ତି । ଉଭୟ ପରିବାରର ସମସ୍ତ ଆହତଙ୍କୁ ବାଲିଗୁଡା ମେଡିକାଲରେ ଭର୍ତ୍ତି କରାଯାଇଛି ।  ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଳାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.