Below header

ଅସହ୍ୟ ଖରାରେ ଜଳୁଛି ସାରା ଓଡିଶା, ୨୯ ଯାଏଁ ତାତିରେ ଲାଗିବନି ବ୍ରେକ୍

ଉପକୂଳରୁ ଉପାନ୍ତ, ଉତ୍ତରରୁ ଦକ୍ଷିଣ । ଅସହ୍ୟ ଖରାରେ ଜଳୁଛି ସାରା ଓଡିଶା । ଦିନକୁ ଦିନ ବଢ଼ୁଛି ତାତି। ଏହି ତାପମାତ୍ରା ଆହୁରି ବଢ଼ିବ। ୨ ଦିନ ମଧ୍ୟରେ ରାଜ୍ୟରେ ତାତି ଆଉ ୨ ଡିଗ୍ରୀ ଯାଏ ବଢିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ଭୁବନେଶ୍ୱର (କେନ୍ୟୁଜ): ଉପକୂଳରୁ ଉପାନ୍ତ, ଉତ୍ତରରୁ ଦକ୍ଷିଣ। ଅସହ୍ୟ ଖରାରେ ଜଳୁଛି ସାରା ଓଡିଶା । ଦିନକୁ ଦିନ ବଢ଼ୁଛି ତାତି। ୪୪.୬ ଡିଗ୍ରୀ ସହ ଅନୁଗୁଳ ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏହି ତାପମାତ୍ରା ଆହୁରି ବଢ଼ିବ । ୨ ଦିନ ମଧ୍ୟରେ ରାଜ୍ୟରେ ତାତି ଆଉ ୨ ଡିଗ୍ରୀ ଯାଏ ବଢିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ବାଭାବିକ ତୁଳନାରେ ୪.୬ ଡିଗ୍ରୀ ଉପରେ ରହିବ । ଫଳରେ ପ୍ରବଳ ଗ୍ରୀଷ୍ମ ଲହରୀ ଅନୁଭୂତ ହେ ବ।

ଅତିଭୀଷଣ ଗ୍ରୀଷ୍ମଲହରୀ ପ୍ରବାହ ନେଇ ଆଗାମୀ ୪ଦିନ ଯାଏ ରେଡ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । କ୍ରମାଗତ ଭାବେ ଉତ୍ତର ପଶ୍ଚିମ ଓ ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ଜାରି ରହିଛି । ଏହା ସହ ସୂର୍ଯ୍ୟଙ୍କ ପ୍ରଖର କିରଣର ତେଜ ଫଳରେ ତାପମାତ୍ରା ଅସ୍ବାଭାବିକ ଭାବେ ବୃଦ୍ଧି ପାଇଛି । ଅତିଭୀଷଣ ଗ୍ରୀଷ୍ମଲହରୀ ନେଇ ଆଜି ୧୧ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଓ ଭୀଷଣ ଗ୍ରୀଷ୍ମଲହରୀ ନେଇ ୧୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

ଆସନ୍ତାକାଲି ଅତିଭୀଷଣ ଗ୍ରୀଷ୍ମଲହରୀ ନେଇ ୧୮ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଓ ଭୀଷଣ ଗ୍ରୀଷ୍ମ ଲହରୀ ନେଇ ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ୨୯ତାରିଖରେ ଅତିଭୀଷଣ ଗ୍ରୀଷ୍ମଲହରୀ ନେଇ ୮ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଓ ଭୀଷଣ ଗ୍ରୀଷ୍ମ ଲହରୀ ନେଇ ୧୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ରେଡ ୱାର୍ଣ୍ଣିଂ ଜାରି ସମୟରେ ଆଭ୍ୟନ୍ତରୀଣ ଓ ଓଡିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ । ଗତକାଲି ୩୨ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.